୪୦ତମ ପ୍ରତିଷ୍ଠା ଦିବସ ପାଳିବ ଓଟିଡିସି: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ‘ପାନ୍ଥନିବାସ’

ଭୁବନେଶ୍ୱର,୩।୯(ବ୍ୟୁରୋ): ୨୦୨୦ ମସିହା ସୁଦ୍ଧା ଓଡିଶାକୁ ୨.୫ କୋଟି ପର୍ଯ୍ୟଟକଙ୍କୁ ଆଣିିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିଲାଗି ଇକୋ ଟୁରିଜମ୍‌ଠାରୁ ଆରମ୍ଭକରି ପ୍ୟାଲେସ୍‌ ଟୁରିଜମ୍‌ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟଟନକୁ ବ୍ୟାପକ କରାଯାଉଛି। ରାଜ୍ୟ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ଏକାଧିକ ଯୋଜନା ମାଧ୍ୟମରେ ପ୍ରୟାସ ହେଉଛି। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭାଗ ଲାଗିପଡିଥିବାବେଳେ ଏପଟେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ରାଜ୍ୟରେ ଆବଶ୍ୟକ ପାନ୍ଥନିବାସ ନ ଥିବାରୁ ବାହାରୁ ଆସୁଥିବା ଯାତ୍ରୀ ବା ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେବାସହ ହୋଟେଲଗୁଡିକ ଦ୍ବାରା ଅନେକ ସମୟରେ ଶୋଷଣର ଶିକାର ହେଉଛନ୍ତି। ସେହିଭଳି ଯେତିକି ବି ପାନ୍ଥନିବାସ ରହିଛି ତାହାର ପରିଚାଳନା ଠିକ୍‌ ଭାବେ ହେଉ ନ ଥିବାରୁ ବାହାରୁ ଆସୁଥିବା ଯାତ୍ରୀମାନେ ଏଠାରେ ରହିବାକୁ ନାପସନ୍ଦ କରୁଛନ୍ତି। ପଡ଼ୋଶୀ ପଶ୍ଚିମବଙ୍ଗରୁ ଆସୁଥିବା ପର୍ଯ୍ୟଟକଙ୍କ ଭରସାରେ କିଛିଟା ପାନ୍ଥନିବାସ ଭଲରେ ଚାଲୁଥିବାବେଳେ ଅଧିକାଂଶ କ୍ଷତିରେ ଚାଲୁଥିବା ଜଣାପଡ଼ିଛି।
ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ସେଥିମଧ୍ୟରୁ ଅଧିକାଂଶ କେବଳ ଯୋଜନାରେ ସୀମିତ ହୋଇ ରହିଯାଇଛି। ପର୍ଯ୍ୟଟନ ବିଭାଗରୁ ମିଳିଥିବା ସୂଚନାନୁସାରେ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ବଢିଛି। ୨୦୦୫ରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ୪୬ଲକ୍ଷ ୩୨ହଜାର ୯୭୬ଜଣ ଘରୋଇ ପର୍ଯ୍ୟଟକ ଆସିଥିବାବେଳେ ବିଦେଶୀଙ୍କ ସଂଖ୍ୟା ଥିଲା ୩୩ହଜାର ୩୧୦। ୨୦୧୩ରେ ଏହି ସଂଖ୍ୟା ବୃଦ୍ଧିପାଇ ୮୯ଲକ୍ଷ ୧୩୫ ଘରୋଇ ଓ ୬୬ହଜାର ୬୭୫ ଜଣ ବିଦେଶୀ ପର୍ଯ୍ୟଟକ ଓଡିଶା ଆସିଥିଲେ। ସେହିଭଳି ୨୦୧୮-୧୯ରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇ ୧କୋଟି ୫୫ଲକ୍ଷ ୯ହଜାର ୫୨୯ରେ ପହଞ୍ଚତ୍ଥିବାବେଳେ ବିଦେଶୀଙ୍କ ସଂଖ୍ୟା ବଢି ୧ଲକ୍ଷ ୧୩ହଜାର ୭୨୧ରେ ପହଞ୍ଚତ୍ଥିଲା। ତେବେ ପୁରୀ, ଭୁବନେଶ୍ୱର, ଚାନ୍ଦିପୁର, ଗୋପାଳପୁର, କୋଣାର୍କ, ସିମିଳିପାଳ ଭଳି ପ୍ରମୁଖ ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଘଟୁଥିଲେ ମଧ୍ୟ ଏହିସବୁ ସ୍ଥାନରେ ପର୍ଯ୍ୟଟକଙ୍କ ରହିବା ଲାଗି ସେଭଳି କିଛି ସୁବିଧା ନ ଥିବାରୁ ଅଧିକାଂଶ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରି ଫେରୁଛନ୍ତି।
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧୀନ ୨୧ ସ୍ଥାନରେ ପାନ୍ଥନିବାସ ଏବଂ ଯାତ୍ରୀନିବାସ ପ୍ରତିଷ୍ଠା କରାଯାଇଛି। ହେଲେ ସେଥିରେ ବ୍ୟାପକ ସୁବିଧା ସୁଯୋଗ ମିଳୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଗତ ୫ବର୍ଷ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲେ ମଧ୍ୟ ପାନ୍ଥନିବାସ ଏବଂ ଯାତ୍ରୀନିବାସ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସିନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୨୦୧୦ରେ ରାଜ୍ୟରେ ପାନ୍ଥନିବାସ ଓ ଯାତ୍ରୀନିବାସଗୁଡିକରେ ଯେତିକି ରୁମ୍‌ ଏବଂ ଶଯ୍ୟା ଥିଲା ତାହା ଏବେ କମିଯାଇଛି। ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁଯାୟୀ ୨୦୧୧ରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପାନ୍ଥନିବାସ, ଯାତ୍ରୀନିବାସ, ପାନ୍ଥଶାଳା ଓ ପାନ୍ଥିକାରେ ୫୨୬ ରୁମ୍‌ ଏବଂ ୧୧୫୦ ଶଯ୍ୟା ଥିଲା। ଏବେ ଶଯ୍ୟା ସଂଖ୍ୟା ହ୍ରାସ ପାଇ ୧୧୨୮ରେ ପହଞ୍ଚତ୍ଛି। ସେହିପରି ୪ଟି କନ୍‌ଫରେନ୍ସ ହଲ୍‌ ରହିଛି। ପୁରୀ ଏବଂ ଭୁବନେଶ୍ୱରରେ ଥିବା ପାନ୍ଥନିବାସକୁ ଛାଡ଼ିଦେଲେ ଅନ୍ୟସ୍ଥାନରେ ରୁମ୍‌ ଓ ଶଯ୍ୟା ସଂଖ୍ୟା ସେଭଳି ବୃଦ୍ଧି କରାଯାଇନାହିଁ। ଫଳରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲ ହିଁ ଏକମାତ୍ର ଭରସା ସାଜିଥିବାବେଳେ ରାଜ୍ୟରେ ହୋଟେଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଉନାହିଁ। ହୋଟେଲ ଶିଳ୍ପରେ ଓଡ଼ିଶା ବହୁ ପଛରେ ରହିଛି। ଏକ୍ଷେତ୍ରରେ ଦେଶର ଶ୍ରେଷ୍ଠ ୧୦ ପର୍ଯ୍ୟଟନ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ନାହିଁ। ଏଭଳିସ୍ଥିତିରେ ରାଜ୍ୟ ସରକାର ପାନ୍ଥନିବାସ ଏବଂ ଯାତ୍ରୀନିବାସ ସଂଖ୍ୟା ସହ ଶଯ୍ୟା ବୃଦ୍ଧି ଉପରେ ଗୁରୁତ୍ବ ଦେଇ ଏହାର ପରିଚାଳନା ଠିକ୍‌ଭାବେ କରିବାକୁ ଦାବି ହୋଇଛି। ନିକଟରେ ଓଟିଡିସି ନୂତନ ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀମୟୀ ମିଶ୍ର ପାନ୍ଥନିବାସ ଲାଭ କ୍ଷତିକୁ ନେଇ ପ୍ରଥମେ ସମୀକ୍ଷା କରିବେ ବୋଲି କହିଥିବାବେଳେ ପାନ୍ଥନିବାସଗୁଡ଼ିକୁ କିଭଳି ପ୍ରଦୂଷଣମୁକ୍ତ କରାଯାଇପାରିବ ତାହା ଓଟିଡିସିର ୪୦ତମ ପ୍ରତିଷ୍ଠା ଦିବସ ପାଳନର ଆଭିମୁଖ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?