Posted inଜାତୀୟ

୧.୨୬ ଲକ୍ଷ କୋଟିର ୧୧୬ ପରିଯୋଜନା ହେବ ବନ୍ଦ!…

ନୂଆଦିଲ୍ଲୀ,୮।୧୧ : ଦେଶରେ ଜାରି ରହିଥିବା ୧.୨୬ ଲକ୍ଷ କୋଟି ଟଙ୍କାର ୧୧୬ ଭିତ୍ତିଭୂମି ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିବାଦ, ଜମି ଅଧିଗ୍ରହଣ ଏବଂ ଅମଲାତନ୍ତ୍ରର ଉଦାସୀନତା ଯୋଗୁ ଅନେକ ବର୍ଷ ପଡ଼ି ରହିଛି। ସେସବୁ ପରିଯୋଜନାକୁ ଶୀଘ୍ର ବନ୍ଦ କରାଯାଇପାରେ। ଏହି ଯୋଜନାଗୁଡିକରେ ସରକାର ଏପର୍ଯ୍ୟନ୍ତ ୨୦,୩୧୧ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଛନ୍ତି। କିନ୍ତୁ ଯୋଜନାଗୁଡିକ ଗତିଶୀଳ ହେଉ ନଥିବା ବୋଲି ଦେଖି ବର୍ତ୍ତମାନ ସରକାର ସେସବୁକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମନସ୍ଥ କରୁଛନ୍ତି।

ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନୁଯାୟୀ ଆୟୋଗ ପ୍ରାୟ ୧୧୬ ଟି ପ୍ରକଳ୍ପ ଚିହ୍ନଟ କରିଛନ୍ତି ଯାହା ବନ୍ଦ କିମ୍ବା ବାତିଲ ପାଇଁ ବିଚାର କରାଯାଉଛି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ କେତେକ ରେଳ ଏବଂ ସଡକ କ୍ଷେତ୍ର ସହିତ ଜଡିତ ପରିଯୋଜନା ରହିଛି। ରେଳବାଇର ୫୦ ଟି ପ୍ରକଳ୍ପ ସ୍ଥଗିତ ରଖାଯିବ। ସେଥିମଧ୍ୟରୁ କିଛି ୪୦ ବର୍ଷ ପୂର୍ବେ ଅନୁମୋଦିତ ହୋଇଥିଲା। ୧୫କୁ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ମଧ୍ୟ ମିଳିନାହିଁ। ସେହିଭଳି ସଡକ କ୍ଷେତ୍ରର ୩୩ଟି ପ୍ରକଳ୍ପ ବନ୍ଦ କିମ୍ବା ସ୍ଥଗିତ ହୋଇପାରେ।

ରିପୋର୍ଟରେ ଦର୍ଶାଯାଇଛି ଯେ ଅଟକି ରହିଥିବା ରେଳ ପ୍ରକଳ୍ପର ମୂଲ୍ୟ ୪୯ ପ୍ରତିଶତ ବୃଦ୍ଧି ହୋଇ ୮୮,୩୭୩ କୋଟିରେ ପହଞ୍ଚିଛି। ରେଳବାଇର ୭୨ ଟି ପ୍ରକଳ୍ପରେ ଏପର୍ଯ୍ୟନ୍ତ ୮,୫୦୦ କୋଟିରୁ ଅଧିକ ପୁଞ୍ଜି ଖର୍ଚ୍ଚ ହୋଇଛି। ସେହିଭଳି ସଡକ ପରିବହନ ଏବଂ ରାଜପଥର ୩୩ଟି ପ୍ରକଳ୍ପ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି। ଯାହାର ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ପ୍ରକଳ୍ପଗୁଡିକ ପାଇଁ ଏପର୍ଯ୍ୟନ୍ତ ୧୧,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବାସ୍ତବରେ, ଆୟୋଗ ବନ୍ଦ କରିବାକୁ ଚିନ୍ତା କରୁଥିବା ୧୧୬ ଟି ପ୍ରକଳ୍ପ ମଧ୍ୟରୁ ୫୫ରୁ ଅଧିକ ପ୍ରକଳ୍ପ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଜମି ଅଧିଗ୍ରହଣ ବିବାଦ ଚାଲିଛି। ଅଥଚ ଅମଲାତନ୍ତ୍ରର ଉଦାସୀନ ମନୋଭାବ ଯୋଗୁୁ ଏହି ଯୋଜନାଗୁଡିକ ଅଟକି ରହିଛି। ଆୟୋଗର ରିପୋର୍ଟରେ ସମ୍ପୃକ୍ତ ମନ୍ତ୍ରଣାଳୟମାନେ ମଧ୍ୟ ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ଅନୁମୋଦନ ଦେଉ ନାହାଁନ୍ତି କିମ୍ବା ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି।

୨୦୨୩ ଆର୍ଥିକ ବର୍ଷରେ ବଜେଟରେ କେନ୍ଦ୍ର ସରକାର ରେଳ ଏବଂ ସଡ଼କ ପରିବହନ ବିଭାଗକୁ ନୂତନ ଭିତ୍ତିଭୂମି ପ୍ରକଳ୍ପର ବିକାଶ ପାଇଁ ସର୍ବାଧିକ ପରିମାଣର ଅର୍ଥ ଆବଣ୍ଟନ କରିଥିଲେ। କିନ୍ତୁ ଦଶନ୍ଧି ଧରି ବିଚାରାଧୀନ ପ୍ରକଳ୍ପଗୁଡିକରେ ଟଙ୍କା ବୁଡ଼ିବା ମଧ୍ୟ ଆର୍ଥିକ ଚିନ୍ତା ବଢ଼ାଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅଧିକାଂଶ ନୂତନ ପ୍ରକଳ୍ପ ଦ୍ୱାରା ବଦଳାଯାଇପାରିବ। ଅନେକ ପ୍ରକଳ୍ପରେ ବିଳମ୍ବ ହେତୁ ସେମାନଙ୍କର ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?