ସିଏଏ ସମର୍ଥନରେ ୪୫୦କିିମି ତ୍ରିରଙ୍ଗା ପଦଯାତ୍ରା

ପୁରୀ ଅଫିସ,୨୯।୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ଜଳୁଛି ଦିଲ୍ଲୀ। ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ସିଏଏ ସମର୍ଥକ ଏବଂ ବିରୋଧୀ ମୁହଁ।ମୁହିଁ ହେଉଛନ୍ତି। ତେବେ ଏଭଳି ସ୍ଥଳେ ସିଏଏ ସମର୍ଥନରେ ୪୫୦ କିମି ତ୍ରିରଙ୍ଗା ପଦଯାତ୍ରା କରିଛନ୍ତି ଜଣେ ଯୁବକ। ଝାରସୁଗୁଡ଼ା ଜିଲା ବ୍ରଜରାଜନଗରରୁ ତ୍ରିରଙ୍ଗା ପଦଯାତ୍ରାରେ ବାହାରିଥିବା ଯୁବକ ରବି କୁମାର ସୋନି ଶୁକ୍ରବାର ପୁରୀରେ ପହଞ୍ଚତ୍ଛନ୍ତି। ପୂର୍ବାହ୍ନରେ ସେ ଏଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ପଦଯାତ୍ରା ଶେଷ କରିଛନ୍ତି। ଓଡ଼ିଶା ୟୁଥ୍‌ ଏଗ୍‌ନେଷ୍ଟ କରପ୍‌ସନର ସଂଯୋଜକ ଥିବା ରବିକୁମାର ଗତ ୧ ତାରିଖରୁ ବ୍ରଜରାଜନଗରର ମା’ ରାମଚଣ୍ଡୀ ଶକ୍ତିପୀଠରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ସିଏଏକୁ ସମର୍ଥନ, ଭ୍ରଷ୍ଟାଚାରକୁ ବିରୋଧ ଏବଂ ତୃତୀୟ ଲିଙ୍ଗଙ୍କୁ ଆରକ୍ଷଣ ଦାବି କରି ସେ ଏହି ପଦଯାତ୍ରାରେ ବାହାରିଥିଲେ। ୨୮ ଦିନରେ ୪୫୦ କିମି ଯାତ୍ରା କରି ପୁରୀରେ ପହଞ୍ଚତ୍ଛନ୍ତି। ଏହି ସମୟରେ ସେ ୭ଟି ଜିଲା (ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ)କୁ ଅତିକ୍ରମ କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କଠାରୁ ଦସ୍ତଖତ ସଂଗ୍ରହ କରିଛନ୍ତି। ପ୍ରାୟ ୪୫୦ ଲୋକଙ୍କଠାରୁ ସେ ଦସ୍ତଖତ ସଂଗ୍ରହ କରିପାରିଛନ୍ତି। ଏହି ଦସ୍ତଖତର ଜେରକ୍ସ କପିକୁ ସେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଭାଜପା ସଭାପତିଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ରବିକୁମାର। ଏହି ଯାତ୍ରା ସମ୍ପର୍କରେ ସେ କହିଛନ୍ତି, ଜଣେ ସାଥୀ ସାହେବ କୁମାର ମାଝି ବାଇକ୍‌ ଧରି ତାଙ୍କ ସହିତ ଆସିଥିଲେ। ସେ ଦିନକୁ ପ୍ରାୟ ୨୨ କିମି ଚାଲିଥାନ୍ତି। ରାତିରେ ଧର୍ମଶାଳା କିମ୍ବା ମନ୍ଦିରରେ ରହିଥାନ୍ତି। ଏମିତି କି ଦୁଇରାତି ତାଙ୍କୁ ଗଛ ତଳେ ରହିବାକୁ ପଡିଥିଲା ବୋଲି କହିଛନ୍ତି ରବିକୁମାର।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri