୯ ସମବାୟ ସମିତିରେ ବିହନ ନାହିଁ

ବଅଁରପାଳ, ୨୮ା୫(ଡି.ଏନ.ଏ.)ବଅଁରପାଳ ବ୍ଲକର ଚାଷୀଙ୍କୁ ମିଳୁନି ଧାନ ବିହନ। ଜମିରେ ଚାଷ ଆରମ୍ଭ ହୋଇଥିଲେ ମଧ୍ୟ ବିହନ ଅଭାବ ସେମାନଙ୍କ ଚିନ୍ତା ବଢାଇଛି। ବ୍ଲକ ଅଧୀନରେ ମୋଟ ୧୩ଟି କୃଷି ସମବାୟ ସମିତି ଥିଲେ ମଧ୍ୟ ୯ଟିରେ ଚାଷୀଙ୍କୁ ଧାନ ବିହନ ଯୋଗାଯାଉନାହିଁ। ଫଳରେ ବହୁ ଜମିରେ ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବା ଅଭିଯୋଗ ହୋଇଛି।
ଚଳିତ ବର୍ଷ ବ୍ଲକରେ ୧୦ ହଜାର ୯୪୫ ହେକ୍ଟରରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଚାଷୀମାନଙ୍କୁ ବିହନ ଯୋଗାଯାଉ ନ ଥିବାରୁ ବହୁ ଜମିରେ ଚାଷ ଆରମ୍ଭ ହୋଇପାରିନାହିଁ। କୃଷି ସମବାୟ ସମିତି ଜରିଆରେ ସେମାନଙ୍କୁ ବିହନ ଯୋଗାଯିବା କଥା। ଚାଷୀ ବାରମ୍ବାର ସମିତି ଯାଉଥିଲେ ହେଁ ନିରାଶ ହୋଇ ଫେରୁଛନ୍ତି। ଏହି ବ୍ଲକ ଅଧୀନରେ ୧୩ଟି କୃଷି ସମବାୟ ସମିତି ରହିଛି। ବର୍ତ୍ତମାନ ସୁଦ୍ଧା କେବଳ ବନ୍ଦା, ନୂଆହତା, କୁଇଓ ଓ ବଳରାମପ୍ରାସଦ ସମିତିରେ ବିହନ ମିଳୁଥିବାବେଳେ ବଡ଼କେରେଜାଙ୍ଗ, ଜରାସିଂହା, ତୁବେ, ତୁରଙ୍ଗ, ରଙ୍କସିଂହା, ବୁଢାପଙ୍କ, ଗଡସନ୍ତ୍ରୀ ତଳମୂଳ ଓ ଫୁଲୁପଡ଼ା ଆଦି ସମିତିରେ ବିହନ ମହଜୁଦ ନାହିଁ। ବଅଁରପାଳ ବ୍ଲକ ପାଇଁ ବିହନ ନିଗମକୁ ୧୩୩୭ କୁଇଣ୍ଟାଲ ଧାନ ବିହନ ଯୋଗାଇ ଦିଆଯାଇଛି। ସମବାୟ ସମିତିଗୁଡିକ ବିହନ ନିଗମରେ ଡ୍ରାଫ ଜାମ କରି ବିହନ ଉଠାଇବା କଥା। ହେଲେ ଏ ପର୍ଯ୍ୟନ୍ତ ବହୁ ସମିତି ବିହନ ନିଗମରେ ଡ୍ରାଫ ଜମା କରି ନ ଥିବା ଜଣାପଡିଛି। ସେହିପରି ସମିତିରେ ବିହନ ମିଳୁ ନ ଥିବାରୁ କେତେଜଣ ଚାଷୀ ଘରେ ସାଇତି ରଖିଥିବା ପୁରୁଣା ବିହନ ଓ ବଜାରରୁ ଅଧିକ ଦରରେ ବିହନ କିଣି ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡଛି। ଶୀଘ୍ର ବିହନ ନ ମିଳିଲେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ବଅଁରପାଳ ସହକାରୀ କୃଷି ଅଧିକାରୀ ସୁମନ୍ତ ନାୟକ କୁହନ୍ତି, ବର୍ତ୍ତମାନ ସୁଦ୍ଧା ୪ଟି କୃଷି ସମବାୟ ସମିତିରେ ଧାନ ବିହନ ମହଜୁଦ ରହିଛି। ଅନ୍ୟ ୯ଟି ସମିତିରେ ଖୁବ୍‌ଶୀଘ୍ର ବିହନ ମହଜୁଦ ରହିବ। ସେଥିପାଇଁ ଧୀରେ ଧୀରେ ସମସ୍ତ ସମିତି ବିହନ ନିଗମରେ ଡ୍ରାଫ ଜମା କରି ବିହନ ଉଠାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri