୧୬ ନଂ. ଜାତୀୟ ରାଜପଥରେ ସ୍କୁଟି ପଛକୁ ପିଟିଲା କାର୍‌: ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଯଁ।ଳା/ଜଟଣୀ,୨୫।୭(ଡି.ଏନ.ଏ.): ୧୬ ନଂ. ଜାତୀୟ ରାଜପଥର ଯଁ।ଳା ଫାଣ୍ଡି ଅନ୍ତର୍ଗତ ମହୁରା ଛକ ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ସ୍କୁଟି ପଛକୁ କାର ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମତକଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ଓ ଅନ୍ୟ ଜଣେ ଅବସରପ୍ରାପ୍ତ ଶିକ୍ଷକ। ମୃତ ଶିକ୍ଷୟିତ୍ରୀଙ୍କ ନାମ ବିନୋଦିନୀ ନାୟକ। ଜଟଣୀ ବ୍ଲକ କନ୍ତିଆ ଗ୍ରାମସ୍ଥିତ ଭାଗବତ ବାସୁଦେବ ବିଦ୍ୟାପୀଠରେ ସେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ ଗୋକୁଳାନନ୍ଦ ମହାନ୍ତି। ଜଟଣୀ ମଧୁସୂଦନନଗର ଅଞ୍ଚଳରେ ତାଙ୍କ ଘର।
ଜଟଣୀ ବ୍ଲକ ବ୍ରହ୍ମକୁଣ୍ଡଳ ଗ୍ରାମ ସ୍କୁଲରେ ଥିବା ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବାକୁ ଗୋକୁଳାନନ୍ଦଙ୍କ ସହ ବିନୋଦିନୀ ସ୍କୁଟିରେ ଯାଉଥିଲେ। ଦ୍ରୁତଗତିରେ ଆସୁଥିବା କାର (ନଂ. ଓଡି୦୩ଜି୬୬୩୯) ପଛ ପଟରୁ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିନୋଦିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏମ୍‌ସରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଗୋକୁଳାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଧକ୍କା ଦେଇଥିବା କାର୍‌ଟିକୁ ପୋଲିସ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଥିଲେ। ଉଭୟ ମୃତଦେହକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସନ୍ଧ୍ୟା ହୋଇ ଯାଇଥିବାରୁ ଗୁରୁବାର ବ୍ୟବଚ୍ଛେଦ କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ। ହେଲେ ସେମାନଙ୍କ ମୃତ୍ୟୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବକୁ ଫିକା ପକାଇ ଦେଇଥିଲା। ଉଭୟଙ୍କ ମୃତ୍ୟୁରେ ଶିକ୍ଷକ ମହଲ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବିନୋଦିନୀ ବିଭିନ୍ନ ଶିକ୍ଷକ ସଂଘ ସହିତ ଜଡ଼ିତ ରହିବା ସହ ଜଟଣୀ ପୁସ୍ତକ ମେଳା, ଜଟଣୀ ସାହିତ୍ୟ ସଂସଦ, ବିପିନ ବିହାରୀ ପାଠାଗାର, ରେଲୱେ ସ୍କୁଲ ପୁରାତନ ବିଦ୍ୟାର୍ଥୀ ସଙ୍ଗଠନର ସକ୍ରିୟ ସଦସ୍ୟା ଥିଲେ। ସେ ଜଣେ ଲେଖିକା ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ପରିଚିତ ଥିଲେ। ଏହାଛଡ଼ା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଶିକ୍ଷା ଲାଗି ଏମ୍‌ସକୁ ପୂର୍ବରୁ ବିନୋଦିନୀ ତାଙ୍କ ଶରୀର ଦାନ କରିଥିଲେ। ଏ ସମ୍ପର୍କରେ ଏମ୍‌ସର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଥିଲେ, ଶିକ୍ଷୟିତ୍ରୀ ବିନୋଦିନୀଙ୍କ ମୃତ୍ୟୁଖବର ଆମ ପାଖରେ ପହଞ୍ଚତ୍ଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକ ଆମକୁ ମୃତଦେହ ଦାନ ସମ୍ପର୍କରେ ଜଣାଇଲେ ଏମ୍‌ସର ଆମ୍ବୁଲାନ୍ସ ଯାଇ ଶରୀରକୁ ଆଣିବ। ସେହିପରି ଗୋକୁଳାନନ୍ଦ ଶିକ୍ଷକ ନେତା ଓ ଛାତ୍ରବତ୍ସଳ ଭାବେ ଏଠାରେ ବେଶ୍‌ ପରିଚିତ ଥିଲେ। ସେ ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ସମେତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ଏମାନଙ୍କ ମୃତ୍ୟୁରେ ଏଲିମେଣ୍ଟାରୀ ଶିକ୍ଷକ ସଂଘ ଜଟଣୀ ବ୍ଲକ ସଭାପତି କୈଳାସ ରାଉତ, ରବୀନ୍ଦ୍ର ମହାନ୍ତି, ତ୍ରିନାଥ ସାମନ୍ତରାୟ, ଗଗନ ଚନ୍ଦ୍ର ମଙ୍ଗରାଜ, ଓଡ଼ିଶା ପ୍ରାଥମିକ ଶିକ୍ଷକ ବିଦ୍ୟାଳୟ ସଂଘର ରାଜ୍ୟ ମହାସଚିବ ଜିତ୍‌ରଞ୍ଜନ ମହାପାତ୍ର, ଜଟଣୀ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରସାଦ ମିଶ୍ର, ଜଟଣୀ ସାହିତ୍ୟ ସଂସଦର ସଭାପତି ଶ୍ୟାମସୁନ୍ଦର ତ୍ରିପାଠୀ, ବିପିନ ବିହାରୀ ପାଠାଗାରର ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ଓଷ୍ଟାର ଜଟଣୀ ବ୍ଲକ ପକ୍ଷରୁ କିଶୋର ସୁବୁଦ୍ଧି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri