ଚାକିରି ନାହିଁ

ଭାରତରେ ବେକାରି ହାର ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଭାରତୀୟ ଅର୍ଥନୀତି ମନିଟରିଂ ସେଣ୍ଟର (ସିଏମ୍‌ଆଇଇ) ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ ଦର୍ଶାଇଛି ଯେ, ଡିସେମ୍ବର ୨୦୨୧ରେ ବେକାରି ସ୍ତର ୭.୯ %କୁ ବୃଦ୍ଧି ପାଇଛି, ଯାହା ଗତ ୪ ମାସ ମଧ୍ୟରେ ସର୍ବାଧିକ। ବେକାରି ହାର ଡିସେମ୍ବର ପୂର୍ବ ମାସରେ ସହରାଞ୍ଚଳରେ ୮.୨%ରୁ ୯.୩%କୁ ବୃଦ୍ଧି ପାଇଥିବାବେଳେ ଗ୍ରାମାଞ୍ଚଳରେ ଏହା ୬.୪% ରୁ ୭.୩%କୁ ଛୁଇଁଛି। ଦେଖିବାକୁ ଗଲେ ବେକାରି ସଂଖ୍ୟା ବୃଦ୍ଧିରେ କୋଭିଡ୍‌-୧୯ ମହାମାରୀ ଏକମାତ୍ର କାରଣ ନୁହେଁ, ବରଂ ଏହା ପଛରେ ଆଉ କେତେକ ଅର୍ଥନୈତିକ ଝଟକାକୁ ଦାୟୀ କରାଯାଇପାରେ । ମାର୍ଚ୍ଚ ୨୦୨୦ରେ ଦେଶରେ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମେ ଲକ୍‌ଡାଉନ ଲାଗୁ କରାଯାଇ ଘରେ ରହିବାକୁ କୁହାଗଲା। ଲକ୍‌ଡାଉନ ମାଡ଼ରେ ଦେଶରେ ଶ୍ରମଶକ୍ତି ପ୍ରଭାବିତ ହେବା ସହ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ଲୋକେ ରୋଜଗାର ହରାଇ ଗାଁକୁ ଫେରି ଆସିଲେ। ଯେତିକି ଲୋକ ଫେରି ଆସିଲେ ସେମାନେ ପୁନର୍ବାର ନିଯୁକ୍ତି ଖୋଜିଲେ, କାମ ନୁହେଁ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଚାକିରି ଆଉ ମିଳୁନାହିଁ। ଲକ୍‌ଡାଉନରେ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟଗୁଡ଼ିକ ପ୍ରଭାବିତ ହେବାପୂର୍ବରୁ ୮ ନଭେମ୍ବର ୨୦୧୬ରେ ବିନା ବିଚାର ବିମର୍ଶରେ ଘୋଷଣା କରାଯାଇଥିବା ବିମୁଦ୍ରୀକରଣର ଧକ୍କାରେ ଦେଶର ଅନେକ ବ୍ୟବସାୟ ପ୍ରବଳ କ୍ଷତିଗ୍ରସ୍ତ ହୋଇଥିଲା କିମ୍ବା ଲୋପ ପାଇଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ, ବିମୁଦ୍ରୀକରଣ ଏବଂ ତା’ପଛକୁ କୋଭିଡ୍‌ଜନିତ ଲକ୍‌ଡାଉନରେ ନିଯୁକ୍ତି ସୃଷ୍ଟି କରୁଥିବା ବ୍ୟବସାୟ ଏବଂ ଶିଳ୍ପ କ୍ଷତି ସହିଥିତ୍ବାବେଳେ କେତେକ ହାତଗଣତି ଶିଳ୍ପପତିଙ୍କୁ ଅତ୍ୟଧିତ୍କ ଧନୀ କରିଛି। ଏହି ଅତ୍ୟଧିକ ଧନୀମାନେ ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ କୌଣସି ଇଚ୍ଛା ପ୍ରକାଶ କରିଥିତ୍ବାର ଦେଖିବାକୁ ମିଳିନାହିଁ।
କେନ୍ଦ୍ର ଏବଂ ପ୍ରାୟ ସମସ୍ତ ରାଜ୍ୟ ସରକାର ବିରାଟକାୟ ବ୍ୟୟ ଅଟକଳ ଘୋଷଣା କରି ବିଭିନ୍ନ ଗୋଷ୍ଠୀଙ୍କୁ ସାହାଯ୍ୟ କରିବେ ବୋଲି କହିଲେ। ବାସ୍ତବ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ କୌଣସି ସିଧାସଳଖ ସାହାଯ୍ୟ ପହଞ୍ଚି ନ ଥିତ୍ବାରୁ ଆଜି ପର୍ଯ୍ୟନ୍ତ ଚାହିଦା ଅନୁଯାୟୀ ନିଯୁକ୍ତି ସୃଷ୍ଟି ହୋଇପାରୁନାହିଁ। ଏଠାରେ କେବଳ ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ। ଭାରତର ବୃହତ୍‌ ବ୍ୟବସାୟୀ ଏବଂ ଶିଳ୍ପପତିମାନେ ସଦାସର୍ବଦା ଜାତୀୟ ସମ୍ପତ୍ତିକୁ ଘରୋଇ କରାଇନେବା ପାଇଁ ଲାଗିପଡ଼ିଥାଆନ୍ତି। ଏହା ବ୍ୟତୀତ ଭାରତର ଯୁବ ନାଗରିକ ନିଜକୁ ନିଯୁକ୍ତି ଉପଯୋଗୀ କରିବା ପାଇଁ କୌଣସି କୌଶଳ ଜ୍ଞାନ ବୃଦ୍ଧି କରିବାରେ ଚେଷ୍ଟା କରୁନାହାନ୍ତି। ବୃହତ୍‌କାୟ ଜନସଂଖ୍ୟା ଥିବା ସତ୍ତ୍ୱେ ଏହି ଦେଶର ଉତ୍ପାଦକୁ ବିଶ୍ୱ ବଜାରରେ ପସନ୍ଦ କରାଯାଏ ନାହିଁ। ଭାରତକୁ ଏକ ‘ବିଶାଳ ବଜାର’ ଭାବେ ଦେଖୁଥିବା ବିଶ୍ୱ ଏହାକୁ ଏକ ଉତ୍ପାଦନକାରୀ ଜାତି ଭାବେ ଗ୍ରହଣ କରେ ନାହିଁ। ଏଭଳି ପରିସ୍ଥିତି ଭାରତରେ ଦାରିଦ୍ର୍ୟ ବୃଦ୍ଧି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri