୧ ଡଲାର=୮୮.୨୦ ଟଙ୍କା: ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା

ମୁମ୍ବାଇ/ନୂଆଦିଲ୍ଲୀ,୩୦ା୮:ଭାରତୀୟ ଟଙ୍କା ଶୁକ୍ରବାର ସର୍ବକାଳୀନ ନିମ୍ନସ୍ତରକୁ ଖସି ଡଲାର ତୁଳନାରେ ୦.୬୦ ପଏଣ୍ଟ (୦.୭୦%) ଦୁର୍ବଳ ହୋଇଯାଇଛି। ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରାୟ ୮୮.୨୦ ଟଙ୍କାରେ ପହଞ୍ଚତ୍ଛି। ଏହା ହେଉଛି ଗତ ୩ ମାସ ମଧ୍ୟରେ ଦିନକ ଭିତରେ ଟଙ୍କାର ସର୍ବାଧିକ ଅବକ୍ଷୟ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୫୦% ଟାରିଫ୍‌ ଯୋଗୁ ଭାରତୀୟ ଟଙ୍କାର ଏଭଳି ଐତିହାସିକ ଦୁରବସ୍ଥା ଉପୁଜିଥିବା କୁହାଯାଉଛି। ଆମେରିକାକୁ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ଟ୍ରମ୍ପ୍‌ଙ୍କ ୨୫% ପାଲଟା ଶୁଳ୍କ ଅଗଷ୍ଟ ୭ରୁ ଲାଗୁ ହୋଇଥିବାବେଳେ ରୁଷୀୟ ତୈଳ କ୍ରୟ ବାବଦକୁ ଜରିମାନା ଆକାରରେ ସେ ଆଉ ୨୫% ଆମଦାନୀ ଶୁଳ୍କ କଷିଥିଲେ, ଯାହାକି ୨୭ ତାରିଖରୁ ଲାଗୁ ହୋଇଛି। ଅର୍ଥାତ୍‌ ଆମେରିକାକୁ ଭାରତ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକୁ ବର୍ତ୍ତମାନ ୫୦% ଟାରିଫ୍‌ର ବୋଝ ସହିବାକୁ ପଡ଼ୁଛି। ଏଥିଯୋଗୁ ଆମେରିକା ବଜାରରେ ଭାରତୀୟ ସାମଗ୍ରୀ ଦର ବଢ଼ିବାରେ ଲାଗିଛି। ଫଳରେ ସେଠାକାର ବ୍ୟବସାୟିକ ସଂସ୍ଥାଗୁଡ଼ିକ କମ୍‌ ଟାରିଫ୍‌ ରହିଥିବା ଦେଶଗୁଡ଼ିକରୁ ସାମଗ୍ରୀ ଆମଦାନୀ କରିବାକୁ ପସନ୍ଦ କଲେଣି। କମ୍‌ ଟାରିଫ୍‌ ଲାଗିଲେ ସାମଗ୍ରୀ ମଧ୍ୟ କମ୍‌ ଦାମ୍‌ରେ ଉପଲବ୍ଧ ହେବ, ଯାହାକୁ ଉଚିତ ମୂଲ୍ୟରେ ଆମେରିକୀୟ ବଜାରରେ ବିକ୍ରି କରିବା ସହଜ ଓ ସୁବିଧା ହେବ। ଏହାଦ୍ୱାରା ସ୍ଥାନୀୟ ଉପଭୋକ୍ତା ଯୁକ୍ତିଯୁକ୍ତ ମୂଲ୍ୟରେ ସେମାନଙ୍କ ପସନ୍ଦର ସାମଗ୍ରୀ ପାଇପାରିବେ। ଏହି ଦଣ୍ଡାମତ୍କ ଶୁଳ୍କର ପ୍ରଭାବ ଭାରତୀୟ ପୁଞ୍ଜିବଜାର ଉପରେ ପଡ଼ିବାରେ ଲାଗିଥିବାବେଳେ ଟଙ୍କା ମଧ୍ୟ ଏଥିରୁ ବର୍ତ୍ତିପାରିନାହିଁ। ଶୁକ୍ରବାର ସେସନ୍‌ରେ ଡଲାର ତୁଳନାରେ ଟଙ୍କା ସର୍ବନିମ୍ନ ୮୮.୩୦୭୫ ସ୍ତରକୁ ଖସିଥିଲା। କାରବାର ଶେଷରେ ଏହା ୮୮.୧୯୫୦ ଟଙ୍କାରେ ସ୍ଥିର ରହିଥିଲା।
ଆମେରିକାର ଉଚ୍ଚ ଟାରିଫ୍‌ ଯୋଗୁ ଭାରତୀୟ ପୁଞ୍ଜିବଜାର ମଧ୍ୟ ପ୍ରଭାବିତ ହୋଇଛି। ବିଏସ୍‌ଇ ସେନ୍‌ସେକ୍ସ ୨୭୦.୯୨ ପଏଣ୍ଟ (୦.୩୪%) ହ୍ରାସ ପାଇ ୭୯,୮୦୯.୬୫କୁ ଖସିଥିବାବେଳେ ନିଫ୍ଟି ଫିପ୍ଟି ୭୪.୦୫ ପଏଣ୍ଟ (୦.୩୦%) ନିମ୍ନଗାମୀ ହୋଇ ୨୪,୪୨୬.୮୫ରେ ସେଟେଲ୍‌ ହୋଇଛି। ସେଲିଂ ଚାପ ଯୋଗୁ ଟ୍ରେଡ୍‌ର ଶେଷ ଆଡ଼କୁ ଦୁଇଟି ଯାକ ସୂଚକାଙ୍କ ଦିନର ସର୍ବନିମ୍ନ ସ୍ତରକୁ ଚାଲିଆସିଥିଲା। ଟ୍ରମ୍ପ୍‌ଙ୍କ ଟାରିଫ୍‌ର ସମ୍ପୂର୍ଣ୍ଣ ପ୍ରଭାବକୁ ବଜାର ହଜମ କରିବାକୁ ଉଦ୍ୟମ କରିଥିବାବେଳେ ନିବେଶକଙ୍କ ସେଣ୍ଟିମେଣ୍ଟ ସତର୍କତାପୂର୍ଣ୍ଣ ରହିଛି। ଏହି ସ୍ଥିତି ଜାରି ରହିଲେ ଭବିଷ୍ୟତରେ ଭାରତୀୟ ରପ୍ତାନି ଆହୁରି ପ୍ରଭାବିତ ହେବ। ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ମଧ୍ୟ ଭାରତୀୟ ଶେୟାର ମାର୍କେଟରୁ ପୁଞ୍ଜି ପ୍ରତ୍ୟାହାର କରିନେବେ। ଫଳରେ ଟଙ୍କା ଆଗକୁ ଅଧିକ ଦୁର୍ବଳ ହେବା ଆଶଙ୍କା ଦେଖାଦେଇଛି ବୋଲି ଜିଓଜିତ୍‌ ଇନ୍‌ଭେଷ୍ଟମେଣ୍ଟ ଲିମିଟେଡ୍‌ର ରିସର୍ଚ୍ଚ ହେଡ୍‌ ବିନୋଦ ନାୟାର କହିଛନ୍ତି। ସେହିପରି ଏଲ୍‌କେପି ସିକ୍ୟୁରିଟିଜ୍‌ର କମୋଡିଟି ଆଣ୍ଡ୍‌ କରେନ୍ସି ବରିଷ୍ଠ ବିଶ୍ଳେଷକ ଜତିନ୍‌ ତ୍ରିବେଦୀଙ୍କ ମତରେ ଇତିହାସରେ ପ୍ରଥମ ଥର ପାଇଁ ଟଙ୍କା ସାଇକୋଲୋଜିକାଲ୍‌ ମାର୍କ ୮୮କୁ ଅତିକ୍ରିମ କରିଥିବାରୁ ଭାରତୀୟ ମୁଦ୍ରା ଲାଗି ସଙ୍କଟ ଉପୁଜିଛି। ଆମେରିକା ଭାରତୀୟ ଉତ୍ପାଦଗୁଡ଼ିକ ଉପରେ ୫୦% ଟାରିଫ୍‌ କଷିଥିବାରୁ ଏହାର ଚାପରେ ବିତ୍ତୀୟ ନିଅଣ୍ଟ ବଢ଼ିଯିବ।
ପୁଞ୍ଜି ବଜାରରେ କେବଳ ଅଗଷ୍ଟ ମାସରେ ଏଫ୍‌ଆଇଆଇ ରେକର୍ଡ ପରିମାଣ ମୋଟ୍‌ ୩୮,୫୯୦.୨୬ କୋଟି ଟଙ୍କାର ସେଲିଂ କରିଥିବା କୋଟାକ୍‌ ସିକ୍ୟୁରିଟିଜ୍‌ ଇକ୍ୱିଟି ରିସର୍ଚ୍ଚ ହେଡ୍‌ ଶ୍ରୀକାନ୍ତ ଚୌହାନ୍‌ ସୂଚନା ଦେଇଛନ୍ତି। ସେହିପରି ଏଏନ୍‌ଜେଡ୍‌ ବ୍ୟାଙ୍କ ଏଫ୍‌ଏକ୍ସ ଷ୍ଟ୍ରାଟେଜିଷ୍ଟ ଧୀରଜ ନିମ୍‌ କହିଛନ୍ତି, ଆମେରିକାର ଟାରିଫ୍‌ ଭାରତର ବାଲାନ୍ସ ଅଫ୍‌ ପେମେଣ୍ଟ ଚାପକୁ ଆହୁରି ବଢ଼ାଇଦେବା ସହ ଆର୍ଥିକ ଆଗମନ ସ୍ରୋତକୁ ଦୁର୍ବଳ କରିଦେବ। ଏଭଳି ସ୍ଥିତିରେ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହୋଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ସଦ୍ୟତମ ବୁଲେଟିନ୍‌ରେ କହିଛି, ଆମେରିକାର ବାଣିଜ୍ୟ ନୀତିକୁ ନେଇ ଭାରତୀୟ ବଜାରରେ ଲାଗିରହିଥିବା ଅନିଶ୍ଚିତତା ଘରୋଇ ଚାହିଦା ପାଇଁ ରିସ୍କ ସୃଷ୍ଟି କରିଛି।
ଇତିମଧ୍ୟରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର କହିଛନ୍ତି, ଓ୍ବାଶିଂଟନ୍‌ ସହ ଟ୍ରେଡ୍‌ ଡିଲ୍‌ ପାଇଁ ନୂଆଦିଲ୍ଲୀ ଦ୍ୱିପାକ୍ଷିକ ଆଲୋଚନା ଜାରି ରଖିଛି। ଭାରତୀୟ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ୫୦% ଟାରିଫ୍‌ ଦେଶର ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ। ଯଦି କେହି ଏକ ଉତ୍ତମ ମୁକ୍ତ ବାଣିଜ୍ୟ ଚୁକ୍ତି ଚାହୁଁଥାଆନ୍ତି ଆମେ ସଦାବେଳେ ପ୍ରସ୍ତୁତ ରହିବୁ। କିନ୍ତୁ ଯଦି କେହି ଭେଦଭାବ କରନ୍ତି, ତେବେ ଆମେ କେବେ ହେଲେ ମୁଣ୍ଡ ନୁଆଇବୁ ନାହିଁ ବୋଲି ଗୋୟଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ଓ ଆମେରିକା ଗତ ମାର୍ଚ୍ଚରୁ ଅଦ୍ୟାବଧି ୫ଟି ପର୍ଯ୍ୟାୟରେ ଡିଲ୍‌ ପାଇଁ ଆଲୋଚନା କରିଥିବାବେଳେ ଟ୍ରମ୍ପ୍‌ଙ୍କ ଟାରିଫ୍‌ ଯୋଗୁ ଅଗଷ୍ଟ ୨୫ରେ ହେବାକୁ ଥିବା ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହୋଇପାରି ନାହିଁ। ଷଷ୍ଠ ପର୍ଯ୍ୟାୟ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇନାହିଁ। ଏଭଳି ସ୍ଥିତିରେ ଅନିଶ୍ଚିତତା ଲମ୍ବିଚାଲିବା ଆଶଙ୍କା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?