Posted inଜାତୀୟ

୩ ମାସରେ ଜନ୍ମ ହୋଇନାହାନ୍ତି ଝିଅ

ଡେରାଡୁନ୍‌,୨୨ା୭: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ୧୩୨ ଗାଁରେ ୩ମାସ ମଧ୍ୟରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି। ଏହି ସମୟ ମଧ୍ୟରେ ଜନ୍ମିତ ସମସ୍ତ ୨୧୬ ଶିଶୁ ପୁଅ। କେନ୍ଦ୍ର ସରକାର ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଗତ ୩ ମାସ ମଧ୍ୟରେ ଏହିସବୁ ଅଞ୍ଚଳରେ କନ୍ୟା ଶିଶୁ ଜନ୍ମ ନ ହେବା ଜିଲା ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ଯୋଜନା ଏଠାରେ ଆଦୌ କାର୍ଯ୍ୟକାରୀ ହେଉ ନ ଥିବା ସୂଚନା ମିଳୁଛି।
ଏ ସମ୍ପର୍କରେ ଜିଲାପାଳ ଡ. ଆଶିଷ ଚୌହାନଙ୍କ କହିବା କଥା ହେଲା, ଯେଉଁସବୁ ଅଞ୍ଚଳରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି କିମ୍ବା ଝିଅ ଜନ୍ମ ସଂଖ୍ୟା ଖୁବ୍‌ କମ୍‌ ସେ ସବୁ ଅଞ୍ଚଳକୁ ଚିହ୍ନଟ କରାଯାଉଛି। ଏହା ପଛରେ କାରଣ ତର୍ଜମା କରାଯିବା ସହ ବିସ୍ତୃତ ସର୍ବେକ୍ଷଣ କରାଯିବ ବୋଲି ସେ କହିଛନ୍ତି। ସେହିସବୁ ଅଞ୍ଚଳରେ ଆଶାକର୍ମୀମାନେ କନ୍ୟାସନ୍ତାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଲିଙ୍ଗ ଅସମାନତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ସାମାଜିକ କର୍ମୀ କଳ୍ପନା ଠାକୁର କହିଛନ୍ତି, ଶିଶୁକନ୍ୟା ଆଦୌ ଜନ୍ମ ନ ହେବା ପଛରେ ଭ୍ରୂଣହତ୍ୟା ମୁଖ୍ୟ କାରଣ। ସରକାର ଏବଂ ପ୍ରଶାସନ ଏ ଦିଗରେ କିଛି କରୁନାହାନ୍ତି। ସେହିପରି ବରିଷ୍ଠ ଖବରଦାତା ଶିବ ସିଂ ଥନଭାଲ୍‌ କହିଛନ୍ତି, ଭ୍ରୂଣହତ୍ୟା ଯୋଗୁ କେବଳ ପୁଅ ଜନ୍ମ ହେଉଛନ୍ତି। ଏହି କୁପ୍ରଥାର ମୂଳପୋଛ ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri