Posted inଜାତୀୟ

୩୭୦କୁ ନେଇ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ସହ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଘଟଣାକୁ ନେଇ କଂଗ୍ରେସ ଦୁଇ ଭାଗ ହୋଇଯାଇଛି। କଂଗ୍ରେସର ବରିଷ୍ଠ ନେତାମାନେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରିଥିବାବେଳେ ଦଳର ଅନେକ ନେତା ଏହା ସପକ୍ଷରେ ମତ ଦେଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ରର ପଦକ୍ଷେପକୁ ସ୍ବାଗତ କରିଛନ୍ତି। ସିନ୍ଧିଆ ଦେଶର ହିତ ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ମୁଁ ଏହାକୁ ସମର୍ଥନ କରେ ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଏନେଇ କେହି ପ୍ରଶ୍ନ ଉଠାଇବା ଅନୁଚିତ। ବିଳମ୍ବରେ ହେଲେ ବି ଏହି ଐତିହାସିକ ଭୁଲ୍‌କୁ ସଂଶୋଧନ କରାଯାଇ ପାରିଛି ବୋଲି କଂଗ୍ରେସ ନେତା ଦ୍ୱିବେଦୀ ପ୍ରକାଶ କରିଛନ୍ତି। ସ୍ବାଧୀନତା ପରେ ଅଧିକାଂଶ ସ୍ବାଧୀନତା ସଂଗ୍ରାମୀ ୩୭୦ ଧାରାକୁ ଗ୍ରହଣ କରିବାକୁ ରାଜି ନ ଥିଲେ ବୋଲି କହିଛନ୍ତି। ଦ୍ୱିବେଦୀଙ୍କ ସହଯୋଗୀ ଦୀପେନ୍ଦର ହୁଡ଼ା ମଧ୍ୟ ଜାତୀୟ ସ୍ବାର୍ଥ ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ଥିଲା ବୋଲି ପ୍ରକାଶ କରିଛନ୍ତି। ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ଘଟଣା ବିମୁଦ୍ରୀକରଣଠାରୁ ଭଲ ବୋଲି ପ୍ରକାଶ କରିଛନ୍ତି। ଭାରତର ସାର୍ବଭୌମତ୍ୱ, ସ୍ବାର୍ଥ ଲାଗି ଯାହା ଉଦ୍ଦିଷ୍ଟ ଓ ଜମ୍ମୁ-କଶ୍ମୀରରେ ଶାନ୍ତି ଓ ବିକାଶ ଲାଗି ଯାହା ଠିକ୍‌ ତାକୁ ଦଳ ଆଦର୍ଶଗତ ଭାବେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।
ସଭାରେ କଂଗ୍ରେସର ମୁଖ୍ୟ ସଚେତକ ଭୁବନେଶ୍ୱର କଲିଥା ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଇସ୍ତଫା ଦେଇଥିଲେ। ବିଲ୍‌କୁ ବିରୋଧ କରିବା ଲାଗି କଂଗ୍ରେସ ସବୁ ସଦସ୍ୟଙ୍କୁ ହୁଇପ୍‌ ଜାରି କରିବା ଲାଗି ତାଙ୍କୁ କହିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ରାଏବରେଲିର କଂଗ୍ରେସ ବିଧାୟକ ଅଦିତି ସିଂ ଟୁଇଟର୍‌ରେ ‘ଜୟହିନ୍ଦ’
ଲେଖିବା ସହ ଆମେ ସମସ୍ତେ ଏକାଠି ଅଛୁ ବୋଲି ଉଲ୍ଲେଖ କରିଥିଲେ। ୩୭୦ ଉଛ୍ଚେଦ କରାଯିବା ଏକ ଐତିହାସିକ ନିଷ୍ପତ୍ତି ଓ ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ ବୋଲି ସେ କହିଛନ୍ତି। ରାଜସ୍ଥାନର କଂଗ୍ରେସ ମନ୍ତ୍ରୀ ଅlଶୋକ ଚନ୍ଦ୍‌ନା କେନ୍ଦ୍ର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କଂଗ୍ରେସର ବହୁ ନେତା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଭାଗ ଭାଗ କରାଯିବା ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri