Posted inଜାତୀୟ

୫ ବର୍ଷରେ ୧% ମହିଳାଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ,୮।୫: ଭାରତରେ ମାତ୍ର ୩୨% ବିବାହିତା ମହିଳା ଓ ଝିଅ (୧୫ରୁ ୪୯ ବର୍ଷୀୟା) ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩% ରୋଜଗାର କରୁଥିବାବେଳେ ଅବଶିଷ୍ଟ ୧୫ ପ୍ରତିଶତ ଅର୍ଥ ଉପାର୍ଜନ କରନ୍ତି ନାହିଁ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ପକ୍ଷରୁ ୨୦୧୯-୨୧ରେ କରାଯାଇଥିବା ପଞ୍ଚମ ପର୍ଯ୍ୟାୟ ସର୍ଭେରୁ ଏହି ଉଦ୍‌ବେଗଜନକ ବିଷୟ ସାମ୍ନାକୁ ଆସିଛି। ପୂର୍ବରୁ ୨୦୧୫-୧୬ରେ କରାଯାଇଥିବା ଏନ୍‌ଏଫ୍‌ଏଚ୍‌ଏସ୍‌-୪ ସର୍ଭେରେ ମହିଳାଙ୍କ ନିଯୁକ୍ତି ୩୧% ଥିବାବେଳେ ଏବେ ଏଥିରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି। ସେହିପରି ଅର୍ଥ ଉପାର୍ଜନକାରୀ ମହିଳାଙ୍କ ସଂଖ୍ୟା ମଧ୍ୟ ମାତ୍ର ୩% ବଢ଼ିଛି।

ସଦ୍ୟ ରିପୋର୍ଟ ଅନୁସାରେ ପୁରୁଷଙ୍କ ନିଯୁକ୍ତି କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆସିନାହିଁ। ଦେଶରେ ୧୫ରୁ ୪୯ ବୟସ ବର୍ଗର ୯୮% ପୁରୁଷଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ସେମାନଙ୍କ ମଧ୍ୟରୁ ୯୧% ଅର୍ଥ ଉପାର୍ଜନ କରୁଥିବାବେଳେ ବର୍ତ୍ତମାନ ଏହା ୯୫%ରେ ପହଞ୍ଚତ୍ଛି। କର୍ମଜୀବୀ ମହିଳାଙ୍କ ମଧ୍ୟରୁ ୮୩% ଦରମା କିମ୍ବା ଅନ୍ୟ ପ୍ରକାର ପାରିଶ୍ରମିକ ପାଇଥାଆନ୍ତି। ହେଲେ ୧୫% ମହିଳାଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଅର୍ଥ ଦିଆଯାଇ ନ ଥାଏ। ଏପରି କି ମହିଳାମାନଙ୍କ ଜୀବନ ଶୈଳୀରେ ମଧ୍ୟ କୌଣସି ପରିବର୍ତ୍ତନ ଆସିନାହିଁ। ୫ ବର୍ଷ (୨୦୧୫-୧୬ରୁ ୨୦୧୯-୨୧) ମଧ୍ୟରେ ମହିଳାଙ୍କ ନିଯୁକ୍ତିରେ ମାତ୍ର ୧% ବୃଦ୍ଧି ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ପପୁଲେଶନ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପୁନମ୍‌ ମୁଟ୍ଟ୍ରେଜା କହିଛନ୍ତି। ପୁନମ୍‌ଙ୍କ ମତରେ ଦେଶର ଅନେକ ରାଜ୍ୟରେ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେବାରେ ଲାଗିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ରୁ ଏହା ପ୍ରତିଫଳିତ ହେଉଛି। ତେଣୁ ମହିଳାଙ୍କ ସ୍ବାଧୀନତା ତଥା ସୁଯୋଗର ବିସ୍ତାର ଲାଗି ସରକାରୀ ସ୍ତରରେ ଅଧିକ ଉଦ୍ୟମ ଓ ପୁଞ୍ଜିନିବେଶର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଆଇଏମ୍‌ଇ) ପକ୍ଷରୁ ନିକଟରେ ପ୍ରକାଶିତ ଡାଟା ଅନୁସାରେ ଲକ୍ଷ ଲକ୍ଷ ଭାରତୀୟ ବିଶେଷକରି ମହିଳାମାନେ ବିଗତ ୫ ବର୍ଷରେ ଚାକିରି ଖୋଜିବା ବନ୍ଦ କରିଦେଇଛନ୍ତି। କାରଣ ଦେଶରେ ନୂଆ ନିଯୁକ୍ତି ମିଳୁ ନ ଥିବାରୁ ସେମାନେ ହତାଶ ହୋଇଯାଇଛନ୍ତି। ଗତ ମାର୍ଚ୍ଚରେ ଦେଶରେ ବେକାରି ହାର ୭.୬% ଥିବାବେଳେ ଏପ୍ରିଲରେ ଏଥିରେ ୦.୨୩ ପ୍ରତିଶତ ବୃଦ୍ଧି ଘଟି ୭.୮୩% ଛୁଇଁଥିଲା। ଗ୍ରାମାଞ୍ଚଳରେ ପୂର୍ବ ମାସରେ ଏହି ହାର ୭.୧୮% ଥିବାବେଳେ ଏପ୍ରିଲରେ ୭.୨୯% ଥିବା ସିଆଇଏମ୍‌ଇ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri