Posted inଫୁରସତ

୩୦ବର୍ଷ ହେଲା ସାପ ବିଷକୁ ଇଞ୍ଜେକସନ୍‌ ମାଧ୍ୟମରେ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍‌ ସିଙ୍ଗର୍‌ ଷ୍ଟିଭ୍‌ ଲୁଡ୍‌ୱିନ୍‌ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ ଜୀବିତ ଅଛନ୍ତି। ଆଜକୁ ୩୦ବର୍ଷ ହେବ ସେ ଏହି କାର୍ଯ୍ୟରେ ଲିପ୍ତ। କିନ୍ତୁ ଆଶ୍ଚର୍ଯ୍ୟ, ତାଙ୍କ ସ୍ବାସ୍ଥ୍ୟରେ କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ହେଉନାହଁି। ପିଲାଦିନେ ସେ ଶୁଣିବାକୁ ପାଇଥିଲେ ଶରୀରରେ ସାପ ବିଷ ଇଞ୍ଜେକସନ୍‌ ମାଧ୍ୟମରେ ଦେବା ଦ୍ୱାରା ଫାଇଦା ମିଳିଥାଏ। ମାତ୍ର ୧୭ ବର୍ଷ ବୟସରେ ସେ ଏହି ଯନ୍ତ୍ରଣାଦାୟକ ପ୍ରକ୍ରିୟାକୁ ନିଜ ଉପରେ ପରୀକ୍ଷଣ କଲେ। ପ୍ରଥମେ ଶରୀର ଉପରେ ବୁନ୍ଦାଏ ବିଷକୁ ରଖି ତାକୁ ଇଞ୍ଜେକସନ୍‌ ମାଧ୍ୟମରେ ଶରୀରକୁ ପ୍ରବେଶ କରାଇଥାନ୍ତି। ଏହା ଏତେ ବିଷାକ୍ତ ଯେ, ଶରୀରରେ ପ୍ରବେଶ କରିବା ମାତ୍ରେ ଲାଲ ରକ୍ତକଣିକାକୁ ନଷ୍ଟ କରିଦିଏ। ଏମିତିକି ରକ୍ତ ସଞ୍ଚାଳନ ବନ୍ଦ ହୋଇ କେଇ ମିନିଟ୍‌ ମଧ୍ୟରେ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ମଣିଷ ମୃତ୍ୟୁମୁଖକୁ ଚାଲିଯାଏ। କିନ୍ତୁ ଷ୍ଟିଭ୍‌ଙ୍କଠାରେ ସେମିତି କୌଣସି ପ୍ରଭାବ ଦେଖିବାକୁ ମିଳିନାହଁି। ଡାକ୍ତରମାନେ ବି ଷ୍ଟିଭ୍‌ଙ୍କ କୌଶଳକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri