Posted inଜାତୀୟ

୩୭୦ ଉଚ୍ଛେଦ ପରଠୁ ଯୋଗାଯୋଗ ମାଧ୍ୟମ ବନ୍ଦ:ରାସ୍ତାରେ ଖବରଦାତା

ଶ୍ରୀନଗର,୪-୧୦(ପି.ଟି.):ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବାକୁ ୨ ମାସ ପୂରିଲାଣି। ତଥାପି ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହୋଇନାହିଁ। ମୋବାଇଲ ଓ ଇଣ୍ଟରନେଟ ଉପରେ କଟକଣା ଜାରି ରହିଥିବାରୁ ଗଣମାଧ୍ୟମ ବହୁଳ ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ ଜମ୍ମୁ-କଶ୍ମୀରର ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଖବରଦାତା। ଯୋଗାଯୋଗ ମାଧ୍ୟମ ଉପରୁ କଟକଣା ହଟାଇବା ଦାବିରେ ସେମାନେ ବିକ୍ଷୋଭ କରିବା ସହ ଧାରଣାରେ ବସିଛନ୍ତି।
ଯୋଗାଯୋଗ ମାଧ୍ୟମ ଉପରେ କଟକଣା ଜାରି ହେବା ୨ ପୂରି ୩ ମାସରେ ପହଞ୍ଚତ୍ଛି। ଏହା ଖବରଦାତାମାନଙ୍କ କାର୍ଯ୍ୟକୁ ବହୁଳ ଭାବେ ପ୍ରଭାବିତ କରିଛି। ଏପରି କି ସ୍ଥାନୀୟ ଖବରକାଗଜଗୁଡ଼ିକ ମଧ୍ୟ ଠିକ୍‌ ଭାବେ ପ୍ରକାଶ ପାଇପାରୁ ନାହିଁ। ଓ୍ବେବ୍‌ ପୋର୍ଟାଲରେ ସେଗୁଡ଼ିକର ଇଣ୍ଟରନେଟ୍‌ ସଂସ୍କରଣ ପୂରା ବନ୍ଦ ହୋଇଯାଇଛି। ଏଥିପାଇଁ ସମସ୍ତ ଗଣମାଧ୍ୟମ ସଙ୍ଗଠନ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖବରଦାତାମାନେ ମୁକ୍ତ ଭାବେ ବୃତ୍ତିଗତ ଦାୟିତ୍ୱ ନିର୍ବାହ କରିପାରିବା ପାଇଁ କଟକଣା ହଟାଇବାକୁ ସରକାରଙ୍କ ନିକଟରେ ଦାବି କରିଥିବା କଶ୍ମୀର ପ୍ରେସ୍‌ କ୍ଲବ୍‌ ଅଧ୍ୟକ୍ଷ ଶୁଜା ଉଲ୍‌ ହକ୍‌ କହିଛନ୍ତି। ଖବରଦାତାମାନେ ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି। ସେମାନେ ଶ୍ରୀନଗରର ପୋଲୋ ଭ୍ୟୁଠାରୁ ବାହାରି ରେସିଡେନ୍ସି ରୋଡ୍‌ସ୍ଥିତ ପ୍ରେସ୍‌ କଲୋନିକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଶ୍ରୀନଗରର ଏକ ଘରୋଇ ହୋଟେଲରେ ଖବରଦାତାଙ୍କ ପାଇଁ ମିଡିଆ ଫେସିଲିଟେଶନ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସେଠାରେ ମାତ୍ର ୧୦ଟି କମ୍ପ୍ୟୁଟର ଥିବାରୁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଖବରଦାତାମାନେ କହିଛନ୍ତି। ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଗଣମାଧ୍ୟମର କଣ୍ଠରୋଧ ସହ ସମାନ ବୋଲି ଖବରଦାତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ସ୍ଥିତି ସ୍ବାଭାବିକ ହୋଇଥିବା ଦାବି କରୁଥିବାବେଳେ ଏହି କଟକଣା କେବେ ହଟିବ ସେନେଇ କିଛି କୁହାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri