୧୮ରୁ ଧାନକିଣା, ୩ରୁ ମିଳିବ ଟୋକନ

ଢେଙ୍କାନାଳ ଅଫିସ, ୨୪।୧୧ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ‘୫-ଟି’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ମିଳିମିଶି କାମ କଲେ ସଫଳତା ମିଳିବ ବୋଲି କହିଥିଲେ। ମୋ ସରକାରରେ ସ୍ବାସ୍ଥ୍ୟ ଏବଂ ପୋଲିସ ବିଭାଗ ଅନ୍ତର୍ଭୁକ୍ତ ହୋଇଛି। ଡିସେମ୍ବର ୧ରୁ ଅନ୍ୟ ୫ ବିଭାଗକୁ ଏଥିରେ ସାମିଲ କରାଯିବ। ଜିଲାରେ ଡିସେମ୍ବର ୧୮ରୁ ଧାନ କିଣା ଆରମ୍ଭ ହେବ। ଏଥିପାଇଁ ୩ ତାରିଖରୁ ଟୋକନ ଦିଆଯିବ। ୧ ତାରିଖ ପୂର୍ବରୁ ଫାର୍ମ ପୋଖରୀ ତନଖି ଏବଂ ମମତା ଯୋଜନାର ହିତାଧିକାରୀଙ୍କୁ ମୋବାଇଲ ନମ୍ବର ପଞ୍ଜୀକରଣ କରାଯିବ ବୋଲି ସୂଚନା ଦିଆଯାଇଛି।
ଜିଲାରେ ୯୦% ରୋଗୀଙ୍କ ଟେଲିଫୋନ ନମ୍ବର ପଞ୍ଜୀକରଣ କରାଯାଉଛି। ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଜିଲା ଚିକିତ୍ସାଳୟରେ ରୋଗୀଙ୍କ ସହାୟତା ପାଇଁ କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯିବ। ପ୍ରତି ମହଲାରେ ଟିଭି ଲଗାଯାଇ ସୂଚନା ପ୍ରଦାନ କରାଯିବ। ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯିବ। ଅତିଶୀଘ୍ର ଗୋଟିଏ ମିନି ଆଇସିୟୁ ଏବଂ ପୋଲିସ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ। ନୀତି ଆୟୋଗଙ୍କ ଆକାଂକ୍ଷା ଜିଲା ଭାବେ ଢେଙ୍କାନାଳରେ ‘ମିଶନ ଇନ୍ଦ୍ରଧନୁଷ’ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଆବାସିକ ସ୍କୁଲଗୁଡ଼ିକର ୮ ହଜାର ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସୁନେତ୍ର ଯୋଜନାରେ ଚକ୍ଷୁ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ବର୍ହିବିଭାଗରେ ୨୪ଘଣ୍ଟିଆ ଏକ୍ସ-ରେ ସୁବିଧା ଯୋଗାଇଦେବାକୁ ଏସ୍‌ପି ଅନୁପମା ଜେମ୍‌ସ ପରାମର୍ଶ ଦେଇଥିଲେ।
ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଆର୍‌ଟିଓ କାର୍ଯ୍ୟାଳୟରେ ଦିନକୁ ଡ୍ରାଇଭିଂ ଲାଇସେନ୍ସ ପଞ୍ଜୀକରଣ ସଂଖ୍ୟା ୬୦୦କୁ ବୃଦ୍ଧି କରାଯାଇଛି। ଶିକ୍ଷାନୁଷ୍ଠାନରେ ବ୍ୟବହୃତ ଯାନବାହନର ଫିଟନେସ ଯାଞ୍ଚ କରିବା ନେଇ ସଚେତନ କରାଯିବ। ୨୫ ତାରିଖ ସୁଦ୍ଧା ସମସ୍ତ ଜନସେବା କେନ୍ଦ୍ରର ସ୍ବତ୍ତ୍ୱାଧିକାରୀଙ୍କୁ ଲାଇସେନ୍ସ ପଞ୍ଜୀକରଣ ଲାଗି ତାଲିମ ଦିଆଯିବ। କଙ୍କଡାହାଡ଼ ବ୍ଲକରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବା, ଚାଷୀଙ୍କୁ ସମସ୍ତ ସହାୟତା ଯୋଗାଇଦେବା, ପାନୀୟ ଜଳ ଯୋଗାଣ, ପେନସନ ପାଇଁ ଆଧାର ସଂଯୋଗୀକରଣ, ଶିଶୁଙ୍କ ଡାଟାବେସ୍‌ ପ୍ରସ୍ତୁତ, ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା, ସମସ୍ତ ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବିଶ୍ରାମ ଗୃହ ନିର୍ମାଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର, ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା, ଆରଟିଓ ଶ୍ରୀବତ୍ସ ଦଳେଇ, ଡେପୁଟି କଲେକ୍ଟର ସୌଦାମିନୀ ସାହୁଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri