Posted inଫୁରସତ

୪୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି

ଜୋତା ପୁରୁଣା ହୋଇଗଲା ପରେ ତା’ର ସ୍ଥାନ ଅଳିଆଗଦା ହୋଇଥାଏ। ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି ନାହିଁ। କିନ୍ତୁ ନିକଟରେ ନ୍ୟୁୟର୍କର ସୋଦବୀ ଅକ୍ସନ ହାଉସ୍‌ରେ ହୋଇଥିବା ନିଲାମୀରେ ୪୭ ବର୍ଷ ପୁରୁଣା ଏକ ଜୋତା ଯେତିକି ମୂଲ୍ୟରେ ବିକ୍ରି ହୋଇଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ତାହା ନିଲାମ ହୋଇଛି ହଜାରେ କି ଲକ୍ଷେ ନୁହେଁ, ୩ କୋଟି ଟଙ୍କାରେ। ଏହା ହେଉଛି କୌଣସି ପୁରୁଣା ଜୋତାର ସବୁଠାରୁ ବଡ଼ ନିଲାମୀ। ଭାବୁଥିବେ ଏହି ଜୋତାର ନିଶ୍ଚୟ କିଛି ବିଶେଷତ୍ୱ ଥିବ। ହଁ, ଧଳା ରଙ୍ଗର ଏହି ଜୋତାକୁ ଆଟଲିଟ୍‌ଙ୍କ ପାଇଁ ୧୯୭୨ରେ ନାଇକ୍‌ର କୋ ଫାଉଣ୍ଡର ଓ ଟ୍ରାକ କୋଚ୍‌ ବିଲ ବୋଓ୍ବର୍ନମନ୍‌ ଡିଜାଇନ କରିଥିଲେ। ଏ ହେଉଛି ନାଇକ୍‌ର ପ୍ରଥମ ସ୍ନିକର। ୧୯୭୨ର ଅଲିମ୍ପିକ୍‌ ଟ୍ରାଏଲ ପାଇଁ ଏହାକୁ ତିଆରି କରାଯାଇଥିଲା। ଉକ୍ତ ଜୋତାର ନାମ ‘ମୁନ୍‌ ଶୁ’ ରଖାଯାଇଥିଲା। ସେତେବେଳେ ଏହାର ମାତ୍ର ୧୨ ଯୋଡ଼ି ତିଆରି ହୋଇଥିଲା। ଜୋତାଟିକୁ ନିଲାମରେ ଏତେଟଙ୍କା ଦେଇ ନେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାନାଡାର ମାଇଲ୍ସ ନାଡାଲ। ସେ ଐତିହାସିକ ମହତ୍ତ୍ୱସମ୍ପନ୍ନ ଜିନିଷକୁ ଅଧିକରୁ ଅଧିକ ଟଙ୍କାରେ କିଣି ନିଜ ସଂଗ୍ରହାଳୟରେ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri