୩୧ରେ ୧

ଗତବର୍ଷ ଡିସେମ୍ବର ୧୫ରେ କେନ୍ଦ୍ର କ୍ୟାବିନେଟ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ଲାଗି ଅନୁମୋଦନ କରିଥିଲେ। ଏହା ପରେ ଡିସେମ୍ବର ୨୧ରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶିଶୁ ବିବାହ ନିରୋଧ (ସଂଶୋଧନ) ବିଲ୍‌ ୨୦୨୧ ଲୋକ ସଭାରେ ଆଗତ କଲେ। ହେଲେ ଏହି ବିଲ୍‌କୁ ବିରୋଧୀଙ୍କ ଦ୍ୱାରା ପ୍ରବଳ ବିରୋଧ କରାଯାଇଥିଲା। ସେମାନେ ଏହାକୁ ପାର୍ଲାମେଣ୍ଟାରୀ ପ୍ୟାନେଲ୍‌କୁ ପଠାଇବା ପାଇଁ ଜିଦ୍‌ ଧରିଥିଲେ। ବିରୋଧୀଙ୍କ ଚାପରେ ପଡ଼ି ସରକାର ଉକ୍ତ ବିଲ୍‌ର ତର୍ଜମା କରିବା ପାଇଁ ସ୍ବତନ୍ତ୍ର ପ୍ୟାନେଲ୍‌ ଗଠନ କଲେ, ଯେଉଁଥିରେ ୩୧ ଜଣ ସଦସ୍ୟ ରହିଛନ୍ତି। କୌତୂହଳ ସେଇଠି ସରିନାହିଁ। ସେଥିରେ କେବଳ ଜଣେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସେ ହେଲେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ସୁସ୍ମିତା ଦେବ। ମହିଳାଙ୍କ ପ୍ରସଙ୍ଗ ଉପରେ ତର୍ଜମା କରାଯିବା ଲାଗି ଗଢ଼ାଯାଇଥିବା ଟିମ୍‌ରେ ୩୦ ଜଣ ପୁରୁଷଙ୍କୁ ରଖାଯିବା ଅତ୍ୟନ୍ତ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରିଛି। ଏନ୍‌ସିପି ଏମ୍‌ପି ସୁପ୍ରିୟା ସୁଲେ ଝିଅମାନଙ୍କ ବିବାହ ବୟସ ସଂକ୍ରାନ୍ତରେ ପର୍ଯ୍ୟବେକ୍ଷଣ କରିବା ସକାଶେ ଗଢ଼ାଯାଇଥିବା ପ୍ୟାନେଲରେ ଜଣେ ମାତ୍ର ମହିଳାଙ୍କୁ ସାମିଲ କରାଯାଇଥିବାରୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ନିଜର ପରିଚୟ ବଞ୍ଚାଇବା ପାଇଁ ସୁସ୍ମିତା କହିଛନ୍ତି, ଏଭଳି ଏକ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା ନିମନ୍ତେ ଲୋକ ସଭାରେ ଥିବା ୮୧ ଓ ରାଜ୍ୟ ସଭାରେ ଥିବା ୨୯ ଏମ୍‌ପିଙ୍କୁ ସାମିଲ କରାଯାଉ। ଏ ନେଇ ସେ କମିଟିର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବିନୟ ସହସ୍ରବୁଦ୍ଧେଙ୍କୁ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, କମିଟିର ଅଧ୍ୟକ୍ଷ ଏ ବିଷୟକୁ ଗୁରୁତ୍ୱ ଦେଇ ସମୟ ବାହାର କରି ପ୍ରତ୍ୟେକ ମହିଳା ଏମ୍‌ପିଙ୍କ ମତ ନିଅନ୍ତୁ। ସେହିପରି ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ଏ ସଂକ୍ରାନ୍ତରେ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କୁ ଚିଠି ଲେଖି ଉକ୍ତ କମିଟିରେ ଅଧିକ ମହିଳା ଏମ୍‌ପିଙ୍କୁ ସାମିଲ କରିବାକୁ କହିଛନ୍ତି। ଲୋକ ସଭାରେ ଡିଏମ୍‌କେ ଏମ୍‌ପି କାନିମୋଝି ମଧ୍ୟ ଝିଅମାନଙ୍କ ବିବାହ ବୟସ ନିର୍ଣ୍ଣୟ ସମ୍ବନ୍ଧୀୟ କମିଟିରେ ୩୦ ଜଣ ପୁରୁଷଙ୍କୁ ସ୍ଥାନିତ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ତେବେ ଯେଉଁ ଜଣେ ମହିଳା ଏମ୍‌ପି ଉକ୍ତ ପ୍ୟାନେଲରେ ସ୍ଥାନ ପାଇଛନ୍ତି ସେ ତୃଣମୂଳ କଂଗ୍ରେସର ରାଜ୍ୟ ସଭାର ଜଣେ ଟାଣୁଆ ସଦସ୍ୟା। ପ୍ରଶ୍ନ ଉଠିପାରେ ନିକଟରେ ତୃଣମୂଳଠାରୁ ପରାଜୟବରଣ କରି ଭାଜପା ସରକାର କାହିଁକି ମମତାଙ୍କ ଦଳକୁ ଗୁରୁତ୍ୱ ଦେଉଛନ୍ତି। ମମତାଙ୍କୁ ଶାନ୍ତ ରଖିବା ଭଳି ଏହା ଭାଜପାର ଏକ ରାଜନୈତିକ ପଦକ୍ଷେପ ହୋଇଥାଇପାରେ। ଯାହାକୁ ହରାଯାଇପାରିବ ନାହିଁ, ତାହାକୁ ସଙ୍ଗେ ନେଇ ଚାଲ ନୀତିର ଏହା ଏକ ପ୍ରତିଫଳନ ହୋଇପାରେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଓଡ଼ିଶା ସରକାର ଦେଇଥିବା ଏହି ବିଲ୍‌ ସମ୍ପର୍କିତ ମତ ଏକ ବୃହତ୍‌ ରାଜନୈତିକ ବାର୍ତ୍ତା। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ତରଫରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଝିଅମାନଙ୍କର ଆଇନଗତ ବିବାହ ବୟସ ଏବେ ଯେମିତି ୧୮ ବର୍ଷରେ ଅଛି, ସେମିତି ରହୁ। ଏଥିସହିତ ଏହି ଆୟୋଗ ଆହୁରି ମଧ୍ୟ ସୁପାରିସ କରିଛି ଯେ, ପୁଅ ପିଲାଙ୍କର ଆଇନଗତ ବିବାହ କରିବାର ଏବେକାର ୨୧ ବର୍ଷକୁ ମଧ୍ୟ ୧୮ ବର୍ଷକୁ ହ୍ରାସ କରାଯାଉ।
୨୦୨୧ ଡିସେମ୍ବର ୨୦ରେ ଆମେ ଉକ୍ତ ପ୍ରସଙ୍ଗକୁ ନେଇ ଏହି ସ୍ତମ୍ଭରେ ‘ଉଚ୍ଚସ୍ଥାନରୁ ଚିତ୍କାର’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ଭାରତର ସମସ୍ୟା ଖୋଦ୍‌ ସରକାର ଗଢ଼ିତୋଳୁଛନ୍ତି ବୋଲି ମତ ଦେଇଥିଲୁ। କାରଣ ବାସ୍ତବତାକୁ ନ ବୁଝି ଉଚ୍ଚସ୍ଥାନରୁ ଚିତ୍କାର କରି ସମାଜମଙ୍ଗଳ କରାଯାଇପାରେ ବୋଲି ଯେଉଁ ଭାବନା ସୃଷ୍ଟି କରାଯାଉଛି, ତାହା ତ୍ରୁଟିପୂର୍ଣ୍ଣ କହିଥିଲୁ। ଏବେ ସେହି ବିଲ୍‌କୁ ତର୍ଜମା କରିବା ଲାଗି ଗଢ଼ାଯାଇଥିବା ପ୍ୟାନେଲରେ ୩୦ ଜଣ ପୁରୁଷଙ୍କୁ ସ୍ଥାନିତ କରାଯାଇ ପୁଣି ଏକ ପୁରୁଷକୈନ୍ଦ୍ରିକ ଚିନ୍ତାଧାରା ପ୍ରବେଶ ଲାଗି ବାଟ ତିଆରି କରାଯାଉଛି ବୋଲି କୁହାଯାଇପାରେ। ଯଦି ଭାରତର ଇତିହାସ ଦେଖାଯାଏ ଓ ବର୍ତ୍ତମାନର ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରାଯାଏ, ପ୍ରତି କ୍ଷେତ୍ରରେ ମହିଳାଙ୍କ ଅନେକ ଅଧିକାର ବିଷୟରେ ପୁରୁଷମାନେ ନିଷ୍ପତ୍ତି ନେଇଥାଆନ୍ତି। ଶାସନ ଓ ପ୍ରଶାସନିକ ସ୍ତରରେ ଥିବା ବ୍ୟକ୍ତିମାନେ ସର୍ବଦା ମହିଳା ସଶକ୍ତୀକରଣ ବିଷୟରେ ବଡ଼ ପାଟିରେ କହିଥାନ୍ତି। କିନ୍ତୁ ଯେତେବେଳେ ମହିଳାଙ୍କ ପାଇଁ କୌଣସି ନିୟମ ସୃଷ୍ଟି କରାଯାଉଛି ତାହାକୁ ମାପିଚୁପି ପୁରୁଷଙ୍କ କର୍ତ୍ତୃତ୍ୱ ରହିବା ଭଳି ସେସବୁକୁ ପ୍ରସ୍ତୁତ କରାଯାଉଛି। ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ଲାଗି ନିଆଯାଉଥିବା ନିଷ୍ପତ୍ତିର ସପକ୍ଷ ଓ ବିପକ୍ଷ ଦିଗଗୁଡ଼ିକୁ ଭଲ ଭାବେ ତର୍ଜମା କରାଯିବା ଦରକାର। ସହଜରେ ବୁଝିବାକୁ ହେଲେ ଏବେ ପ୍ରଚଳିତ ୧୮ ବର୍ଷୀୟା ଆଇନକୁ ସବୁଆଡ଼େ ଅମାନ୍ୟ କରାଯାଉଛି। ନଥିରେ ଲିଖିତ ଥିବା ଆଇନକୁ ଆମର ଦେଶବାସୀ ମାନିବା ପାଇଁ ପ୍ରସ୍ତୁତ ହେଉ ନ ଥିବାରୁ ଆଉ ଏକ ବୟସଜନିତ ଆଇନର କୌଣସି ଗୁରୁତ୍ୱ ରଖୁନାହିଁ। ସରକାର ଓ ପୋଲିସ ପାଖରେ ଯଥେଷ୍ଟ କ୍ଷମତା ଥିବା ସତ୍ତ୍ୱେ ପ୍ରଚଳିତ ଆଇନକୁ କଡ଼ାକଡ଼ି ଲାଗୁ କରାଯାଇ ପାରୁନାହିଁ। ନୂଆ ଆଇନକୁ କିଏ ପଚାରେ। ଏଥିସହିତ ଝିଅମାନଙ୍କୁ ପାଠ ପଢ଼ାଇ ଚାକିରି କରାଇବାର ସୁଯୋଗ ଦେଉଥିବା ମାତାପିତା ଅନେକ ସମୟରେ ରୋଜଗାରିଆ ଝିଅକୁ ବିବାହ ହେବାକୁ ଦିଅନ୍ତି ନାହିଁ। ଥରେ ଝିଅଙ୍କ ବୟସ ଗଡ଼ିଗଲେ ସେ ବିବାହ ତାଲିକାରୁ ବାଦ୍‌ ପଡ଼ିଯାଏ। ପରବର୍ତ୍ତୀ ସମୟରେ ସେହି ଝିଅର ରୋଜଗାରରେ ସମଗ୍ର ପରିବାର ଲତାଗଛ ପରି ମାଡ଼ିବସନ୍ତି। ଏଭଳି ସ୍ଥିତିରେ ଝିଅ ରୋଜଗାରିଆ ହେଲେ ମଧ୍ୟ ତାହାର ସଶକ୍ତୀକରଣ ହେଉଛି ବୋଲି କୁହାଯାଇପାରିବ ନାହିଁ। ଅନ୍ୟ ଏକ ଉଦାହରଣ ହେଲା ଝିଅ ନିଜର ଜୀବନସାଥୀ ବାଛିଥାଏ। କ୍ୱଚିତ୍‌ ପରିବାର ଏହାକୁ ସ୍ବୀକାର କରୁଥିବା ବେଳେ ଅଧିକାଂଶ ବିରୋଧ କରୁଥିବା ଦେଖାଯାଏ। ସେତେବେଳେ ପରିବାର ତରଫରୁ ଥାନାରେ ଏତଲା ଦେଇ ବିବାହ ଭଙ୍ଗ ପାଇଁ ଜୋର୍‌ଦାର ପ୍ରୟାସ ହୁଏ। ଦୁର୍ଭାଗ୍ୟରୁ ଯଦି ଝିଅର ପରିବାର ଅନରକିଲିଂ (ସମ୍ମାନ ପାଇଁ ହତ୍ୟା)ରେ ବିଶ୍ୱାସ କରୁଥାଏ, ତେବେ ତାହାର ମୁଣ୍ଡ କଟିଯିବାର ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ। ଅନେକ ସମାଜରେ ବାଲ୍ୟବିବାହକୁ ସାମାଜିକ ସ୍ବୀକୃତି ସାଧାରଣରେ ମିଳିଥାଏ। ସେଠାରେ ପରିବାରର ସହଯୋଗରେ ଆଇନ ଭଙ୍ଗ ହୁଏ।
ପ୍ରଶ୍ନ ହୋଇପାରେ ସରକାର ଏଭଳି ଆଇନ ଆଣିବାକୁ କାହିଁକି ଚିନ୍ତା କଲେ। ପୂର୍ବରୁ ଆମେ ଲେଖିଥିଲୁ ଯେ, ଏହାର ସମ୍ଭାବ୍ୟ ଉଦ୍ଦେଶ୍ୟ ହୋଇପାରେ ଜନସଂଖ୍ୟା ବୃଦ୍ଧିକୁ ଆୟତ୍ତ ରଖିବା। ଦ୍ୱିତୀୟରେ କେନ୍ଦ୍ର ସରକାର ଚାହୁଁଥାଇପାରନ୍ତି ଯେ ଏକ ପ୍ରଗତିଶୀଳ ଓ ମହିଳା ସପକ୍ଷବାଦୀ ସରକାର ହୋଇଥିବାରୁ ଏଭଳି ଆଇନ ଅଣାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜିର ସରକାର ବିମୁଦ୍ରୀକରଣ ଭଳି ସବୁବେଳେ ଏକ ‘ବିସ୍ଫୋରକ’ ପଦକ୍ଷେପ ନେବାକୁ ପସନ୍ଦ କରିଥାନ୍ତି। ଏଭଳି ପଦକ୍ଷେପ ଯାହାକି ତତ୍‌କ୍ଷଣାତ୍‌ ପ୍ରତ୍ୟେକ ଘରେ ଆଲୋଚନାର ବିଷୟବସ୍ତୁ ପାଲଟିବ। ଶେଷରେ ସମସ୍ତଙ୍କ ଦୃଷ୍ଟି ସରକାରଙ୍କ ବିଫଳତା ଓ ଅର୍ଥନୈତିକ ଦୁରବସ୍ଥାରୁ ହଟାଇବା ପାଇଁ ଏହା ଏକ ଉତ୍ତମ ମସୁଧା। ଗୋଟାଏ ପରେ ଗୋଟାଏ ଏହିପରି ଆଲୋଚନାର ବିଷୟ ବାଢ଼ିବା ଫଳରେ ଆମର ଏଇ ସ୍ତମ୍ଭ ଭଳି ଭାରତର ଅଧିକାଂଶ ଗଣମାଧ୍ୟମ, ରାଜନେତା, ବିଶେଷଜ୍ଞ, ଏପରିକି ଅଦାଲତ ମଧ୍ୟ ଇତିହାସର ଏହି ସମୟ ପାଇଁ ଅପ୍ରାସଙ୍ଗିକ ବିଷୟକୁ ପ୍ରାସଙ୍ଗିକ କରିବା ସକାଶେ ଲାଗିପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri