୬ମାସ ପରେ ଉତ୍ପାଦନକ୍ଷମ ହେଲା ଫେରୋକ୍ରୋମ କାରଖାନା,ଠିକାସଂସ୍ଥାକୁ ଶ୍ରମିକ ଯୋଗାଣ ଦାୟିତ୍ୱ

ଯାଜପୁର ଅଫିସ,୧୧।୧୨- ଦୀର୍ଘ ୬ ମାସ ଧରି ବନ୍ଦ ପଡ଼ିଥିବା ଇଡକଲ ଫେରୋକ୍ରୋମ ଆଣ୍ଡ ଆଲୟେଜ ଲିଃ, ଇଫ୍‌କଲ୍‌ କାରଖାନା ମଙ୍ଗଳବାର ପୁଣି ପୂର୍ଣ୍ଣମାତ୍ରାରେ ଉପତ୍ାଦନକ୍ଷମ ହୋଇଛି। ଏଥିରେ କେତେକ ଠିକାସଂସ୍ଥାକୁ ଶ୍ରମିକ ନିୟୋଜନ ଦାୟିତ୍ୱ ଦିଆଯାଇଛି। ତେବେ ପୂର୍ବରୁ କାର୍ଯ୍ୟ କରୁଥିବା କେତେକ ଶ୍ରମିକଙ୍କୁ ଏବେ କାମ ଦେବାରେ ପାତରଅନ୍ତର ହେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ଶ୍ରମିକ ମହଲରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଆନ୍ଦୋଳନର ଦାନା ବାନ୍ଧୁଛି। ଫେରୋକ୍ରୋମ କାରଖାନାରୁ ଉପତ୍ାଦିତ ହାଇକାର୍ବନ ଫେରୋକ୍ରୋମର ବିକ୍ରି ମୂଲ୍ୟ ଉପତ୍ାଦନ ଖର୍ଚ୍ଚ ଠାରୁ ଢେର କମ୍‌ ଥିବା ଆକଳନ କରି କାରଖାନାକୁ ବନ୍ଦ କରିବାକୁ ୨୯ା୦୫ା୨୦୧୯ରେ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଗତ ଜୁନ ୧ତାରିଖରୁ କାରଖାନାର ୨ଟି ଯାକ ଫର୍ନେସକୁ ବନ୍ଦ କରିଦେବା ଫଳରେ ଉପତ୍ାଦନ କାର୍ଯ୍ୟରେ ନିୟୋଜିତ ୪୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ ହରାଇଥିଲେ। ଏଥିପୂର୍ବରୁ କାରଖାନାର ଏକମାତ୍ର ସୁକିନ୍ଦା କାଳିଆପାଣି କ୍ୟାପ୍‌ଟିଭ ମାଇନ୍ସ ତଳଙ୍ଗୀକୁ ସିଏମ୍‌ଡି ଏକ ଶ୍ରମିକ ସଂଗଠନର ଅଭିଯୋଗ କ୍ରମେ ୩ମାସିଆ ନୋଟିସ ଦେଇ ୧୧ା୧୧ା୨୦୧୮ରୁ ବନ୍ଦ କରି ଦେଇଥିଲେ। ଫଳରେ ୧ ଟନ୍‌ ହାଇକାର୍ବନ ଉପତ୍ାଦନରେ କ୍ରୋମ୍‌ ଓର ପାଇଁ ୨୮ ହଜାର ପାଖାପାଖି ଅଧିକ ଖର୍ଚ୍ଚ କରିବାକୁ ପରିସ୍ଥିତି ଉପୁଜିଥିଲା। ଖଣିକୁ ବନ୍ଦ କରିଦେବା ଉଭୟ ତଳଙ୍ଗୀ ଖଣି ଓ ଫେରୋକ୍ରୋମ କାରଖାନା ବନ୍ଦ ହେବାର ମୁଖ୍ୟ କାରଣ ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। ଏହା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିବା ସହିତ ଶ୍ରମିକ ଓ କର୍ମଚାରୀ ମହଲରେ ଘୋର ନୈରାଶ୍ୟ ଖେଳାଇ ଦେଇଥିଲା।
ଏବେ ମଧ୍ୟ ଫେରୋକ୍ରୋମର ବିକ୍ରି ମୂଲ୍ୟ ଯଥେଷ୍ଟ କମ୍‌ ରହିଛି। ଗତ ୧ ମାସ ମଧ୍ୟରେ ୩ ଥର ବଜାର ଦର ହ୍ରାସ ପାଇଛି। ଯଥା ଟନ ପିଛା ୬୭ ହଜାରରୁ ୬୫ହଜାର, ପୁଣି ୬୫ ହଜାରରୁ ୬୨ ହଜାର ଓ ଏବେ ୨/୩ ଦିନ ତଳେ ଆଉ ୧ହଜାର ହ୍ରାସ ପାଇ ୬୧ ହଜାରରେ ପହଞ୍ଚତ୍ଛି। ଲୋକାଲ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ବାଦ ଦେଲେ କାରଖାନା ଟନ୍‌ ପିଛା ୫୯ ହଜାର ବିକ୍ରି ମୂଲ୍ୟ ପାଇବ। ଏଭଳି ନକାରାତ୍ମକ ସ୍ଥିତିରେ ଇଡ଼କଲର ଉଚ୍ଚ କର୍ତ୍ତୃପକ୍ଷ କାରଖାନା ଚଳାଇବାକୁ ଇଚ୍ଛୁକ ନ ଥିଲେ। କିନ୍ତୁ ଶ୍ରମିକଙ୍କ ସ୍ବାର୍ଥ ଦୃଷ୍ଟିରୁ କାରଖାନାକୁ ଚଳାଇବାକୁ ବାଧ୍ୟ ବୋଲି କାରଖାନା କର୍ତ୍ତୃପକ୍ଷ ମତପ୍ରକାଶ କରିଛନ୍ତି। କାରଖାନାରେ ଏବେ ୪/୫ ହଜାର ଟନ୍‌ ତଳଙ୍ଗୀ ଓର ଅଛି। ଏଠାରେ ଥିବା ୬.୫ ଏମ୍‌ଭିଏରୁ ୨୦ ଏମ୍‌ଟି ଏବଂ ୯ ଏମ୍‌ଭିଏ ଫର୍ନେସରୁ ୪୦ ଏମ୍‌ଟି, ଏପରି ମୋଟ ୨ଟି ଫର୍ନେସରୁ ଦୈନିକ ୬୦ ଏମ୍‌ଟି ଉପତ୍ାଦନ ହୋଇଥାଏ। ୬୦ଟନ ଉପତ୍ାଦନ ପାଇଁ ଟନ୍‌ ପିଛା ୨.୫ ଟନ୍‌ ହିସାବରେ ଦୈନିକ ୧୫୦ଟନ ଲୁହା ପଥର ଆବଶ୍ୟକ। ଏହିପରି ଚାଲିଲେ କାରଖାନାରେ ଗଚ୍ଛିତ ଥିବା ଲୁହା ପଥର ୪/୫ ମାସ ମଧ୍ୟରେ ଶେଷ ହୋଇଯିବ। ଏହିକ୍ରମରେ ଶ୍ରମିକ ନେତା ଦୁଷ୍ମନ୍ତ ରାଉତଙ୍କ ସମେତ ଶ୍ରମିକମାନେ କହିଛନ୍ତି ଯେ, ଆନ୍ଦୋଳନ କରିଥିବା ଶ୍ରମିକଙ୍କୁ ଖୋଜି ଖୋଜି କାମ ନ ଦେଇ ରାଜନୈତିକ ବୋଲ ମାନୁଥିବା ଶ୍ରମିକଙ୍କୁ ଅଗ୍ରାଧିକାର ଭିତ୍ତିରେ କାମ ଦିଆଯାଇଥିବା ଚର୍ଚ୍ଚା ହେଉଛି ା ଫର୍ନେସ ସାଇଟରେ ୫୯ଜଣ ଶ୍ରମିକଙ୍କୁ ଓ ରକ୍ଷଣାବେକ୍ଷଣ ସାଇଟରେ ୮୦ଜଣ ଶ୍ରମିକଙ୍କୁ ବାଛି ବାଛି ନିଆଯାଇଛି। ପୁଣି ନୂତନ ଟେଣ୍ଡରରେ ସମସ୍ତ ଶ୍ରମ ଆଇନକୁ ଜଳାଞ୍ଜଳି ଦିଆଯାଇ ୨୦ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ଥିବା ଶ୍ରମିକଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ଖଟାଇ ଦୈନିକ ୩୦୦ଟଙ୍କାରୁ କମ୍‌ ଦେବାର ବ୍ୟବସ୍ଥା କରିଛନ୍ତି। ୪୦୦ ଶ୍ରମିକ କାମ ହରାଇଥିବା ବେଳେ ଏବେ ୨୦୦ରୁ କମ୍‌ ସଂଖ୍ୟକ ଶ୍ରମିକ ଲଗାଯିବାକୁ ଯୋଜନା କରାଯାଇଛି। ଅତୀତର ସମସ୍ତ ଦୁର୍ନୀତିର ପର୍ଦ୍ଦାଫାଶ ସହ କିପରି କାରଖାନା ସୁରୁଖୁରରେ ବେଶି ଦିନ ଚାଲିବ ସେଥିଲାଗି ରାଜ୍ୟର ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାକୁ ଶ୍ରମିକ ନେତା ରାଉତ ଦାବି କରିଛନ୍ତି। ଏସଂକ୍ରାନ୍ତରେ ଫେରୋକ୍ରୋମ କାରଖାନାର ଏମ୍‌ଡି ବୀରକିଶୋର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ୫ଜଣ ଠିକାସଂସ୍ଥାକୁ ଶ୍ରମିକ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି। ତେଣୁ କେଉଁ ଶ୍ରମିକମାନଙ୍କୁ କାମ ଦେବେ ତାହା ସଂପୃକ୍ତ ଠିକାସଂସ୍ଥା ବୁଝିବ। ଆଗାମୀ ଦିନରେ କାରଖାନାକୁ ସମ୍ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?