୫ରୁ ମିଶନ ଶକ୍ତି ମେଳା

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‌ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ଆସନ୍ତା ୫ତାରିଖରୁ ‘ମିଶନ ଶକ୍ତି ମେଳା’ ଆୟୋଜିତ ହେବ। ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ଲାଗି ବିଭାଗ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଉଛି। ମେଳାରେ ୨୦୦ ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରାଯିବ। ଭୁବନେଶ୍ୱର ଭଳି ସହରାଞ୍ଚଳର ଲୋକମାନଙ୍କ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପଦାର୍ଥ ବିଷୟରେ ସୂଚନା ଦେବା ଏବଂ ଏହାକୁ ଉପଲବ୍ଧ କରାଇବା ମେଳାର ଉଦ୍ଦେଶ୍ୟ। ଏହା ଗ୍ରାମଞ୍ଚଳ ଓ ସହରାଞ୍ଚଳର ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥର ପ୍ରଦର୍ଶନ, ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ଖାଉଟିମାନଙ୍କ ପ୍ରାଥମିକତା ଆଧାରରେ ପଦାର୍ଥଗୁଡ଼ିକର ମାନବୃଦ୍ଧି କରାଇବାରେ ବିଶେଷ ସହାୟକ ହେବ। ମେଳାରେ ବିଭିନ୍ନ ପ୍ରକାରର ଗ୍ରାମୀଣ ଦ୍ରବ୍ୟ ଯଥା ହସ୍ତତନ୍ତ, ହସ୍ତକଳା, ଜଙ୍ଗଲଜାତ ଦ୍ରବ୍ୟ, ବିଭିନ୍ନ ଖାଦ୍ୟ ପଦାର୍ଥ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ଆଦି ଉପଲବ୍ଧ ହେବ। ମେଳାକୁ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରିବେ ବୋଲି ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ସୁଜାତା ଆର୍‌. କାର୍ତ୍ତିକେୟନ ସୂଚନା ଦେଇଛନ୍ତି। ମଙ୍ଗଳବାର ବିଭାଗ ପକ୍ଷରୁ ମିଶନ ଶକ୍ତି ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୁଜାତା ଆର୍‌. କାର୍ତ୍ତିକେୟନ କହିଥିଲେ, ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ସଶକ୍ତୀକରଣ ପାଇଁ ୨୦୦୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉପତ୍ାଦକ ଗୋଷ୍ଠୀଙ୍କୁ ସ୍ଥାୟୀ ରୋଜଗାର ଉତ୍ସ ମାଧ୍ୟମରେ ଦୀର୍ଘ ରୋଜଗାର ଯୋଗାଇଦେବା ଏହାର ପ୍ରମୁଖ ଆଭିମୁଖ୍ୟ। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୫ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମେଳା ଡିସେମ୍ବର ୧୬ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ୩୦ ଜିଲାର ୨୫୧ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀରୁ ୫୦୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ରବ୍ୟ ସହିତ ଅଂଶଗ୍ରହଣ କରିବେ। ଖବରଦାତା ସମ୍ମିଳନୀରେ ମିଶନ ଶକ୍ତି ଯୁଗ୍ମ ସଚିବ ସୁଧାଂଶୁ ଶେଖର ନାୟକ ଏବଂ ଉପସଚିବ ବିନୋଦ କୁମାର ଜେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri