ଯାଞ୍ଚ ଅଭାବରୁ ୧.୦୩ କୋଟି ହଡ଼ପ

ଯାଜପୁର ଅଫିସ,୧୬।୧୧: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧ କୋଟି ୩ ଲକ୍ଷ ୩୯ ହଜାର ୬୮୮ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍‌ ହୋଇଛି। ସିଏଜି( ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ)ଙ୍କ ୨୦୨୦ ବର୍ଷର ରିପୋର୍ଟରେ ଏହା ପର୍ଦ୍ଦାଫାଶ ହୋଇଛି। ବ୍ୟାଙ୍କ ଖାତା ସହିତ କ୍ୟାଶବୁକ୍‌ର ମେଳ ନ ହେବା ଫଳରେ ସରକାରୀ ଅର୍ଥ ଆତ୍ମସାତ୍‌ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ସମ୍ପୃକ୍ତ ବରିଷ୍ଠ କିରାଣିଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଜିଲା ପଞ୍ଚାୟତିରାଜ ଅଧିକାରୀ(ଡିପିଓ)ଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ବିଭାଗୀୟ ଉତ୍ତର ମିଳି ନ ଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
ଓଡ଼ିଶା ଟ୍ରେଜେରି ସଂହିତା ଖଣ୍ଡ-୧ର ନିୟମ ୩୭ ଅନୁଯାୟୀ ସମସ୍ତ ଆର୍ଥିକ ନେଣଦେଣ କ୍ୟାଶବୁକ୍‌ରେ ଲିପିବଦ୍ଧ ହେବା କଥା। ଏହାସହ କ୍ୟାଶବୁକ୍‌ ଯାଞ୍ଚ ହୋଇଛି ବୋଲି କାର୍ଯ୍ୟାଳୟର ମୁଖ୍ୟଙ୍କ ଦ୍ୱାରା ପ୍ରମାଣିତ ହେବା ଜରୁରୀ। ଜିଲା ପଞ୍ଚାୟତ କାର୍ଯ୍ୟାଳୟ କ୍ଷେତ୍ରରେ ଡିପିଓଙ୍କ ଦ୍ୱାରା ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ କ୍ୟାଶ୍‌ବୁକ୍‌ ସହିତ ବ୍ୟାଙ୍କ ପାସ୍‌ବୁକର ମେଳ କରାଯିବା ଏବଂ ଏଥିସକାଶେ ଏକ ପ୍ରମାଣପତ୍ର କ୍ୟାଶବୁକ୍‌ରେ ଉଲ୍ଲେଖ କରାଯିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୧୨ ଜୁଲାଇରେ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ନୂଆପଡ଼ା ଜିଲା ପଞ୍ଚାୟତ ଅଧିକାରୀଙ୍କ ନଥିପତ୍ର ଯାଞ୍ଚରୁ ଜଣାପଡିଥିଲା ଯେ, ଡିପିଓଙ୍କ ବରିଷ୍ଠ କିରାଣି ୨୦୧୬ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ନୂଆପଡ଼ାସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କରେ ଦୁଇଟି ଚେକ ପ୍ରଦାନ କରି ୭,୦୮,୫୫୦ ଟଙ୍କାକୁ ସେଠାକାର ସେଣ୍ଟ୍ରାଲ ବ୍ୟାଙ୍କର ନିଜସ୍ବ ସଞ୍ଚୟ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରିଥିଲେ। ବ୍ୟାଙ୍କରେ ଏହା ଉପସ୍ଥାପିତ କରିବା ପୂର୍ବରୁ ସେ କାରସାଦି କରି ଚେକ୍‌ରେ ଉଲ୍ଲିଖିତ ରାଶିର ପୂର୍ବରୁ ସଂଖ୍ୟା ଯୋଡ଼ି ଦେଇଥିଲେ। ଏହାପରେ ସେ କ୍ୟାଶ୍‌ବୁକରେ ମାତ୍ର ୮,୫୫୦ ଟଙ୍କା ଦରଜ କରି ବଳକା ଅର୍ଥକୁ ଆତ୍ମସାତ୍‌ କରିଥିଲେ। ପୁଣି ୨୦୧୭ ଜାନୁୟାରୀରେ କର୍ମଚାରୀଙ୍କ ଟିଏ/ଡିଏ ବାବଦକୁ ଟ୍ରେଜେରିରୁ ୭୮.୭୨ ଲକ୍ଷ ଟଙ୍କା ଉଠାଯାଇଥିଲା। ଏହି ରାଶି ମଧ୍ୟରୁ ୬୮.୭୨ ଲକ୍ଷ ଟଙ୍କା ନୂଆପଡ଼ାସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କରେ ଡିପିଓଙ୍କ ସରକାରୀ ହିସାବ ଖାତାରେ ୨୭ ଜାନୁୟାରୀ ୨୦୧୭ରେ ଜମା କରାଯାଇଥିଲା। ବଳକା ୧୦ ଲକ୍ଷ ଟଙ୍କାକୁ ଉକ୍ତ ବ୍ୟାଙ୍କରେ ଥିବା ବରିଷ୍ଠ କିରାଣିଙ୍କ ନିଜସ୍ବ ହିସାବ ଖାତାରେ ଡାଇରେକ୍ଟ ଟ୍ରାନ୍ସଫର କ୍ରେଡିଟ ଦ୍ୱାରା ଜମା କରାଯାଇଥିଲା। ଏହି ପ୍ରବଞ୍ଚନା ବିଷୟରେ ଭାରତୀୟ ଷ୍ଟେଟବ୍ୟାଙ୍କ ୧୫ ଫେବୃୟାରୀ ୨୦୧୭ରେ ଡିପିଓଙ୍କୁ ଅବଗତ କରାଇଥିଲେ। ଏହାପରେ ଡିପିଓ କ୍ୟାଶ୍‌ବୁକ୍‌ ସହିତ ବ୍ୟାଙ୍କ ପାସ୍‌ବୁକ ମେଳ କରାଇଥିଲେ। ଏଥିରୁ ବରିଷ୍ଠ କିରାଣି ୧୭ ଲକ୍ଷ ଟଙ୍କା ଆମତ୍ସାତ କରିଥିବା ଡିପିଓ ଜାଣିବାକୁ ପାଇଥିଲେ। ସରକାରୀ ଅର୍ଥର ଆତ୍ମସାତ୍‌ କରିଥିବାରୁ ୨୮ ଫେବୃୟାରୀ ୨୦୧୭ରେ ସେ ଉକ୍ତ ବରିଷ୍ଠ କିରାଣିଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ କିରାଣିଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ।
ଅନ୍ୟପକ୍ଷରେ ନୂଆପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶ(୨୮ ଫେବୃୟାରୀ ୨୦୧୭) ଅନୁସାରେ ଉପଜିଲାପାଳ ୨୦୧୪ ଜାନୁୟାରୀଠାରୁ ଫେବୃୟାରୀ ୨୦୧୭ ମଧ୍ୟରେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କରେ ହୋଇଥିବା ଦେଣନେଣକୁ ଯାଞ୍ଚ କରିଥିଲେ। ଏନେଇ ମାର୍ଚ୍ଚ ୨୦୧୭ରେ ସେ ରିପୋର୍ଟ ଦେଇଥିଲେ ଯେ, ଭାରତୀୟ ଷ୍ଟେଟବ୍ୟାଙ୍କ ଖାତାରୁ ଉଠାଯାଇଥିବା ୧.୪୭ କୋଟି ଟଙ୍କାରୁ ୭୫ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିଲା। ଭାରତୀୟ ଷ୍ଟେଟବ୍ୟାଙ୍କରୁ ନୂଆପଡା ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ବରିଷ୍ଠ କିରାଣିଙ୍କ ନିଜସ୍ବ ହିସାବ ଖାତାକୁ ସ୍ଥାନାନ୍ତର ହୋଇଥିବା ୭ ଲକ୍ଷ ଟଙ୍କା ଏହି ୭୫ ଲକ୍ଷ ଟଙ୍କାରେ ଅନ୍ତର୍ଭୁକ୍ତ ହୋଇଥିଲା। ସେଣ୍ଟ୍ରାଲ ବ୍ୟାଙ୍କ ଖାତାକୁ ପ୍ରପଞ୍ଚ କରି ସିଧାସଳଖ ସ୍ଥାନାନ୍ତର କରାଯାଇଥିବା ୧୦ଲକ୍ଷ ଟଙ୍କାକୁ ମିଶାଇ ସମୁଦାୟ ୮୫ ଲକ୍ଷ ଟଙ୍କା ଆମତ୍ସାତ ହୋଇଥିବା କମିଟି ନିର୍ଣ୍ଣୟ କରିଥିଲା। ସମୀକ୍ଷା ସମୟରେ ଏହା ପୁନଃପରିଲକ୍ଷିତ ହୋଇଥିଲା ଯେ, ୨୦୧୪ ମେ ମାସରୁ ୨୦୧୬ ଜାନୁୟାରୀ ମଧ୍ୟରେ ନୂଆପଡ଼ା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ସାତଟି ଖାତାରୁ ଡିପିଓ ୧୮ ଲକ୍ଷ ଟଙ୍କା ଉଠାଇଥିଲେ। କିନ୍ତୁ ଉକ୍ତ ରାଶି ସଂପୃକ୍ତ କ୍ୟାଶବୁକଗୁଡିକରେ ଦରଜ କରାଯାଇ ନ ଥିଲା। ଡିପିଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଓ ଜଣେ ଚପରାଶିଙ୍କ ଦ୍ୱାରା ଏହି ରାଶି ଉଠାଯାଇଥିଲା। ଡିପିଓ କ୍ୟାଶବୁକ୍‌ରେ ଲିଖିତ ସଂଖ୍ୟାକୁ ନା ନିୟମିତ ଭାବରେ ଯାଞ୍ଚ କରିଥିଲେ ନା କ୍ୟାଶବୁକ୍‌ ଓ ବ୍ୟାଙ୍କ ପାସବୁକ୍‌ର ମାସିକ ମେଳ କରାଯାଇଥିଲା। ଡିପିଓଙ୍କର ଆଭ୍ୟନ୍ତରୀଣ ନିୟନ୍ତ୍ରଣରେ ଏହା ଏକ ଗୁରୁତର ତ୍ରୁଟି ଯୋଗୁ ୧.୦୩ କୋଟି ଟଙ୍କାର ସରକାରୀ ଅର୍ଥ ଆମତ୍ସାତ ହୋଇଥିଲା। ୨୦୧୭ ସେପ୍ଟେମ୍ବରରେ ଡିପିଓ ଏହି ତଥ୍ୟକୁ ଗ୍ରହଣ କରି ଦର୍ଶାଇଥିଲେ ଯେ, ପୂର୍ବତନ କୋଷାଧ୍ୟକ୍ଷ ଓ ଜଣେ ଚପରାଶି ମିଶି ଦସ୍ତଖତକୁ ଜାଲିଆତି କରି ଏବଂ ଚେକ୍‌ରେ ଉଲ୍ଲେଖ ରାଶିକୁ କାରସାଦି କରି ସମୁଦାୟ ଅର୍ଥକୁ ଉଠାଇ ନେଇଥିଲେ। ନିୟମ ଅନୁସାରେ ଦୃଢ଼ ଯାଞ୍ଚ ପଦ୍ଧତି ପାଳନ ହୋଇ ନ ଥିବାରୁ ଏହି ବିପୁଳ ପରିମାଣର ସରକାରୀ ଅର୍ଥ ଆତ୍ମସାତ ହୋଇ ପାରିଥିଲା। ନିଜ କର୍ତ୍ତବ୍ୟରେ ଅବହେଳା ଯୋଗୁ ସମ୍ପୃକ୍ତ ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଏଜି ପକ୍ଷରୁ ଦାବି ହୋଇଥିଲା। ୨୦୧୮ ଜୁଲାଇରେ ଏହି ମର୍ମରେ ଅର୍ଦ୍ଧ-ସରକାରୀ ପତ୍ର ଦ୍ୱାରା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବଙ୍କୁ ଅବଗତ କରାଯାଇଥିଲା। ଏପରି କି ୨୦୧୮ ଡିସେମ୍ବରରେ ଏକ ସ୍ମରଣପତ୍ର ପ୍ରେରଣ କରାଯାଇଥିଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୃକ୍ତ ଡିପିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମକଡ଼ଦମପଡ଼ାରେ କିଡ଼୍‌ନୀ ରୋଗ୍‌ ଆତଁକ୍‌

ସିନାପାଲି,୨୦।୫ (ଡି.ଏନ.ଏ)-  ନୂଆପଡା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଁଚେତ୍‌ ମକଡଦମପଡା ଗାଁବାସୀ ନିରମଲ ପାଏନ୍‌ ଅଭାବୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ପିଇ ଅନେକ ଲୋକ୍‌...

ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ: ମାରଣାସ୍ତ୍ର ଜବତ, ୨ ଗିରଫ

ବସ୍ତା, ୧।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ୬୦ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଇପାସ୍‌ ନିକଟ ଏକ ବ୍ରିଜ୍‌ଠାରେ ମଙ୍ଗଳବାର ରାତିରେ ପୋଲିସ ଚଢ଼ାଉ...

ପ୍ରେମ ପାଇଁ ହାରିଲେ ଜୀବନ

ଖଡ଼ିଆଳ,୧୭।୩(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଗୁରୁବାର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ନହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ...

ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୟାଗଡ଼ ଅଫିସ,୪।୧୦: ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦ୍ୱିତୀୟ ମହଲା ସାଧାରଣ ଓ ବିବିଧ ଉପବିଭାଗ ( ଜେନେରାଲ ଆଣ୍ଡ ମିସ୍‌ ସେକ୍ସନ)ରେ ଶୁକ୍ରବାର...

ସଜେଇ ହେଉଛି ରାନୀ ବଖରୀ

ସମ୍ବଲପୁର, ୨୩ା୭(ବ୍ୟୁରୋ): ନବବଧୂ ଭଳି ସଜେଇ ହୋଇଛି ରାନୀ ବଖରୀ। ୩ ମହଲା ବିଶିଷ୍ଟ ଐତିହାସିକ ରାଜପ୍ରାସାଦରେ ମୋଟ ୧୫ଟି କୋଠରି ରହିଛି। ତଳେ ୭,...

ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଖଇରା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମାର୍କୋଣା-ଗଣ୍ଡିବେଡ଼ ରାସ୍ତାର କଲିହା ଛକ ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ...

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଖଲ୍ଲିକୋଟ,୨୧ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ପୋଖରୀରେ ବୁଡ଼ି ବୁଧବାର ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ...

ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ: ପିଏମ୍‌ଏୱାଇ ତାଲିକାରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୧୯।୨(ଡି.ଏନ.ଏ.) – କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏଓ୍ବାଇ)ରେ ଗୃହ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ହେଲେ...

Advertisement
Archives

Model This Week