୫୦୦ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ 

ଭୁବନେଶ୍ୱର, ୪।୪(ବ୍ୟୁରୋ): ସମ୍ପ୍ରତି କୋଭିଡ୍‌-୧୯ ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଯେକୌଣସି ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା ପାଇଁ ୫୦୦ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ କଟକ ଏସ୍‌ସିବି ମେଡିକାଲ୍‌ କଲେଜର ସପ୍ତମ ଏବଂ ନବମ ସେମିଷ୍ଟାରର ୫୦୦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଗାଇଡ଼୍‌ଲାଇନ୍‌ ଅନୁସାରେ ଜୁମ୍‌ ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି।
ଏସ୍‌ସିବି ମେଡିକାଲ୍‌ କଲେଜ୍‌ର ଫାକଲ୍‌ଟି ସଦସ୍ୟ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ପରେ ପ୍ରଥମ ଏକ ଘଣ୍ଟା ମଧ୍ୟରେ ୪୩୪ ଜଣ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ କୁଇଜ୍‌ରେ ଭାଗ ନେବା ନିମନ୍ତେ ପଞ୍ଜିକରଣ କରିଥିଲେ। ଭାରତ ସରକାରଙ୍କ ପ୍ରଦତ୍ତ କୋଭିଡ୍‌ ସମ୍ପର୍କିତ ମଡ୍ୟୁଲ୍‌ଗୁଡ଼ିକ ଏହି ପ୍ରଶିକ୍ଷଣରେ ଉପସ୍ଥାପନ କରାଯାଇଥିଲା। ଆଗାମୀ ଦିନରେ ଯଦି ସେଭଳି କୌଣସି ଜରୁରୀକାଳୀନ ପରିସ୍ଥିତି ଆସେ ତେବେ ଏହି ଛାତ୍ରୀଛାତ୍ରମାନେ ଯୋଦ୍ଧା ହୋଇ କାମ କରିବେ ବୋଲି କରୋନା ଭୁତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗଚି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri