୨୦୨୦ରେ ଦ୍ୱିଗୁଣା ହେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ରୋଗୀ

ଭୁବନେଶ୍ୱର, ୭ା୧୧(ବ୍ୟୁରୋ) ଭାରତରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗବେଷଣା ଅନୁସାରେ ୨୦୧୦ ଓ ୨୦୧୫ରେ ଭାରତରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୨୬ ଓ ୨୮ ହଜାର ଥିବାବେଳେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ଅନୁମାନ କରାଯାଉଛି। ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଏକ ଧିମା କ୍ୟାନ୍‌ସର ହୋଇଥିବାବେଳେ ସାଧାରଣତଃ ଏହି ରୋଗ ଶେଷ ସ୍ତରରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ରୋଗୀ ଏହାର ବିଶେଷ ଲକ୍ଷଣ ଅନୁଭବ କରି ନଥାଏ। ହେଲେ ଥରେ ଏହି କ୍ୟାନ୍‌ସର ଦ୍ରୁତଗତିରେ ବଢ଼ିବା ଆରମ୍ଭ କଲେ କିମ୍ବା ବାହାରକୁ ବ୍ୟାପିଲେ ବିପଜ୍ଜନକ ପାଲଟିଥାଏ। ପ୍ରାରମ୍ଭିକ ସ୍ତରରେ ଏହି ରୋଗର ଲକ୍ଷଣ ଚିହ୍ନଟ ହୋଇପାରୁ ନ ଥିବାରୁ ୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରତିବର୍ଷ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଯାଞ୍ଚ ଜରୁରୀ ବୋଲି ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲର ବରିଷ୍ଠ ୟୁରୋଲୋଜିଷ୍ଟ ଡା. ବିଶ୍ୱଜିତ୍‌ ନନ୍ଦ କହିଛନ୍ତି। ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର କ୍ଲିନିକ୍‌ ଶୁଭାରମ୍ଭ ଅବସରରେ ଡା. ନନ୍ଦ ଭାରତର ପୁରୁଷଙ୍କ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ଏହି କ୍ୟାନ୍‌ସର ସମ୍ପର୍କରେ କହିଥିଲେ। ସଚେତନତା ସୃଷ୍ଟି ଓ ଠିକ ସମୟରେ ଚିକିତ୍ସା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ହସ୍ପିଟାଲ ତରଫରୁ ବରିଷ୍ଠ ନାଗରିକଙ୍କୁ ନେଇ ଏକ ୱାକାଥନ୍‌ ଆୟୋଜନ ହୋଇଥିବାବେଳେ ଏଥିରେ ଦେଢ଼ଶହରୁ ଅଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ହସ୍ପିଟାଲ ୟୁନିଟ୍‌ ହେଡ୍‌ ଭର୍ଗିସ ପି ଜନ୍‌ ଏହି ଅବସରରେ କହିଥିଲେ, ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଏଭଳି ଧରଣର କ୍ୟାନ୍‌ସର ଯାହା ଭାରତୀୟଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ। ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏଥିରେ ପୀଡ଼ିତ ହେବାର ଆଶଙ୍କା ଅଧିକ ଥାଏ। ତେବେ ୫୦ ବର୍ଷରୁ କମ୍‌ ବୟସ୍କଙ୍କ ମଧ୍ୟରେ ଏକ ପ୍ରତିଶତଙ୍କଠାରେ ଏହି କ୍ୟାନସର ପରିଲକ୍ଷିତ ହୋଇଥାଏ। ଯଦି ପରିବାରର ଆଉ କାହାକୁ କେବେ ଏହି କର୍କଟ ରୋଗ ହୋଇଥାଏ, ତା’ହେଲେ ଏହାଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଅଧିକ ରହିଥାଏ। ବାର୍ଦ୍ଧକ୍ୟ, ମେଦବହୁଳତା, ଅନୁଚିତ ଆହାର ଏବଂ ଆନୁବଂଶିକ ପରିବର୍ତ୍ତନ ପ୍ରୋଷ୍ଟେଟ୍‌ କ୍ୟାନ୍‌ସରର ମୁଖ୍ୟ କାରଣ। ଶେଷ ପର୍ଯ୍ୟାୟରେ ପୀଡ଼ିତ ପରିସ୍ରା କରିବାରେ କଷ୍ଟ ଅନୁଭବ କରିଥାନ୍ତି ନଚେତ୍‌ ବାରମ୍ବାର ପରିସ୍ରା ଅନୁଭବ କରିଥାନ୍ତି। ଆଗୁଆ ରୋଗ ନିରୂପଣ ଦ୍ୱାରା ଏହାର ଚିକିତ୍ସା ସମ୍ଭବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?