Posted inଫୁରସତ

ଗୋଡରେ ଚେନ୍‌ ବାନ୍ଧି ୨୫ ମିନିଟ୍‌ରେ ପହଁରିଲେ ୧ କି.ମି.

ବେଙ୍ଗାଲୁରୁ: ଗୋଡ଼ ଚେନ୍‌ରେ ବନ୍ଧାହୋଇଥିବା ଅବସ୍ଥାରେ ପଦ୍ମାସନରେ ସମୁଦ୍ର ମଧ୍ୟରେ ପହଁରି ରେକର୍ଡର ଆଶା ରଖିଛନ୍ତି କର୍ନାଟକର ଜଣେ ଶିକ୍ଷକ। ଉଡୁପି ଜିଲା କୁଣ୍ଡପୁର ଜାତୀୟସ୍ତରୀୟ କାଲ୍‌ମଞ୍ଜା ସରକାରୀ ସ୍କୁଲରେ ଶିକ୍ଷକତା କରୁଥିବା ନାଗରାଜ୍‌ ଖାର୍‌ଭି ଶୁକ୍ରବାର ଏଭଳି ଏକ ପ୍ରଚେଷ୍ଟାରେ ସଫଳତା ପାଇଛନ୍ତି। ପଦ୍ମାସନ ସ୍ଥିତିରେ ସେ ୨୫ ମିନିଟ ୧୬ ସେକେଣ୍ଡରେ ୧ କି.ମି. ସମୁଦ୍ରପଥ ଅତିକ୍ରମକରି ଲକ୍ଷ୍ୟସ୍ଥଳ ତନ୍ନିର୍‌ଭାଭି କୂଳରେ ପହଞ୍ଚିଥିଲେ। ସକାଳେ ଉତ୍ତରା ପବନ ବହୁଥିଲେ ମଧ୍ୟ ସେ ନିଜ ବଳ ପ୍ରୟୋଗକରି କୂଳରେ ପହଞ୍ଚିଥିଲେ। ଏ ବିଷୟରେ ନାଗରାଜ୍‌ ନିଜ ପ୍ରତିକ୍ରୟାରେ କହିଛନ୍ତି, ଦୀର୍ଘବର୍ଷର ପରିଶ୍ରମର ଫଳ ମିଳିଛି। ସେହିପରି ନାଗରାଜ୍‌ଙ୍କ ସଫଳତାରେ ତାଙ୍କ କୋଚ୍‌ ବି. କ୍ରିଷ୍ଣା ନାଇକ୍‌ ଭାବବିହ୍ବଳ ହୋଇପଡ଼ିଛନ୍ତି। ଏଥିପୂର୍ବରୁ ନାଗରାଜ୍‌ ଜାନୁୟାରୀରେ ୨ ସ୍ବର୍ଣ୍ଣ ଏବଂ ଏକ ବ୍ରୋଞ୍ଜ ପଦକ ପାଇଛନ୍ତି। ଏପରିକି ପହଁରା ଏବଂ ଯୋଗର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ ଯୋଜନା ରଖିଥିବା ସେ କହିଛନ୍ତି। ଏଥିପୂର୍ବରୁ ପଦ୍ମାସନ ସ୍ଥିତିରେ ପହଁରିବାରେ ଏଯାବତ୍‌ କୌଣସି ରେକର୍ଡ ସ୍ଥାପନ ହୋଇନାହିଁ। ତେଣୁ ତାଙ୍କର ଏହି ସଫଳତାର ଏକ ଡିଭିଡି ଦୁଇ ଗେଜେଟେଡ୍‌ ଅଧିକାରୀଙ୍କ ଦସ୍ତଖତ ସହ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଏବଂ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡକୁ ପଠାଯିବ ବୋଲି ନାଗରାଜ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri