କାର୍ଯ୍ୟକାରୀ ହେଉନି ଘରୋଇ ସ୍କୁଲ ବସ୍‌ ପଲିସି-୨୦୧୬: ଘରୋଇ ସ୍କୁଲ, କଲେଜକୁ ଜିଲାପାଳଙ୍କ ନୋଟିସ

ବ୍ରହ୍ମପୁର ଅଫିସ,୧୧ା୧୨-ଗଞ୍ଜାମ ଜିଲାରେ କାର୍ଯ୍ୟକାରୀ ହେଉନି ସ୍କୁଲ ବସ୍‌ ପଲିସି-୨୦୧୬ ା ଜିଲାର କୌଣସି ଘରୋଇ କଲେଜ ଓ ସ୍କୁଲ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ସ୍କୁଲ ବସ୍‌ ପଲିସିକୁ ମାନୁ ନାହାନ୍ତି ା ଏ ନେଇ ପ୍ରଗତିଶୀଳ ଉତ୍କଳ ସମାଜ ଓ ଜାତୀୟ ମାନବ ଅଧିକାର ଫୋରମର ଅଭିଯୋଗ ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିୟମକୁ କଡାକଡି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ା ଏ ନେଇ ଜିଲାର ସମସ୍ତ ଘରୋଇ ସ୍କୁଲ ଓ କଲେଜକୁ ଜିଲାପାଳ ନୋଟିସ କରିଛନ୍ତି। ତୁରନ୍ତ ନିଜର ବସ୍‌ଗୁଡିକର ସ୍ଥିତି ଓ ସେଥିରେ ସରକାରୀ ନିୟମାନୁସାରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଥିବା ଆବଶ୍ୟକ ବ୍ୟବସ୍ଥା ଉପରେ ରିପୋର୍ଟ ପ୍ରଦାନ କରିବାକୁ ନୋଟିସ ଜାରି କରିଛନ୍ତି ା ଏଥିସହ ରିପୋର୍ଟ ସଂଗ୍ରହ କରି ତୁରନ୍ତ ଜିଲାପାଳଙ୍କ ନିକଟରେ ଦାଖଲ କରିବାକୁ ଜିଲା ଶିକ୍ଷାଧିକାରୀ(ଡିଇଓ), ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିବା ଜଣାପଡିଛି ା
ଘରୋଇ ସ୍କୁଲ, କଲେଜ ବସ୍‌ରେ ଯାତାୟାତ କରୁଥିବା ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୬ ଅଗଷ୍ଟରେ ରାଜ୍ୟ ସରକାର ସ୍କୁଲ ବସ୍‌ ପଲିସି-୨୦୧୬ ପ୍ରଣୟନ କରିଥିଲେ। ଉକ୍ତ ନିୟମାନୁସାରେ, ଘରୋଇ ସ୍କୁଲ ଓ କଲେଜ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରୁଥିବା ବସ୍‌ଗୁଡିକରେ ଫାଷ୍ଟଏଡ ବକ୍ସ ରଖାଯିବା ସହ ସିସି କ୍ୟାମେରା, ଜିପିଏସ୍‌ ବ୍ୟବସ୍ଥା, ପାନୀୟଜଳ, କ୍ଷମତା ଅନୁସାରେ ବସ୍‌ ବାହାରେ ସିଟ ସଂଖ୍ୟା ସାଇନବୋର୍ଡ ଲଗାଯିବା, ବସ୍‌ର କ୍ଷମତା ଅନୁସାରେ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରିବା, ଛାତ୍ରୀଛାତ୍ରଙ୍କୁ ବସ୍‌ରେ ନେବା ଆଣିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ ଗାଇଡ ଭାବେ ରହିବା ନେଇ ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଏହାର ୩ବର୍ଷ ପରେ ବି ଅନେକ ଘରୋଇ ଶିକ୍ଷାନୁ୍‌ଷ୍ଠାନ ଏହି ନିୟମକୁ ପାଳନ କରୁ ନ ଥିବା ନେଇ ଗତ ସପ୍ତାହରେ ପ୍ରଗତିଶୀଳ ଉକତ୍ଳ ସମାଜ ଓ ଜାତୀୟ ମାନବ ଅଧିକାର ଫୋରମ ପକ୍ଷରୁ ଅଭିଯୋଗ କରାଯାଇଥିଲା ା ଏନେଇ ଅଭିଯୋଗ ପତ୍ର ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିବହନ ସଚିବଙ୍କୁ ଉଭୟ ସଂଗଠନ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା। ନିୟମ ଖିଲାପକାରୀ ଶିକ୍ଷାନୁଷ୍ଠାନ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଡିଇଓ, ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଜିଲାପାଳଙ୍କ ନିକଟରେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଦ୍ୱାରା ପରିଚାଳିତ ବସ୍‌ ଗୁଡିକର ଯାଞ୍ଚ ରିପୋର୍ଟ ପଠାଯିବ। ନିୟମ ଖିଲାପକାରୀ ସ୍କୁଲ, କଲେଜ ଉପରେ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri