୭ମାସ ପରେ ଡାକ୍ତର ନିଯୁକ୍ତି

ଢେଙ୍କିକୋଟ, ୩୧ା୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୭ମାସ ହେଲା ଡାକ୍ତର ନ ଥିବାରୁ ଗରିବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଶୀର୍ଷକ ପାଠ ଅବ୍ୟବସ୍ଥା ଘେରରେ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଧରିତ୍ରୀରେ ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଏଠାକୁ ଚଳିତ ବର୍ଷ କଟକ ଏସ୍‌ସିବି ମେଡ଼ିକାଲ କଲେଜରୁ ଡାକ୍ତରୀ ପାସ୍‌ କରିଥିବା କେନ୍ଦୁଝର ଜିଲା ତୁର୍ମୁଙ୍ଗା ନୂଆଗାଁ ଗ୍ରାମର ଡାକ୍ତର ଲକ୍ଷ୍ମଣ କୁମାର ମହାନ୍ତଙ୍କୁ ନୂତନ ଡାକ୍ତର ଭାବେ ନବନିଯୁକ୍ତ ଦେଇଛନ୍ତି। ଡାକ୍ତର ଲକ୍ଷ୍ମଣ କୁମାର ମହାନ୍ତ ମଙ୍ଗଳବାର କେନ୍ଦୁଝର ଜିଲା ଆରାଧ୍ୟା ଦେବୀ ମା’ ତାରିଣୀଙ୍କୁ ଦର୍ଶନ କରି ଅପରାହ୍ନ ୪ଟାରେ ଆସି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରେ ଯୋଗଦେଇ ରୋଗୀ ସେବା ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାର ନୂତନ ଭାବେ ଡାକ୍ତର ନିଯୁକ୍ତି ଦେଇଥିବା ଜାଣି ଢେଙ୍କିକୋଟ ଅଞ୍ଚଳର ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ବ୍ୟକ୍ତିବିଶେଷ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢେଙ୍କିକୋଟ ବିକାଶମଞ୍ଚ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅପରାହ୍ନରେ ଡାକ୍ତରଙ୍କୁ ଭେଟି ବିକାଶ ମଞ୍ଚର ସଦସ୍ୟ ତଥା ସାମ୍ବାଦିକ ନୀଳମଣି ମଣ୍ଡଳ, ନୃସିଂହନାଥ ସିଂ, ବଣିକ ସଂଘ ସଦସ୍ୟ, ଲଲାଟେନ୍ଦୁ ସାହୁ, ଜଗନ୍ନାଥ ମହାନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏଠାରେ ଫାର୍ମାସିଷ୍ଟ ଜଣେ ଆବଶ୍ୟକ ବୋଲି ସାଧାରଣରେ ଦାବି ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri