Posted inଫୁରସତ

ଗୋଡରେ ଚେନ୍‌ ବାନ୍ଧି ୨୫ ମିନିଟ୍‌ରେ ପହଁରିଲେ ୧ କି.ମି.

ବେଙ୍ଗାଲୁରୁ: ଗୋଡ଼ ଚେନ୍‌ରେ ବନ୍ଧାହୋଇଥିବା ଅବସ୍ଥାରେ ପଦ୍ମାସନରେ ସମୁଦ୍ର ମଧ୍ୟରେ ପହଁରି ରେକର୍ଡର ଆଶା ରଖିଛନ୍ତି କର୍ନାଟକର ଜଣେ ଶିକ୍ଷକ। ଉଡୁପି ଜିଲା କୁଣ୍ଡପୁର ଜାତୀୟସ୍ତରୀୟ କାଲ୍‌ମଞ୍ଜା ସରକାରୀ ସ୍କୁଲରେ ଶିକ୍ଷକତା କରୁଥିବା ନାଗରାଜ୍‌ ଖାର୍‌ଭି ଶୁକ୍ରବାର ଏଭଳି ଏକ ପ୍ରଚେଷ୍ଟାରେ ସଫଳତା ପାଇଛନ୍ତି। ପଦ୍ମାସନ ସ୍ଥିତିରେ ସେ ୨୫ ମିନିଟ ୧୬ ସେକେଣ୍ଡରେ ୧ କି.ମି. ସମୁଦ୍ରପଥ ଅତିକ୍ରମକରି ଲକ୍ଷ୍ୟସ୍ଥଳ ତନ୍ନିର୍‌ଭାଭି କୂଳରେ ପହଞ୍ଚିଥିଲେ। ସକାଳେ ଉତ୍ତରା ପବନ ବହୁଥିଲେ ମଧ୍ୟ ସେ ନିଜ ବଳ ପ୍ରୟୋଗକରି କୂଳରେ ପହଞ୍ଚିଥିଲେ। ଏ ବିଷୟରେ ନାଗରାଜ୍‌ ନିଜ ପ୍ରତିକ୍ରୟାରେ କହିଛନ୍ତି, ଦୀର୍ଘବର୍ଷର ପରିଶ୍ରମର ଫଳ ମିଳିଛି। ସେହିପରି ନାଗରାଜ୍‌ଙ୍କ ସଫଳତାରେ ତାଙ୍କ କୋଚ୍‌ ବି. କ୍ରିଷ୍ଣା ନାଇକ୍‌ ଭାବବିହ୍ବଳ ହୋଇପଡ଼ିଛନ୍ତି। ଏଥିପୂର୍ବରୁ ନାଗରାଜ୍‌ ଜାନୁୟାରୀରେ ୨ ସ୍ବର୍ଣ୍ଣ ଏବଂ ଏକ ବ୍ରୋଞ୍ଜ ପଦକ ପାଇଛନ୍ତି। ଏପରିକି ପହଁରା ଏବଂ ଯୋଗର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ ଯୋଜନା ରଖିଥିବା ସେ କହିଛନ୍ତି। ଏଥିପୂର୍ବରୁ ପଦ୍ମାସନ ସ୍ଥିତିରେ ପହଁରିବାରେ ଏଯାବତ୍‌ କୌଣସି ରେକର୍ଡ ସ୍ଥାପନ ହୋଇନାହିଁ। ତେଣୁ ତାଙ୍କର ଏହି ସଫଳତାର ଏକ ଡିଭିଡି ଦୁଇ ଗେଜେଟେଡ୍‌ ଅଧିକାରୀଙ୍କ ଦସ୍ତଖତ ସହ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଏବଂ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡକୁ ପଠାଯିବ ବୋଲି ନାଗରାଜ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri