୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଘଟଣା : ଗୁହାରି ଶୁଣୁନାହାନ୍ତି ଡିଇଓ, ଧାରଣା ୩ ଦିନରେ

ବ୍ରହ୍ମପୁର ଅଫିସ,୨୧ା୧୨-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ନ୍ୟାୟ ଦାବିରେ ଉଭୟେ ଗିରିରୋଡସ୍ଥିତ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ବୁଧବାରଠାରୁ ଧାରଣାରେ ବସିଛନ୍ତି। ଶୁକ୍ରବାର ଧାରଣା ତୃତୀୟ ଦିନରେ ପହଞ୍ଚିଥିଲେ ମଧ୍ୟ ପାଚିକା କୁନି ସାହୁ ଓ ଗୀତା ନାୟକଙ୍କ କାର୍ଯ୍ୟର ସୁବ୍ୟବସ୍ଥା କରିବା ଦିଗରେ ଡିଇଓ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।
ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କୁନି ଓ ଗୀତା ପାଚିକା ଭାବେ କାର୍ଯ୍ୟ କରିଆସୁଥିଲେ। ସେମାନେ କେବଳ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ସହ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ସହଯୋଗ କରୁଥିଲେ ା ଏପରିକି ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକମାନେ ସେମାନଙ୍କ ଦ୍ୱାରା ବ୍ୟକ୍ତିଗତ କାମ କରାଉଥିଲେ। ଏହାର ପ୍ରତିବାଦ କରିବାରୁ ମିଥ୍ୟା ଆରୋପ ଲଗାଇ କୌଣସି ନୋଟିସ୍‌ ନ ଦେଇ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା କୁନି ଓ ଗୀତା ଅଭିଯୋଗ କରିଛନ୍ତି। ତେଣୁ ଉଭୟେ ନ୍ୟାୟ ପାଇଁ ଓଡିଶା ମିଳିତ ବିଦ୍ୟାଳୟ ପାଚିକା, ସହାୟିକା ସଂଘ ସମର୍ଥନରେ ଧାରଣା ଦେଇଛନ୍ତି। ୩ ଦିନ ହେଲା ଧାରଣା ଦିଆଯାଇଥିଲେ ମଧ୍ୟ ଡିଇଓଙ୍କ ପକ୍ଷରୁ ୨ ପାଚିକାଙ୍କ ଦାବି ପୂରଣ ଦିଗରେ କୌଣସ ପଦକ୍ଷେପ ନିଆଯାଇ ନ ଥିବା ଓଡିଶା ମିଳିତ ବିଦ୍ୟାଳୟ ପାଚିକା, ସହାୟିକା ସଂଘ ଜିଲା ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତି କହିଛନ୍ତି ା
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ ସୂଚାଇଛନ୍ତି ା ଅନ୍ୟପକ୍ଷରେ ଏ ନେଇ ଡିଇଓ ଡ. ସନାତନ ପଣ୍ଡା କହିଛନ୍ତି, ଏ ଯାଏ କେହି ଅଭିଯୋଗ ପାଇଁ ଆସିନାହାନ୍ତି ା ବିଦ୍ୟାଳୟ ପରିଚାଳନା କମିଟି ପାଚିକା ନିଯୁକ୍ତି କରିଥାନ୍ତି। ତେଣୁ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଦ୍ୱାରା ଏହି ସମସ୍ୟା ସମାଧାନ ହୋଇପାରିବ ବୋଲି ଡିଇଓ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri