Posted inଜାତୀୟ

୩୫୮ ଖଣି ଲିଜ୍‌ ବାତିଲ ଆବେଦନ:କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୭(ପି.ଟି.):ସାନି ମୂଲ୍ୟାୟନ କରା ନ ଯାଇ ଦେଶରେ ୩୫୮ରୁ ଅଧିକ ଲୁହାପଥର ଖଣି ବିଭିନ୍ନ କମ୍ପାନୀକୁ ଆବଣ୍ଟନ କରାଯିବା ଅଥବା ଲିଜ୍‌ ମିଆଦ ବୃଦ୍ଧି କିମ୍ବା ବଳବତ୍ତର ରଖାଯାଇଥିବାରୁ ସେଗୁଡ଼ିକୁ କାହିଁକି ବାତିଲ କରା ନ ଯିବ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜବାବ ରଖିବା ଲାଗି ସରକାର କୋର୍ଟଙ୍କୁ ଅଧିକ ସମୟ ମାଗିଛନ୍ତି।
ଆଇନ ଅନୁଯାୟୀ ଉପଯୁକ୍ତ ପଦ୍ଧତିରେ ଖଣିଗୁଡିକୁ ଲିଜ୍‌ ଦିଆଯାଇ ନ ଥିବାରୁ ସେଗୁଡିକର ଲିଜ୍‌ ବାତିଲ କରିବା ଲାଗି ଆବେଦନକାରୀ ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ବି.ଆର୍‌. ଗଭାଇଙ୍କ ଖଣ୍ଡପୀଠ ଜବାବ ଦେବା ଲାଗି ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ଓ ମାମଲାର ସମ୍ପୂର୍ଣ୍ଣ ଶୁଣାଣି ହେବା ଆବଶ୍ୟକ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏ.ଏନ୍‌.ଏସ୍‌. ନାଦ୍‌କର୍ନି ହାଜର ହୋଇ ଜବାବ ରଖିବା ଲାଗି କୋର୍ଟଙ୍କୁ ଅଧିକ ସମୟ ମାଗିଥିଲେ। ଏପ୍ରିଲ ୧୬ରେ ସର୍ବୋଚ୍ଚ ଅଦାଲତ ଅଭିଯୋଗ ଉପରେ ଏତଲା ଦାଏର କରିବା ସହ ଘଟଣାର ତଦନ୍ତ କରିବା ଲାଗି ସିବିଆଇକୁ କହିଥିଲେ। ଏହା ବ୍ୟତୀତ ମାମଲା ପରିଚାଳନାରେ ସହାୟତା ଲାଗି ବରିଷ୍ଠ ଆଇନଜୀବୀ ପି.ଏସ୍‌. ନରସିଂହଙ୍କୁ ଆମିକସ୍‌ କ୍ୟୁରୀ ନିଯୁକ୍ତ କରିଥିଲେ। ସରକାର ୨୮୮ଟି ଖଣିର ଲିଜ୍‌କୁ ବଢ଼ାଇ ଦେଇଛନ୍ତି। ଏହା ବଦଳରେ ରାଜନୈତିକ ଦଳଗୁଡିକୁ ମୋଟା ଅଙ୍କର ଚାନ୍ଦା ମିଳିଥିବା ଶର୍ମା ଜାଣିବାକୁ ପାଇଥିଲେ। ଏଥିପାଇଁ ୪ ଲକ୍ଷ କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଥିତ୍ବା ଶର୍ମା ତାଙ୍କ ପିଟିଶନ୍‌ରେ ଦର୍ଶାଇଥିଲେ। ୩୫୮ରୁ ଅଧିକ ଖଣିର ଲିଜ୍‌ ମିଆଦ ବଢ଼ାଯାଇଛି କିମ୍ବା ନୂଆ ଲିଜ୍‌ ଦିଆଯାଇଛି। ଏଥିପାଇଁ ଖଣିର ପୁନଃମୂଲ୍ୟାୟନ କରାଯାଇନି କିମ୍ବା ନିଲାମ ପ୍ରକ୍ରିୟାର ସହାୟତା ନିଆଯାଇନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆଇନ ଅନୁଯାୟୀ ଖୋଳାଯାଇଥିବା ଲୁହାପଥରର ବଜାର ମୂଲ୍ୟ ଅନୁଯାୟୀ ଅର୍ଥ ସମ୍ପୃକ୍ତ ଖଣି କମ୍ପାନୀଗୁଡିକଠାରୁ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ପିଟିଶନର ଅଦାଲତଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri