୭ଦିନ ଧରି ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର,୪ା୨(ବ୍ୟୁରୋ): ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଚଳିତ ବର୍ଷ ବିଜେଡି ସପ୍ତହବ୍ୟାପୀ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି। ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ ତାଙ୍କ ଜନ୍ମସ୍ଥାନ କଟକରୁ ଆରମ୍ଭ କରାଯିବ। ଚଳିତ ବର୍ଷ ବିଜେଡି ରାଜ୍ୟରେ ସରକାର କରିବାର ୨୦ବର୍ଷ ପୂରଣ ହେଉଛି। ତେଣୁ ସରକାରଙ୍କ ୨୦ବର୍ଷ ପୂର୍ତ୍ତି ମଧ୍ୟ ଏହି ଅବସରରେ ବଡ଼ ଧରଣର ପାଳନ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଏନେଇ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ବସିଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ ହେବାକୁ ଥିବାବେଳେ ରାଜ୍ୟର ସମସ୍ତ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି। ୫ମ ଥର ଲାଗି ରାଜ୍ୟରେ ବିଜେଡି ଶାସନ କ୍ଷମତାକୁ ଆସିଥିବାବେଳେ ଗତ ୨୦ବର୍ଷ ସରକାରରେ ରହିବା ମଧ୍ୟରେ ଯେଉଁସବୁ ସଫଳ ଜନକଲ୍ୟାଣକାରୀ ଯୋଜନା କରାଯାଇଛି ତା’ର ରାଜ୍ୟବ୍ୟାପୀ ପ୍ରଚାର ମଧ୍ୟ କରାଯିବ।
ଏମ୍‌ପି ଅନଙ୍ଗ ଉଦୟ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ବରିଷ୍ଠ ନେତା ସାମିଲ ହୋଇ ବିଜୁ ଜୟନ୍ତୀ ପାଳନ ସମ୍ପର୍କିତରେ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକ ଶେଷରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଏଥର ବିଜୁ ଜୟନ୍ତୀ ରାଜ୍ୟରୁ ଆରମ୍ଭ କରି ବ୍ଲକ ଏବଂ ଓ୍ବାର୍ଡସ୍ତର ପର୍ଯ୍ୟନ୍ତ ପାଳନ କରାଯିବ। କଟକରେ ପ୍ରଥମ ଦିନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ। ଛାତ୍ର, ଯୁବ ଏବଂ ମହିଳା ସଙ୍ଗଠନ ମଧ୍ୟ ଏଥିରେ ସାମିଲ ହୋଇ ନିଜସ୍ବ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବେ ବୋଲି ସେ କହିଛନ୍ତି। ଅନ୍ୟପଟେ ବୈଠକରେ ଉପସ୍ଥିତ ଅନ୍ୟ ଜଣେ ନେତା କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ବୈଠକ ଆଜି ଅନୁଷ୍ଠିତ ହୋଇଥିବାବେଳେ ପ୍ରଥମ ଦିନ କାର୍ଯ୍ୟକ୍ରମ କଟକର କେଉଁଠାରେ ଅନୁଷ୍ଠିତ ହେବ ସେନେଇ ନିର୍ଦ୍ଦିଷ୍ଟଭାବେ ଏ ପର୍ଯ୍ୟନ୍ତ କୌଣସି ସ୍ଥାନ ଚୂଡ଼ାନ୍ତ ହୋଇନାହିଁ। ଉଦ୍‌ଯାପନୀ ଉତ୍ସବ କିନ୍ତୁ ପଶ୍ଚିମ ଓଡ଼ିଶାରେ ଅନୁଷ୍ଠିତ ହେବ। ଏଥିରେ ମଧ୍ୟ ରାଜ୍ୟସ୍ତରୀୟ ନେତାମାନେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ ସବୁଥର ଭଳି ଜିଲାସ୍ତରରେ ମଧ୍ୟ ପାଳନ ହେବ। ଯୁବ ଏବଂ ଛାତ୍ର ସଙ୍ଗଠନ ପକ୍ଷରୁ ରାଜ୍ୟର ସବୁ ଜିଲାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ପୂରା ବର୍ଷେ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଗ୍ରାହକଙ୍କ ସୁବିଧା ପାଇଁ …

ଚେନ୍ନାଇ,୨୮।୮: ତାମିଲନାଡୁରେ ମଦର ଖୁଚୁରା ବିକ୍ରି ଉପରେ ସରକାରୀ ଏକାଧିକାର ରଖୁଥିବା ସଂସ୍ଥା TASMAC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ…

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

‘ଇମ୍ରାନ ଖାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର’, ବଡ଼ ଦାବି କଲେ ପୁଅ

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ଅଭିଯୋଗ ଆସିଛି । ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଖାନ ଓ ସୁଲେମାନ ଖାନ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri