୧୪ଲକ୍ଷ ଠକି ୩ ଭଉଣୀଭାଇ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୧୦: ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୩ ଭଉଣୀଭାଇଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝରଣା ବାଦି (୩୨), ରାକୁମାରୀ ବାଦି (୧୯) ଓ ଭାଇ ରାଜେଶ ବାଦି (୩୦)। ଏମାନଙ୍କ ଘର ଝାରସୁଗୁଡା ପୁରୁଣାବସ୍ତି ବାବୁପଡା ହୋଇଥିବାବେଳେ କିଛିବର୍ଷ ହେଲା ବରଗଡ ଜିଲା ପ୍ରଧାନପାଲି ଛକ ଗଣପତି ଆପାଟମେଣ୍ଟରେ ଭଡ଼ାରେ ରହୁଥିଲେ। ଏମାନଙ୍କ ନିକଟରୁ ପୋଲିସ ୧୨ଲକ୍ଷ ୯୬ହଜାର ଟଙ୍କା, ଏକ କାର୍‌, ୩ ମୋବାଇଲ୍‌,୧ ଲାପଟପ୍‌, ନକଲି ଆଧାରକାର୍ଡ, ଭୋଟରକାର୍ଡ, ଲାମିନେଶନ ମେଶିନ, ଟଙ୍କା ଭାବେ ବ୍ୟବହାର କରୁଥିବା ପେପର ବଣ୍ଡଲ୍‌ ଆଦି ଜବତ କରିଛି।
ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି, ଠକାମିର ଶିକାର ହୋଇଥିବା ବ୍ରଜରାଜନଗର ଥାନା ଚିଚିଣ୍ଡା ଗ୍ରାମର ମାନସ ରଞ୍ଜନ ପଟେଲଙ୍କ ଅଭିଯୋଗକୁ ନେଇ ଗତ ଶୁକ୍ରବାର ଝାରସୁଗୁଡା ଟାଉନ ଥାନାରେ ମାମଲା (ନଂ୫୨୧/୨୧) ରୁଜୁ ହୋଇଥିଲା। ପୋଲିସ ତଦନ୍ତରୁ ଜଣାପଡିଥିଲା, ମାନସ ୮ମାସ ତଳେ ରେଳବାଇରେ ଚାକିରି କରିବା ପାଇଁ ପରୀକ୍ଷା ଦେଇଥିଲେ। ଏହାର ଫଳ ବାହାରି ନ ଥିବାବେଳେ ୩ମାସ ତଳେ ବଡଭଉଣୀ ଝରଣା ନିଜକୁ ରେଳବାଇର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ମାନସଙ୍କୁ ଫୋନ୍‌ କରିଥିଲେ। ୧୪ଲକ୍ଷ ଟଙ୍କା ଦେଲେ ତୁମକୁ ଚାକିରି ଦିଆଯିବ ବୋଲି କହିଥିଲେ। ମାନସ ଟ୍ରାକ୍ଟର ବନ୍ଧକ, ସମ୍ପର୍କୀୟ ବଡଭାଇଙ୍କ ନିକଟରୁ ଧାରଉଧାର କରି ୧୪ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ପରେ ସେ ଝରଣାଙ୍କୁ ଫୋନ୍‌ କରିଥିଲେ। ଝରଣା ଓ ତାଙ୍କ ଭାଇ ଭଉଣୀ ଶୁକ୍ରବାର ଝାରସୁଗୁଡା ସହରର ଏକ ହୋଟେଲରେ ରହିବା ପରେ ମାନସଙ୍କୁ ଟଙ୍କାଧରି ଆସିବାକୁ କହିଥିଲେ। ମାନସ ହୋଟେଲ ତଳମହଲାରେ ଅପେକ୍ଷା କରିଥିବା ୩ ଭଉଣୀ ଭାଇଙ୍କୁ ଭେଟିଥିଲେ। ସେମାନେ ଏତେଟଙ୍କା ଧରିଛ ଭିଜିଲାନ୍ସ ଧରିବ କହି ତାଙ୍କ ନିକଟରୁ ଟଙ୍କାନେଇ ଏକ ଲେଦର ବ୍ୟାଗ୍‌ରେ ରଖି ଚାବି ପକାଇଥିଲେ। ପୂର୍ବରୁ ଏକାଭଳି ଅନ୍ୟ ଲେଦର ବ୍ୟାଗ୍‌ରେ କାଗଜ ବଣ୍ଡଲ ରଖାଯାଇ ଚାବି ପକାଯାଇଥିଲା। ପରେ ବ୍ୟାଗ୍‌ ପରିବର୍ତ୍ତନ କରି ନକଲି ବ୍ୟାଗକୁ ମାନସଙ୍କୁ ଧରାଇ ଦେଇଥିଲେ। ରୁମ୍‌ ଭିତରେ ତାଙ୍କୁ ବସାଇ ସେମାନେ ରେଳବାଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଡାକିବାକୁ ଯାଉଛୁ କହି ବାହାରପଟୁ ରୁମ୍‌ବନ୍ଦକରି ପଳାଇଥିଲେ। ଦୀର୍ଘ ସମୟ ପରେ ମାନସ ସେମାନଙ୍କୁ ଫୋନ୍‌ କରିବାରୁ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ମାନସ ରୁମ୍‌ର ଭିତର ଲକ୍‌ଭାଙ୍ଗି ବାହାରକୁ ଆସି ଟଙ୍କା ବ୍ୟାଗ୍‌ ଯାଞ୍ଚ କରିବାରୁ ତା’ ଭିତରେ ଖାଲି କାଗଜ ଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri