୧୪ଲକ୍ଷ ଠକି ୩ ଭଉଣୀଭାଇ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୧୦: ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୩ ଭଉଣୀଭାଇଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝରଣା ବାଦି (୩୨), ରାକୁମାରୀ ବାଦି (୧୯) ଓ ଭାଇ ରାଜେଶ ବାଦି (୩୦)। ଏମାନଙ୍କ ଘର ଝାରସୁଗୁଡା ପୁରୁଣାବସ୍ତି ବାବୁପଡା ହୋଇଥିବାବେଳେ କିଛିବର୍ଷ ହେଲା ବରଗଡ ଜିଲା ପ୍ରଧାନପାଲି ଛକ ଗଣପତି ଆପାଟମେଣ୍ଟରେ ଭଡ଼ାରେ ରହୁଥିଲେ। ଏମାନଙ୍କ ନିକଟରୁ ପୋଲିସ ୧୨ଲକ୍ଷ ୯୬ହଜାର ଟଙ୍କା, ଏକ କାର୍‌, ୩ ମୋବାଇଲ୍‌,୧ ଲାପଟପ୍‌, ନକଲି ଆଧାରକାର୍ଡ, ଭୋଟରକାର୍ଡ, ଲାମିନେଶନ ମେଶିନ, ଟଙ୍କା ଭାବେ ବ୍ୟବହାର କରୁଥିବା ପେପର ବଣ୍ଡଲ୍‌ ଆଦି ଜବତ କରିଛି।
ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି, ଠକାମିର ଶିକାର ହୋଇଥିବା ବ୍ରଜରାଜନଗର ଥାନା ଚିଚିଣ୍ଡା ଗ୍ରାମର ମାନସ ରଞ୍ଜନ ପଟେଲଙ୍କ ଅଭିଯୋଗକୁ ନେଇ ଗତ ଶୁକ୍ରବାର ଝାରସୁଗୁଡା ଟାଉନ ଥାନାରେ ମାମଲା (ନଂ୫୨୧/୨୧) ରୁଜୁ ହୋଇଥିଲା। ପୋଲିସ ତଦନ୍ତରୁ ଜଣାପଡିଥିଲା, ମାନସ ୮ମାସ ତଳେ ରେଳବାଇରେ ଚାକିରି କରିବା ପାଇଁ ପରୀକ୍ଷା ଦେଇଥିଲେ। ଏହାର ଫଳ ବାହାରି ନ ଥିବାବେଳେ ୩ମାସ ତଳେ ବଡଭଉଣୀ ଝରଣା ନିଜକୁ ରେଳବାଇର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ମାନସଙ୍କୁ ଫୋନ୍‌ କରିଥିଲେ। ୧୪ଲକ୍ଷ ଟଙ୍କା ଦେଲେ ତୁମକୁ ଚାକିରି ଦିଆଯିବ ବୋଲି କହିଥିଲେ। ମାନସ ଟ୍ରାକ୍ଟର ବନ୍ଧକ, ସମ୍ପର୍କୀୟ ବଡଭାଇଙ୍କ ନିକଟରୁ ଧାରଉଧାର କରି ୧୪ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ପରେ ସେ ଝରଣାଙ୍କୁ ଫୋନ୍‌ କରିଥିଲେ। ଝରଣା ଓ ତାଙ୍କ ଭାଇ ଭଉଣୀ ଶୁକ୍ରବାର ଝାରସୁଗୁଡା ସହରର ଏକ ହୋଟେଲରେ ରହିବା ପରେ ମାନସଙ୍କୁ ଟଙ୍କାଧରି ଆସିବାକୁ କହିଥିଲେ। ମାନସ ହୋଟେଲ ତଳମହଲାରେ ଅପେକ୍ଷା କରିଥିବା ୩ ଭଉଣୀ ଭାଇଙ୍କୁ ଭେଟିଥିଲେ। ସେମାନେ ଏତେଟଙ୍କା ଧରିଛ ଭିଜିଲାନ୍ସ ଧରିବ କହି ତାଙ୍କ ନିକଟରୁ ଟଙ୍କାନେଇ ଏକ ଲେଦର ବ୍ୟାଗ୍‌ରେ ରଖି ଚାବି ପକାଇଥିଲେ। ପୂର୍ବରୁ ଏକାଭଳି ଅନ୍ୟ ଲେଦର ବ୍ୟାଗ୍‌ରେ କାଗଜ ବଣ୍ଡଲ ରଖାଯାଇ ଚାବି ପକାଯାଇଥିଲା। ପରେ ବ୍ୟାଗ୍‌ ପରିବର୍ତ୍ତନ କରି ନକଲି ବ୍ୟାଗକୁ ମାନସଙ୍କୁ ଧରାଇ ଦେଇଥିଲେ। ରୁମ୍‌ ଭିତରେ ତାଙ୍କୁ ବସାଇ ସେମାନେ ରେଳବାଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଡାକିବାକୁ ଯାଉଛୁ କହି ବାହାରପଟୁ ରୁମ୍‌ବନ୍ଦକରି ପଳାଇଥିଲେ। ଦୀର୍ଘ ସମୟ ପରେ ମାନସ ସେମାନଙ୍କୁ ଫୋନ୍‌ କରିବାରୁ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ମାନସ ରୁମ୍‌ର ଭିତର ଲକ୍‌ଭାଙ୍ଗି ବାହାରକୁ ଆସି ଟଙ୍କା ବ୍ୟାଗ୍‌ ଯାଞ୍ଚ କରିବାରୁ ତା’ ଭିତରେ ଖାଲି କାଗଜ ଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଣନିଃଶ୍ୱାସୀ କରୁଛି ଓଏମ୍‌ସି ଡମ୍ପ

ଯାଜପୁର ଅଫିସ, ୯।୭: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ଅଧୀନ ହାଟସାହି (ଗୁରୁଜଙ୍ଗପାଳ) ଗ୍ରାମ ପଟକୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି...

ଭୂମିହୀନଙ୍କୁ ପଟ୍ଟା ମାମଲା: ଆର୍‌ଡିସିଙ୍କ ବିରୋଧରେ କଣ୍ଟେପ୍ଟ କେସ୍‌ ରୁଜୁ

କେନ୍ଦ୍ରାପଡ଼ା ଅଫିସ,୪।୯: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ତହସିଲ ଅଞ୍ଚଳରେ ଜମି ଥାଇ ମଧ୍ୟ ଭୂମିହୀନ ଯୋଜନାରେ ସାମିଲ ହେଉଛନ୍ତି। ଏପରି ଅଭିଯୋଗର ବିଚାର ପାଇଁ ରାମନଗର...

ପଦନୀପାଳକୁ ଜିଲାପାଳଙ୍କ ଗସ୍ତ: ଖୁବ୍‌ଶୀଘ୍ର ପୋଲ ନିର୍ମାଣ ପ୍ରତିଶ୍ରୁତି

ଆଳି/ରାଜକନିକା, ୫।୧୨ (ଡି.ଏନ୍‌.ଏ): ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତ ଚତୁଃପାର୍ଶ୍ୱରେ କାଣୀ ଓ ଖରସ୍ରୋତା ନଦୀ ଘେରି ରହିଥିବାରୁ ପଞ୍ଚାୟତବାସୀ ଘରୁ ବାହାରିଲେ ଡଙ୍ଗାର...

ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୫।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଦେଇଯାଇଥିବା ସେରଗଡ଼-ନୀଳଗିରି-ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥ ଖାଲଖମାପୂର୍ଣ୍ଣ ହୋଇଥିବାରୁ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି ା ଉକ୍ତ ରାସ୍ତାର...

ସାମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ: ବର୍ଷାଋତୁ ଆସିବା ପୂର୍ବରୁ ମରାମତି ଲାଗି ଦାବି

ହିିଞ୍ଜିଳିକାଟୁ,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି।...

ପଥରରେ ମହାପ୍ରଭୁଙ୍କ କୁନି ନନ୍ଦିଘୋଷ

ପୁରୀ ଅଫିସ ୨୮।୬: ପୁରୀ ପଥର ଶିଳ୍ପୀ ପଥୁରିଆ ସାହି ବାସିନ୍ଦା ନିରଞ୍ଜନ ମହାରଣା ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଏକ କ୍ଷୁଦ୍ର ପ୍ରତିକୃତି ପଥରରେ ଗଢିଛନ୍ତି।...

ପ୍ରଯୁକ୍ତି କୌଶଳ ଶିଖାଇଲା ଆତ୍ମନିଯୁକ୍ତି ବାଟ

ଖଇରା, ୨୭।୧୧(ଡି.ଏନ.ଏ.)-ଆଧୁନିକ ପ୍ରଯୁକ୍ତି କୌଶଳ ଶିଖି ଏହାକୁ କାର୍ଯ୍ୟରେ ଲଗାଇଲେ, ଆତ୍ମନିଯୁକ୍ତି ସୁଯୋଗ ଆପଣାଛାଏଁ ହାତରେ ପହଞ୍ଚିଯିବ । ଏକଥା କହନ୍ତି, ବାଲେଶ୍ୱର ଜିଲା ଅଧୀନ...

ସ୍ତ୍ରୀ, ପୁଅଙ୍କୁ ଗୁଳି ଉଦ୍ୟମ

ଛେଣ୍ଡିପଦା,୪।୯(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅଙ୍କୁ ଆକ୍ରମଣ ଅଭିଯୋଗରେ ଜେଲ୍‌ ଯାଇ କିଛିଦିନ ତଳେ ବେଲ୍‌ରେ ଆସିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର...

Advertisement
Archives

Model This Week