୧୯ ବର୍ଷ ସଂଘର୍ଷ, ତଥାପି ମିଳିନି ନ୍ୟାୟ

ସମ୍ବଲପୁର,୨।୬(ବ୍ୟୁରୋ):ଦୀର୍ଘ ୧୯ ବର୍ଷ ସଂଘର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦେବୋଦତ୍ତର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ସମ୍ବଲପୁର ଠେମରା ଗ୍ରାମର ରାମଚନ୍ଦ୍ର ମିଶ୍ରଙ୍କୁ ମିଳିନି ନ୍ୟାୟ। ବିଭାଗର ଜଣେ ଉଚ୍ଚ ଅଧିକାରୀଙ୍କ ଆକ୍ରୋସ ଶିକାର ହୋଇ ରାମଚନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନ ଦୁର୍ବିସହ ହୋଇପଡ଼ିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜିଲା ବାହାରକୁ ବଦଳି କରିବା ନିୟମ ନ ଥିଲେ ମଧ୍ୟ ଅଧିକାରୀ ଜଣକ ତାଙ୍କୁ ଆକ୍ରୋସମୂଳକ ଭାବେ ବଦଳି କରିଥିଲେ। ତେବେ ନିଜ ବିବାହ ସ୍ଥିର ହୋଇଥିବା କାରଣ ଦର୍ଶାଇ ରାମଚନ୍ଦ୍ର ବଦଳି ଆଦେଶ ପାଳନ ନ କରିବାରୁ ଏବେ ବଡ଼ ସମସ୍ୟାରେ ପଡ଼ିଛନ୍ତି। ସେପଟେ ବଦଳି ଆଦେଶକୁ ଚ୍ୟାଲେଞ୍ଜ୍‌ କରି ସେ ଓଡ଼ିଶା ପ୍ରାଶାସନିକ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ହେଲେ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ତାଙ୍କ ଜୀବନର ମୂଲ୍ୟବାନ ସମୟ କଟି ଏବେ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି। ଚାକିରି ଜୀବନର ସମସ୍ତ ସୁବିଧା ସୁଯୋଗରୁ ସେ ବଞ୍ଚିତ ରହିଛନ୍ତି।
ରାମଚନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ସେ ୧୯୮୫ରେ ସମ୍ବଲପୁର ଅତିରିକ୍ତ ଉପାୟୁକ୍ତ (ଦେବୋତ୍ତର)ଙ୍କ କାର୍ଯ୍ୟାଳୟରେ ଯୋଗଦେଇ ୨୦୦୦ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ହେଲେ ୨୦୦୦ ଏପ୍ରିଲ ୫ରେ ତାଙ୍କୁ ବଲାଙ୍ଗୀର ଦେବୋତ୍ତର ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ବଦଳି କରାଗଲା। ରାମଚନ୍ଦ୍ର ବଲାଙ୍ଗୀରରେ ଯୋଗ ନ ଦେଇ ବଦଳି ଆଦେଶ ବିରୋଧରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ହେଲେ ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ପରବର୍ତ୍ତୀ ସମୟରେ ସେ ଓଡ଼ିଶା ହାଇକୋର୍ଟର ଆଶ୍ରୟ ନେଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇଥିଲେ। ଗୋଟିଏ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ମାମଲାକୁ ଗ୍ରହଣ କରାଯାଉପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ କାର୍ଯ୍ୟରେ ଅବହେଳା ଦର୍ଶାଯାଇ ୨୦୦୫ରେ ତାଙ୍କ ବିରୋଧରେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପୂର୍ବକ କାର୍ଯ୍ୟରୁ ନିଲମ୍ବନ କରାଗଲା। ଏ ସମ୍ପର୍କରେ ରାମଚନ୍ଦ୍ର ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ମାମଲାର ବିଚାର କରି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ବିଭାଗ ନିର୍ଦ୍ଦେଶ ପାଳନ କରି ନ ଥିଲା ବୋଲି ରାମଚନ୍ଦ୍ର ଅଭିଯୋଗ କରିଛନ୍ତି। ପୁନର୍ବାର ଓଡ଼ିଶା ପ୍ରଶାସନିକ ନ୍ୟାୟାଳୟରେ ଆବେଦନ କରିବାରୁ ୩ ମାସ ମଧ୍ୟରେ ବିଚାର କରି ପଦକ୍ଷେପ ନେବାକୁ କୋର୍ଟ ୨୦୧୭ ନଭେମ୍ବର ୨୦ରେ ରାଜ୍ୟ ଆଇନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏପଟେ ରାମଚନ୍ଦ୍ରଙ୍କ ଚାକିରିରୁ ଅବସର ଗ୍ରହଣ ସମୟ ୨୦୧୭ ମାର୍ଚ୍ଚ ୩୦ ରହିଥିଲା। ହେଲେ ଆଇନ ବିଭାଗ ୨୦୧୮ ଏପ୍ରିଲ ୩୦ରେ ମାମଲାକୁ ଖାରଜ କରିଦେଇଥିଲେ ବୋଲି ରାମଚନ୍ଦ୍ର କହିଛନ୍ତି। ଏ ସମ୍ପର୍କରେ ସମ୍ବଲପୁର ଦେବୋତ୍ତର ବିଭାଗ ଆସିଷ୍ଟାଣ୍ଟ ଡେପୁଟି କମିଶନର ସ୍ବୟଂପ୍ରକାଶ ଦାସଙ୍କୁ ପଚାରିବାରୁ ସେ କହିଲେ, ଏହା ବହୁ ପୁରୁଣା ମାମଲା ହୋଇଥିବାରୁ ଏ ବିଷୟରେ ମୁଁ କିଛି ଜାଣି ନାହିଁ। ମାମଲା କୋର୍ଟକୁ ଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯାହା କିଛି ହୋଇଥାଏ ବୋଲି ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସିଲା ଜଗନ୍ନାଥଙ୍କ ରଥ, ୨ ଛାତ୍ର ମୃତ, ୭ ଗୁରୁତର

ରାଞ୍ଚି,୨୧।୭: ଝାଡ଼ଖଣ୍ଡ ଟୋରପା ଥାନା ଅଞ୍ଚଳର କୋଟେଙ୍ଗସେରାର ‘ମାଉସି ବାରି’ ନିକଟରେ ପ୍ରଭୁ ଜଗନ୍ନାଥଙ୍କ ରଥ ୧୧,୦୦୦ ଭୋଲ୍ଟର ହାଇ-ଟେନସନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଦୁଇଜଣ…

ମହାକାଶରେ ମିଳିଲା ଶର୍କରା: ଖୋଲିବ ଜୀବନ ଉତ୍ପତ୍ତିର ରହସ୍ୟ

ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri