ବ୍ରାଉନ୍‌ସୁଗାର ବେପାରୀଙ୍କ ୧.୩୨ କୋଟିର ଘର ଜବତ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜଧାନୀ ଉପକଣ୍ଠ ୧୬ ନଂ. ଜାତୀୟ ରାଜପଥର ପାହାଳ କ୍ରସିଂ ନିକଟରୁ ୪ ମାସ ତଳେ ୧.୨୭କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ ମାମଲାରେ ଗିରଫ ହୋଇ ଜେଲରେ ଥିବା ଏସ୍‌.କେ. ଜାମ୍‌ସେଦଙ୍କ ସମ୍ପତ୍ତି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ୧.୩୨ କୋଟି ଟଙ୍କାର ଏକ ୩ ମହଲା କୋଠା ରହିଛି। ଏହାକୁ ବାଜ୍ୟାପ୍ତି ପାଇଁ ଅର୍ଥମନ୍ତ୍ରାଳୟ ରାଜସ୍ବ ବିଭାଗର କୋଲ୍‌କାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କଠାରୁ ଏସ୍‌ଟିଏଫ୍‌ ଅନୁମତିି ଲୋଡ଼ିଥିବା ମଙ୍ଗଳବାର ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛି। ନିଶା ବେପାର ଦ୍ୱାରା ଅଭିଯୁକ୍ତ ଏସ୍‌.କେ. ଜାମ୍‌ସେଦ ଏହି ବଆଇନ ସମ୍ପତ୍ତି ଠାବ କରିଛନ୍ତି। ଜାମସେଦ୍‌ ହେଉଛନ୍ତି ନିଶା ବେପାରୀ ଶିବ ପ୍ରସାଦ ଦାସଙ୍କ ଘନିଷ୍ଠ ସହଯୋଗୀ। ଜାମସେଦ୍‌ଙ୍କ ନାମରେ ଏସ୍‌ଟିଏଫ୍‌ ବ୍ୟତୀତ ଲାଲବାଗ୍‌ ଥାନା ଓ ବାଲିଅନ୍ତା ଥାନାରେ ମଧ୍ୟ ଗୋଟିଏ ଲେଖାଏ ନିଶା କାରବାର ଜନିତ ମାମଲା ରହିଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି। ସୂଚନାନୁଯାୟୀ, ଗତ ଫେବୃୟାରୀ ୨୦ ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ୧୬ ନଂ. ଜାତୀୟ ରାଜପଥର ପାହାଳ କ୍ରସିଂ ନିକଟରେ ଶିବୁ ଓ ଜାମ୍‌ସେଦ ବ୍ରାଉନ୍‌ସୁଗାର ନେଇ ଯାଉଥିବାବେଳେ ଏସ୍‌ଟିଏଫ୍‌ ଚଢ଼ାଉ କରିଥିଲା। ସେହି ସମୟରେ ଶିବୁ ଧରାପଡ଼ିଥିଲେ। ହେଲେ ସେଠାରୁ ଏସ୍‌କେ ଜାମ୍‌ସେଦ୍‌ ଖସି ପଳାଇଥିଲେ। ଶିବୁଙ୍କଠାରୁ ଗୋଟିଏ ବାଇକ୍‌ ସହ ୧ କେଜି ୨୨୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ଏସ୍‌ଟିଏଫ୍‌ ଉକ୍ତ ଘଟଣାରେ ମାମଲା(ନଂ.୫/୨୦୨୨) ରୁଜୁ କରି ଶିବୁଙ୍କୁ କୋର୍ଟଚାଲାଣ କରିଥିଲା। ଜାମ୍‌ସେଦ୍‌ଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଏପ୍ରିଲ ୨୨ରେ ଲକ୍ଷ୍ମୀସାଗର ଥାନା ହଳଦିପଡ଼ିଆ ବସ୍ତିସ୍ଥିତ ଘରେ ଏସ୍‌ଟିଏଫ୍‌ ଚଢ଼ାଉ କରି ଜାମ୍‌ସେଦ୍‌ଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri