୧୯ବର୍ଷ ହେଲା ତଣ୍ଡ ଗଣୁଛନ୍ତି ହିତାଧିକାରୀ

କଟକ ଅଫିସ,୨୭ା୭: ମର୍କତନଗର ସେକ୍ଟର-୧୩ରେ ଜମି କିଣିଥିବା ହିତାଧିକାରୀ ଏବେ ବି ତଣ୍ଡ ଗଣୁଛନ୍ତି। ଜମି କିଣିବାକୁ ଇତିମଧ୍ୟରେ ୧୯ବର୍ଷ ପୂରଣ ହେଲାଣି। ବର୍ଗଫୁଟ ୫୦ପଇସା ହିସାବରେ ହିତାଧିକାରୀମାନେ ନିଜସ୍ବ ଜମିର ମାପକୁ ନେଇ ୧୯ବର୍ଷ ଧରି ଗ୍ରାଉଣ୍ଡ ରେଣ୍ଟ ଦେଉଛନ୍ତି। ଠିକ୍‌ ସମୟରେ ଗ୍ରାଉଣ୍ଡ ରେଣ୍ଟ ନ ଦେଲେ ସୁଧ ମିଶାଇ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରୁଛି କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)। ୨୦୧୭ ଅଗଷ୍ଟ ୪ରେ ସିଡ଼ିଏ ପକ୍ଷରୁ ଜମି ଚିହ୍ନଟ ଓ ଚୂଡ଼ାନ୍ତ ମାଲିକାନାପତ୍ର ପ୍ରଦାନ କରାଯିବା ସହ ଘର ତିଆରି ନେଇ ପ୍ଲାନ ଅନୁମୋଦନ କରାଯାଇଥିଲା। ଆଉ କିଛି ମାସ ପରେ ଅନୁମୋଦନର ଅବଧି ଶେଷ ହେବ। ୧୯ବର୍ଷ ଧରି ଘର ତିଆରି କରିବା ନେଇ ସିଡ଼ିଏ ମୌଳିକ ସୁବିଧା ସୁଯୋଗ ପ୍ରଦାନ ନ କରିବା ଫଳରେ ଏବେ ଲୋକମାନେ ଘର ତିଆରି ନିଜ ସୁବିଧା ଅନୁଯାୟୀ ଆରମ୍ଭ କରିଛନ୍ତି। ୭୨ଟି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୭ ଜମିର ମାଲିକଙ୍କ ମୃତ୍ୟୁ ଘଟିସାରିଲାଣି। ସେକ୍ଟର-୧୩ରେ ଜମି କିଣି ଘର କରିବାର ସ୍ବପ୍ନ ଦେଖିଥିବା ଲୋକମାନେ ସିଡ଼ିଏର ଅବହେଳାରୁ ମାନସିକ ନିର୍ଯାତନା ପାଉଛନ୍ତି ବୋଲି କହିଛନ୍ତି।
୨୦୦୧ରେ ମର୍କତନଗର ସେକ୍ଟର-୧୩ ଜମି ବିକ୍ରି ହୋଇଥିଲା। ପ୍ରଥମେ ମୋଟ ୧୫୯୬ ପ୍ଲଟ ବିକ୍ରି ହୋଇଥିଲା। ସେହିପରି ଗତ ଫେବୃୟାରୀରେ ୭୦ଟି ପ୍ଲଟ ବିକ୍ରି କରାଯାଇଛି। ବି ଠାରୁ ଏଫ୍‌ ପର୍ଯ୍ୟନ୍ତ ବିଭିନ୍ନ ଆକାରର ପ୍ଲଟ୍‌ ରହିଛି। ବିକ୍ରିର ୬ବର୍ଷ ପରେ ଅର୍ଥାତ ୨୦୦୭ରେ ୬୪୫ଟି ଜମି ଚିହ୍ନଟ କରାଯାଇଥିଲା। ପରେ ଚୁପ ହୋଇ ବସି ପଡ଼ିଥିଲେ ସିଡ଼ିଏ କର୍ତ୍ତୃପକ୍ଷ। ପୁଣି ୨୦୧୭ରେ ବଳକା ଜମି ଚିହ୍ନଟ ଓ ମାଲିକାନା ପତ୍ର ପ୍ରଦାନ କରାଯାଇଥିଲା। ଘର ନିର୍ମାଣ କାର୍ଯ୍ୟ ନେଇ ହିତାଧିକାରୀମାନେ ପାଣି ବିଲ୍‌ ମାସକୁ ୧୯୮ଟଙ୍କା ଓ ବିଦ୍ୟୁତ ବାବଦକୁ ୟୁନିଟ୍‌ ପିଛା ୫ଟଙ୍କା ୭୦ପଇସା ଆକାରରେ ବିଲ୍‌ ପଇଠ କରୁଛନ୍ତି। ସିଡ଼ିଏର ଅବହେଳା ପରେ ଅତ୍ୟଧିକ ଖର୍ଚ୍ଚ ହେଲେ ମଧ୍ୟ ଗୃହ ନିର୍ମାଣ କରିବାକୁ ଜମି କ୍ରେତାମାନେ ଆଗେଇ ଆସିଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ ଜାନୁୟାରୀ ୮ରେ ସିଡ଼ିଏ କର୍ତ୍ତୃପକ୍ଷଙ୍କୁ ମୌଳିକ ସୁବିଧା ସୁଯୋଗ ଦେବା ନେଇ ଚିଠି(ନଂ ପିଜି-୦୧/୨୦୧୮-୫୮୪) ଆସିଥିଲା। ସିଡିଏ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗକୁ ପାନୀୟଜଳ ବ୍ୟବସ୍ଥା ଓ ସେସୁକୁ ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବା ନେଇ ଚିଠି ପ୍ରଦାନ କରାଯାଇଛି। ହେଲେ ଉଭୟ ବିଭାଗର କାର୍ଯ୍ୟ ଧିମା ଗତିରେ ଚାଲିଛି। ଜମିକ୍ରେତାମାନେ ଘର ତିଆରି ନିଜ ପ୍ରଚେଷ୍ଟାରେ କରିବା ଫଳରେ ଏବେ ପାନୀୟଜଳ ଯୋଗାଣ ଓ ବିଦ୍ୟୁତ୍‌ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ସିଡ଼ିଏ ସଚିବ ମନୋଜ ରଞ୍ଜନ ମହାପାତ୍ର କୁହନ୍ତି, ଫନୀ ଯୋଗୁ କାମ ଆଗେଇ ପାରି ନ ଥିଲା। ଯଥାସମ୍ଭବ କାର୍ଯ୍ୟ କରାଯାଉଛି। ଖୁବ୍‌ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?