Posted inରାଜ୍ୟ

୪୦ ଡିଗ୍ରୀ ଉପରେ ୧୪ ସହର

ଭୁବନେଶ୍ୱର, ୨୭ା୫(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ସମଗ୍ର ରାଜ୍ୟକୁ ଗ୍ରାସ କରିଛି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ କେଉଁଠି ନିସ୍ତାର ନାହିଁ। ପାରଦ ୪୫ ଡିଗ୍ରୀ ସେଲ୍‌ସିୟସ ଉପରକୁ ଚାଲିଯାଉଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଡେଇଁ ଯାଉଛି। ମଙ୍ଗଳବାର ରାଜ୍ୟର ୧୪ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୪୩.୫, ଅନୁଗୋଳରେ ୪୩.୧, ସମ୍ବଲପୁରରେ ୪୩, ବୌଦ୍ଧରେ ୪୩, ସୋନପୁରରେ ୪୨.୮, ଝାରସୁଗୁଡ଼ାରେ ୪୨.୬, ହୀରାକୁଦରେ ୪୨.୬, ତାଳଚେରରେ ୪୨.୬, ଭବାନୀପାଟଣାରେ ୪୨.୫, ମାଲକାନଗିରିରେ ୪୨, ଫୁଲବାଣୀରେ ୪୧.୪, ପାରଳାଖେମୁଣ୍ଡିରେ ୪୧.୨ ଏବଂ ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ରାଜ୍ୟରେ ଆହୁରି ପ୍ରବଳ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି ଏବଂ ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଉକ୍ତ ଜିଲାଗୁଡ଼ିକରେ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୯ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶା ଜିଲାଗୁଡ଼ିକରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଘରୁ ପଦାକୁ ବାହାରିବା ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ବୃଦ୍ଧ, ଅସୁସ୍ଥ ବ୍ୟକ୍ତି ଏବଂ ଶିଶୁମାନେ ପଦାକୁ ନ ବାହାରିବାକୁ ସତର୍କ କରାଯାଇଛି। ତେବେ ଏହି ସମୟରେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ତୋଫାନ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri