୬ମାସ ଘୁଞ୍ଚିଲା ଇ-ବସ୍‌ ଚଳାଚଳ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଭୁବନେଶ୍ୱରରେ ଚଳାଚଳ କରିଥାନ୍ତା ଇ-ବସ୍‌। ହେଲେ ଏବେ ସେହି ଆଶା ମଉଳି ଯାଇଛି। ଚାଇନାରେ ନିର୍ମିତ ହେଉଥିବା ଇ-ବସ୍‌ର ଉପକରଣ ଆସିପାରୁ ନ ଥିବାରୁ ଇ-ବସ୍‌ ଚଳାଚଳ କରିବାରେ ଆହୁରି ୬ମାସ ବିଳମ୍ବ ହେବ ବୋଲି କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ମିଳିଛି। ଗତ ଡିସେମ୍ବରରେ ଭୁବନେଶ୍ୱରରେ ଇ-ବସ୍‌ର ଡେମୋ ରନ୍‌ ହୋଇଥିବାବେଳେ ଘରୋଇ ସଂସ୍ଥା ଫୋଟନ୍‌କୁ ୫୦ ଇ-ବସ୍‌ ଦେବା ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା। ତେବେ ଇ-ବସ୍‌ ପାଇଁ ଉପକରଣ ଚାଇନାରେ ତିଆରି ହେଉଥିବାବେଳେ ବର୍ତ୍ତମାନ କରୋନା ଭାଇରସ୍‌ ପାଇଁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ବନ୍ଦ ରହିଛି। ଯଦିଓ କିଛି ଦିନ ପରେ ଉକ୍ତ କମ୍ପାନୀଗୁଡ଼ିକ ଖୋଲିବ ଓ ଉପକରଣ କିଣା ହେବ, ତଥାପି ଆସନ୍ତା ୬ମାସ ଅର୍ଥାତ୍‌ ଜୁଲାଇ ମାସ ପର୍ଯ୍ୟନ୍ତ ବସ୍‌ ଚଳାଚଳ ସମ୍ଭବ ନୁହେଁ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।
କ୍ରୁଟ୍‌ ଦ୍ୱାରା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ମୋ’ ବସ୍‌ ଚଳାଚଳ କରୁଛି। ରାଜ୍ୟ ସରକାରଙ୍କ ଦ୍ୱାରା ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା କ୍ଷେତ୍ରରେ ସାରା ଦେଶରେ ମୋ’ ବସ୍‌ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। କେନ୍ଦ୍ର ସରକାର ମଧ୍ୟ ଖୁସି ପ୍ରକାଶ କରି ଭୁବନେଶ୍ୱରରେ ୫୦ ଇ-ବସ୍‌ ଚଳାଚଳ ପାଇଁ ଘୋଷଣା କରିଥିଲେ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କେବଳ ଇ-ବସ୍‌ ଚଳାଚଳ କରାଇବା ବାକିଥିଲା। ମାର୍ଚ୍ଚ ଶେଷରେ ୨୫ଟି ଡିଜେଲ୍‌ଚାଳିତ ତଥା ବିଏସ୍‌ ୬ ମଡେଲର ମୋ’ ବସ୍‌ ସମେତ ୫୦ ଇ-ବସ୍‌ ଚଳାଚଳ କରାଯାଇଥାନ୍ତା। ହେଲେ ଉପକରଣ ନ ଆସିପାରିଥିବାରୁ କେବଳ ୨୫ଟି ଡିଜେଲ ଚାଳିତ ମୋ’ ବସ୍‌ ବିଭିନ୍ନ ରୁଟ୍‌ରେ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ଜଣାପଡ଼ିଛି।
ସହରରେ ପୂର୍ବରୁ ଡିଟିଏସ୍‌ ଦ୍ୱାରା ଚାଲୁଥିବା ବସ୍‌ଗୁଡ଼ିକର ମଧ୍ୟ ପୁନରୁଦ୍ଧାର କରାଯିବ। ଡିଟିଏସ୍‌ ଦ୍ୱାରା ଚାଲୁଥିବା ୮୯ଟି ବସ୍‌କୁ ମୋ’ ବସ୍‌ରେ ପରିଣତ କରାଯାଇ ସେଗୁଡ଼ିକୁ ରାସ୍ତା ଉପରକୁ ଅଣାଯିବ। ପରେ ଆଉ ୨୫ଟି ଡିଜେଲଚାଲିତ ବସ୍‌ ଏବଂ ଇ-ବସ୍‌କୁ ସହରରେ ଚଳାଚଳ କରାଯିବ। ବର୍ତ୍ତମାନ କ୍ରୁଟ୍‌ ଦ୍ୱାରା ୨୧ ରୁଟ୍‌ରେ ୨୦୦ ବସ୍‌ ଚଳାଚଳ କରୁଛି। ଚଳିତବର୍ଷ ଇ-ବସ୍‌ ଡିଜେଲ ଚାଳିତ ବସ୍‌ ଓ ଡିଟିଏସ୍‌ ଚାଳିତ ବସ୍‌ର ପୁନରୁଦ୍ଧାର ପରେ ଏହି ସଂଖ୍ୟା ୩୮୯ରେ ପହଞ୍ଚିବ। ଖୁବ୍‌ଶୀଘ୍ର ମୋ’ ବସ୍‌ର ରୁଟ୍‌ ମଧ୍ୟ ବଢ଼ାଯିବ। ଆବଶ୍ୟକ ପଡ଼ିଲେ ମୋ’ ବସ୍‌ ପୁରୀ ଓ କୋଣାର୍କକୁ ଗଡ଼ିବ। ବର୍ତ୍ତମାନ ୨୫୦ କି.ମି ଅଞ୍ଚଳରେ ମୋ’ ବସ୍‌ ଚଳାଚଳ କରୁଛି। ଆସନ୍ତା ଦିନରେ ଏହାର ପରିସୀମାକୁ ୫୦୦ କି.ମି ଯାଏ ପରିବ୍ୟାପ୍ତ କରାଯିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ବର୍ତ୍ତମାନ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର ପାଣ୍ଠି ଘୋଷଣା କରିଛନ୍ତି। ସେଥିପାଇଁ ପୁରୀ ଓ କୋଣାର୍କକୁ ମୋ’ ବସ୍‌ ଚଳାଚଳ କରିବା ପାଇଁ କ୍ରୁଟ୍‌ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ଏ ନେଇ ବିଭାଗ ସ୍ତରରେ ଆଲୋଚନା ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

ଅଧିକାର ପାଇଁ ଆନ୍ଦୋଳନ: ସମୁଦ୍ର ଆଁରୁ ଭିଟାମାଟି ବଞ୍ଚାଇବାକୁ…

ଛତ୍ରପୁର, ୧୭।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ଏବେ ଆନ୍ଦୋଳନର ରୂପ ନେଇଛି। ସମୁଦ୍ରର…

ନୀତିନ ନବୀନଙ୍କ ନୂଆ ଦଳରେ କିଏ ସାମିଲ ହେଲେ? ବିନୋଦ ତାୱଡେଙ୍କ ସମେତ ତିନି ଜଣଙ୍କ ନାମ ଚୂଡ଼ାନ୍ତ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି। ନୀତିନ ନବୀନ ଦଳର ସଭାପତି ଭାବରେ ଦାୟିତ୍ୱ ନେବା ମାତ୍ରେ ଏ ସମ୍ପର୍କରେ…

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

UGC-NET: ‘ଭୁଲ NTA କରୁଛି, ଦଣ୍ଡ ଛାତ୍ରୀଛାତ୍ର ଭୋଗୁଛନ୍ତି’, ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୭।୮: UGC-NETର ଇଂରାଜୀ, କମର୍ସ ଓ ସୋସିଓଲୋଜି ୩ଟି ପରୀକ୍ଷା ବାତିଲ ହେବା ପରେ କେନ୍ଦ୍ର ସରକାର ଓ NTAକୁ ଟାର୍ଗେଟ୍ କରିଛନ୍ତି ଲୋକ ସଭାର ବିରୋଧୀ…

ବିପଦ ସଙ୍କେତ ଟପିଲା ସାଳନ୍ଦୀ, ତଳେ ବୈତରଣୀ: ଜିଲାର ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୧୭।୮ (ସନାତନ ରାଉତ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ…

ନୃତ୍ୟାଶା ସମ୍ମାନ ୨୦୨୬: ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନୀତ

ଭୁବନେଶ୍ୱର,୧୭।୮: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ଏହାର ଅମୂଲ ପରମ୍ପରାର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନ ‘ନୃତ୍ୟାଶା’ ପକ୍ଷରୁ ଆୟୋଜିତ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri