୨୯ଦିନ ହେବ ଯୁବକଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ) : ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରୁ ଜଣେ ଯୁବକ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ପ୍ରହରାଜପୁର ଗ୍ରାମର କୃଷ୍ଣଚନ୍ଦ୍ର ବାରିକଙ୍କ ପୁଅ ସୁବୋଧ ଓରଫ ତପନ(୩୯)। ବେହେରା ସାହିସ୍ଥିତ ସମ୍ପର୍କୀୟଙ୍କ ଘରୁ ତାଙ୍କର ବାଇକ୍‌, ମୋବାଇଲ୍‌ ଫୋନ୍‌, ବ୍ୟାଗ୍‌ ଓ ପୋଷାକପତ୍ର ଆଦି ମିଳିଥିଲେ ମଧ୍ୟ ୨୯ଦିନ ହେବ ତାଙ୍କର ପତ୍ତା ମିଳୁନି। ପରିବାର ଲୋକେ ଭୁବନେଶ୍ୱର ଆସି ଥାନାରେ ଅଭିଯୋଗ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଛନ୍ତି। ପୋଲିସ ଏନେଇ ଏକ ନିଖୋଜ ମାମଲା (ନଂ.୭୯/୧୯) ରୁଜୁ କରି ଅନୁସନ୍ଧାନ ଚଳାଇଛି।
ଅଭିଯୋଗ ଅନୁସାରେ, ତପନ କୌଣସି କାର୍ଯ୍ୟରେ ଭୁବନେଶ୍ୱର ଆସି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଭିଏସ୍‌ଏସ୍‌ ନଗରରେ ରହୁଥିବା ପରିଚିତଙ୍କ ପାଖରେ ରହିଥିଲେ। ଗତ ୨୩ ତାରିଖ ରାତିରେ ସେ ଉକ୍ତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ହେଲେ ଗେଟ୍‌ରେ ତାଲା ପଡ଼ିଥିବାରୁ ଖୋଲିବାକୁ ଡାକିଥିଲେ ମଧ୍ୟ କେହି ଶୁଣିପାରି ନ ଥିଲେ। ବର୍ଷା ଜୋର୍‌ରେ ହେବାରୁ ସେ ଆଉ ଫେରିପାରି ନ ପାରି ଗେଟ୍‌ ନିକଟରେ ଭିଜି ଭିଜି ଗାଡ଼ି ଉପରେ ଶୋଇପଡିଥିଲେ। ସକାଳେ ସମ୍ପର୍କୀୟମାନେ ଦେଖି ତାଙ୍କୁ ଘରକୁ ନେଇଥିଲେ। ଏହାର କିଛି ଘଣ୍ଟା ପରେ ସମ୍ପର୍କୀୟ ଲୋକେ ତାଙ୍କ ମାଆଙ୍କୁ ଫୋନ୍‌ କରି ତୁରନ୍ତ ନେଇଯିବାକୁ କହିଥିଲେ। ଏକଥାଶୁଣି ତପନଙ୍କ ସହ ତାଙ୍କ ମାଆ ଚମ୍ପାବତୀ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ପରେ ସେ ବାଲ୍‌କୋନି ଡେଇଁ କେଉଁଆଡ଼େ ପଳାଇଥିବା ନେଇ ସମ୍ପର୍କୀୟ ଫୋନ୍‌ କରି ପରିବାର ଲୋକଙ୍କୁ ଜଣାଇଥିଲେ। ସନ୍ଧ୍ୟାରେ ପରିବାର ଲୋକେ ଭୁବନେଶ୍ୱର ଆସି ପୁଅର ନିଖୋଜ ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସମ୍ପର୍କୀୟଙ୍କୁ ଡାକି ପଚରାଉଚରା କରିବା ସହ ବିଭିନ୍ନ ଥାନାକୁ ସୂଚନା ଦିଆଯାଇଥିଲେ ମଧ୍ୟ କିଛି ବି ସୁରାକ ପାଇପାରୁନି। ତାଙ୍କ ସମ୍ପର୍କରେ ସୂଚନା ପାଇଲେ ନୟାପଲ୍ଲୀ ଥାନା ନଂ.୦୬୭୪୨୫୫୬୬୬୮ରେ ଯୋଗାଯୋଗ କରିବାକୁ କୁହାଯାଇଛି। ତେବେ କେଉଁ ପରିସ୍ଥିତିରେ ତପନ ସମ୍ପର୍କୀୟଙ୍କ ଘରେ ନିଜ ମୋବାଇଲ୍‌ ଫୋନ୍‌, ଗାଡ଼ି, ପ୍ୟାଣ୍ଟ୍‌ଶାର୍ଟ, ଚପଲ, ପର୍ସ ଛାଡ଼ି ପଳାଇଲେ ନା ତାଙ୍କ ସହ ଅନ୍ୟ କିଛି ଘଟଣା ଘଟିଲା ତାହାର ତଦନ୍ତ କରି ପୁଅକୁ ଖୋଜି ଦେବାକୁ ମାଆ ପୋଲିସକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?