୨୦୨୦ରେ ଦ୍ୱିଗୁଣା ହେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ରୋଗୀ

ଭୁବନେଶ୍ୱର, ୭ା୧୧(ବ୍ୟୁରୋ) ଭାରତରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗବେଷଣା ଅନୁସାରେ ୨୦୧୦ ଓ ୨୦୧୫ରେ ଭାରତରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୨୬ ଓ ୨୮ ହଜାର ଥିବାବେଳେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ଅନୁମାନ କରାଯାଉଛି। ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଏକ ଧିମା କ୍ୟାନ୍‌ସର ହୋଇଥିବାବେଳେ ସାଧାରଣତଃ ଏହି ରୋଗ ଶେଷ ସ୍ତରରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ରୋଗୀ ଏହାର ବିଶେଷ ଲକ୍ଷଣ ଅନୁଭବ କରି ନଥାଏ। ହେଲେ ଥରେ ଏହି କ୍ୟାନ୍‌ସର ଦ୍ରୁତଗତିରେ ବଢ଼ିବା ଆରମ୍ଭ କଲେ କିମ୍ବା ବାହାରକୁ ବ୍ୟାପିଲେ ବିପଜ୍ଜନକ ପାଲଟିଥାଏ। ପ୍ରାରମ୍ଭିକ ସ୍ତରରେ ଏହି ରୋଗର ଲକ୍ଷଣ ଚିହ୍ନଟ ହୋଇପାରୁ ନ ଥିବାରୁ ୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରତିବର୍ଷ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଯାଞ୍ଚ ଜରୁରୀ ବୋଲି ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲର ବରିଷ୍ଠ ୟୁରୋଲୋଜିଷ୍ଟ ଡା. ବିଶ୍ୱଜିତ୍‌ ନନ୍ଦ କହିଛନ୍ତି। ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର କ୍ଲିନିକ୍‌ ଶୁଭାରମ୍ଭ ଅବସରରେ ଡା. ନନ୍ଦ ଭାରତର ପୁରୁଷଙ୍କ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ଏହି କ୍ୟାନ୍‌ସର ସମ୍ପର୍କରେ କହିଥିଲେ। ସଚେତନତା ସୃଷ୍ଟି ଓ ଠିକ ସମୟରେ ଚିକିତ୍ସା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ହସ୍ପିଟାଲ ତରଫରୁ ବରିଷ୍ଠ ନାଗରିକଙ୍କୁ ନେଇ ଏକ ୱାକାଥନ୍‌ ଆୟୋଜନ ହୋଇଥିବାବେଳେ ଏଥିରେ ଦେଢ଼ଶହରୁ ଅଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ହସ୍ପିଟାଲ ୟୁନିଟ୍‌ ହେଡ୍‌ ଭର୍ଗିସ ପି ଜନ୍‌ ଏହି ଅବସରରେ କହିଥିଲେ, ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଏଭଳି ଧରଣର କ୍ୟାନ୍‌ସର ଯାହା ଭାରତୀୟଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ। ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏଥିରେ ପୀଡ଼ିତ ହେବାର ଆଶଙ୍କା ଅଧିକ ଥାଏ। ତେବେ ୫୦ ବର୍ଷରୁ କମ୍‌ ବୟସ୍କଙ୍କ ମଧ୍ୟରେ ଏକ ପ୍ରତିଶତଙ୍କଠାରେ ଏହି କ୍ୟାନସର ପରିଲକ୍ଷିତ ହୋଇଥାଏ। ଯଦି ପରିବାରର ଆଉ କାହାକୁ କେବେ ଏହି କର୍କଟ ରୋଗ ହୋଇଥାଏ, ତା’ହେଲେ ଏହାଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଅଧିକ ରହିଥାଏ। ବାର୍ଦ୍ଧକ୍ୟ, ମେଦବହୁଳତା, ଅନୁଚିତ ଆହାର ଏବଂ ଆନୁବଂଶିକ ପରିବର୍ତ୍ତନ ପ୍ରୋଷ୍ଟେଟ୍‌ କ୍ୟାନ୍‌ସରର ମୁଖ୍ୟ କାରଣ। ଶେଷ ପର୍ଯ୍ୟାୟରେ ପୀଡ଼ିତ ପରିସ୍ରା କରିବାରେ କଷ୍ଟ ଅନୁଭବ କରିଥାନ୍ତି ନଚେତ୍‌ ବାରମ୍ବାର ପରିସ୍ରା ଅନୁଭବ କରିଥାନ୍ତି। ଆଗୁଆ ରୋଗ ନିରୂପଣ ଦ୍ୱାରା ଏହାର ଚିକିତ୍ସା ସମ୍ଭବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri