୨୧ଜଣଙ୍କ ନାମରେ ମାମଲା, ଜଣେ ଗିରଫ

ଖଣ୍ଡପଡ଼ା,୧୬ା୪(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ ଗଡ଼ିଆସାହି ପଞ୍ଚାୟତର ପଥରଖଣ୍ଡ ଗାଁରେ ଗତ ୧୨ତାରିଖ ରାତିରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଥିଲା। ଏହି ଘଟଣାରେ ପୋଲିସ ଉଭୟ ପକ୍ଷର ଏତଲାକ୍ରମେ ୨୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ତନ୍ମଧ୍ୟରୁ ଘଟଣାରେ ଲିପ୍ତ ସୁଦର୍ଶନ ନାୟକ ଓରଫ ସୁନ୍ଦରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ବିଶ୍ୱଜିତ୍‌ ରାଉତରାୟ କହିଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ ୨ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚ ଦେବରାଜ ସାହୁ ଓ ପୁଅ ସୁଶାନ୍ତଙ୍କୁ ଘରେ ପଶି କେତେଜଣ ବ୍ୟକ୍ତି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଟିକିନା ନାୟକ, ସୁଦର୍ଶନ ନାୟକ, ଗତଥରର ସରପଞ୍ଚ ବିପିନ ସାମଲ, ସ୍ତ୍ରୀ ପ୍ରବୀଣା, ପୁଅ ଚିନ୍ମୟ, ସିପନ, ବାବୁଲା ବେହେରା, ସୁଶାନ୍ତ ବେହେରା, ଗଙ୍ଗା ନାୟକ, ସନ୍ତୋଷ ବରାଡ଼ଙ୍କ ନାମରେ ମାମଲା ରୁଜୁ ହୋଇଛି। ଅପରପକ୍ଷେ ୨ୟ ଗୋଷ୍ଠୀର ସନ୍ତୋଷ ନାୟକଙ୍କ ଅଭିଯୋଗକ୍ରମେ ପ୍ରକାଶ ସାହୁ, ତାଙ୍କ ବାପା ଦେବରାଜ, ନବଘନ ସାହୁ, ଶିଶିର ସାହୁ, ଖଣ୍ଡପଡ଼ା ବ୍ଲକ ଯୁବ ବିଜେଡି ସଭାପତି ମନୋରଞ୍ଜନ ବେହେରା, ଲକ୍ଷ୍ମୀଧର ସାହୁ ଓ ଲଡୁକିଶୋର ସାହୁ ପ୍ରମୁଖ ୧୧ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri