Posted inଖେଳ

୨୦୨୦ ୟୁରୋପିଆନ୍‌ ଚାମ୍ପିୟନଶିପ୍‌: ଯୋଗ୍ୟତା ହାସଲ କଲେ ନେଦରଲାଣ୍ଡ୍ସ, ଜର୍ମାନୀ, କ୍ରୋଏସିଆ

ପ୍ୟାରିସ୍‌,୧୭।୧୧(ଏଏଫ୍‌ପି): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ୟୁରୋପ ମହାଦେଶର ସର୍ବବୃହତ୍‌ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ୟୁରୋପିଆନ ଚାମ୍ପିୟନଶିପ ଖେଳିବାକୁ ଆଉ ୩ଟି ଶକ୍ତିଶାଳୀ ଦେଶ ଯୋଗ୍ୟତା ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍ସ, ଜର୍ମାନୀ ଓ ବିଶ୍ୱକପ୍‌ ଫାଇନାଲିଷ୍ଟ କ୍ରୋଏସିଆ ୟୁରୋ ଟିକେଟ ହାସଲ କରିଛନ୍ତି। ୟୁରୋପର ୧୨ ଦେଶ ମିଳିତ ଭାବେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବେ ଓ ଏଥିରେ ୨୪ଟି ଦଳ ଅଂଶଗ୍ରହଣ କରିବେ। ଏହା ରୋମରେ ଜୁନ୍‌ ୧୨ ତାରିଖରୁ ଆରମ୍ଭ ହେବ। ଏପର୍ଯ୍ୟନ୍ତ ୧୬ଟି ଦେଶ ଏହି ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟତା ହାସଲ କରିସାରିଛନ୍ତି। ପୂର୍ବରୁ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ, ସ୍ପେନ୍‌, ଇଟାଲୀ, ଇଂଲଣ୍ଡ, ଭଳି ହାଇପ୍ରୋଫାଇଲ ଦଳ କ୍ୱାଲିଫାଏ କରିସାରିଛନ୍ତି। ୟୁରୋପିଆନ ଚାମ୍ପିୟନ ପର୍ତ୍ତୁଗାଲ ଆଉ ଗୋଟିଏ ବିଜୟ ହାସଲ କଲେ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟତା ହାସଲ କରିବ।
୧୯୭୨ ପରଠାରୁ ଜର୍ମାନୀ ରେକର୍ଡ କ୍ରମାଗତ ୧୩ ଥର ପାଇଁ ୟୁରୋ କପ୍‌ ଖେଳିବ। ଜର୍ମାନୀ ଶନିବାର ୪-୦ ଗୋଲରେ ବେଲାରୁଷକୁ ହରାଇ ମୁଖ୍ୟ ଡ୍ର’ରେ ପ୍ରବେଶ କରିଛି। ଜର୍ମାନୀ ତରଫରୁ ଟୋନି କ୍ରୁସ୍‌ ଦୁଇଟି ଗୋଲ ସ୍କୋର କରି ଜର୍ମାନୀକୁ ଜିତାଇବା ସହ ଗ୍ରୁପ୍‌ ସି’ର ଶୀର୍ଷରେ ପହଞ୍ଚାଇଥିଲେ। ସେହିପରି ବେଲଫାଷ୍ଟରେ ଖେଳାଯାଇଥିବା ଉତ୍ତର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌କୁ ଗୋଲଶୂନ୍ୟ ଭାବେ ଡ୍ର ରଖି ନେଦରଲାଣ୍ଡ୍ସ କ୍ୱାଲିଫାଏ କରିଛି। ୨୦୧୪ ବିଶ୍ୱକପ୍‌ ପରେ ନେଦରଲାଣ୍ଡ୍ସ ପ୍ରଥମଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି। ଅଷ୍ଟ୍ରିଆ, ପୋଲଣ୍ଡ ମଧ୍ୟ ୟୁରୋକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି କ୍ରୋଏସିଆ ୩-୧ ଗୋଲରେ ସ୍ଲୋଭାକିଆକୁ ପରାସ୍ତ କରି ୟୁରୋ କପ୍‌ ଟିକେଟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?