Posted inଜାତୀୟ

୧୫ ଦଳକୁ ମିଳିଛି ‘ନୋଟା’ଠୁ କମ୍‌ ଭୋଟ

ନୂଆଦିଲ୍ଲୀ,୭ା୬:ସପ୍ତଦଶ ଲୋକ ସଭାକୁ ୩୬ ରାଜନୈତିକ ଦଳର ପ୍ରତିନିଧି ନିର୍ବାଚିତ ହୋଇ ଆସିଥିବାବେଳେ ୧୫ଟି ଦଳ ‘ନୋଟା’(ନନ୍‌ ଅଫ୍‌ ଦ ଆବଭ୍‌) ଠାରୁ କମ୍‌ ସଂଖ୍ୟକ ଭୋଟ ପାଇଥିବା ଜଣାପଡ଼ିଛି। ଏହି ଦଳଗୁଡ଼ିକ ମଧ୍ୟରୁ ଅନେକ ନାମକୁ ମାତ୍ର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରକାଶ। ୨୦୧୪ରେ ‘ନୋଟା’ ପ୍ରଚଳନ କରାଯାଇଥିବାବେଳେ ଏହା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ଅଣସ୍ବୀକୃତିକୁ ଦର୍ଶାଇଥାଏ। ଚଳିତ ସାଧାରଣ ନିର୍ବାଚନରେ ମୋଟ ୧.୦୬ ପ୍ରତିଶତ ଭୋଟ ‘ନୋଟା’ ସପକ୍ଷରେ ଯାଇଛି। ୨୦୧୪ ନିର୍ବାଚନରେ ଏହା ୧.୦୮ ପ୍ରତିଶତ ଥିଲା।
ରାମବିଳାଶ ପାଶ୍ୱାନ୍‌ଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ବିହାରର ୬ଟି ଲୋକ ସଭା ଆସନରେ ବିଜୟୀ ହୋଇଥିବାବେଳେ ଦଳକୁ ମିଳିଛି ମାତ୍ର ୦.୫୨ ପ୍ରତିଶତ ଭୋଟ। ସେହିଭଳି କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇଏମ୍‌), ଜମ୍ମୁ-କଶ୍ମୀରର ନ୍ୟାଶନାଲ୍‌ କନ୍‌ଫରେନ୍ସ(ଏନ୍‌ସି) ଓ ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ୍‌ ଲିଗ୍‌(ଆଇୟୁଏମ୍‌ଏଲ୍‌) ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏ ଆସନ ମିଳିଛି। ଏହି ଦଳଗୁଡ଼ିକର ଭୋଟ ହାର ଯଥାକ୍ରମେ ୦.୦୧ ପ୍ରତିଶତ, ୦.୦୫ ପ୍ରତିଶତ ଓ ୦.୨୬ ପ୍ରତିଶତ ରହିଛ, ଯାହାକି ‘ନୋଟା’ଠାରୁ ଯଥେଷ୍ଟ କମ୍‌। ଶିରୋମଣି ଅକାଳୀ ଦଳ(ଏସ୍‌ଏଡି), ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌ ଇ- ଇତ୍ତେହାଦୁଲ୍‌ ମୁସ୍‌ଲିମିନ୍‌(ଏଆଇଏମ୍‌ଆଇଏମ୍‌), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) ଓ ଆପ୍‌ନା ଦଳ ପ୍ରତ୍ୟେକ ଦୁଇଟି ଲେଖାଏ ଆସନ ଜିତିଥିବାବେଳେ ଏହି ଦଳଗୁଡ଼ିକୁ ମୋଟ ଭୋଟର ୧ ପ୍ରତିଶତରୁ କମ୍‌ ଭୋଟ ମିଳିଛି। ସର୍ବାଧିକ ୭ଟି ରାଜନୈତିକ ଦଳ ଗୋଟିଏ ଲେଖାଏ ଆସନ ଜିତିଥିବାବେଳେ ପ୍ରତ୍ୟେକ ଦଳ ୧ ପ୍ରତିଶତରୁ ଅଧିକ ଭୋଟ ପାଇବାକୁ ସମର୍ଥ ହୋଇ ନ ଥିବା ଜଣାପଡ଼ିଛି।
ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିୟନକୁ ୦.୧୧ ପ୍ରତିଶତ, ରିଭୋଲୁଶନାରି ସୋସିଆଲିଷ୍ଟ ପାର୍ଟିକୁ ୦.୧୨ ପ୍ରତିଶତ ମିଳିଥିବାବେଳେ ୫ ରାଜନୈତିକ ଦଳକୁ ଏହାଠାରୁ କମ୍‌ ଭୋଟ ମିଳିଥିବା ପ୍ରକାଶ। କେରଳ କଂଗ୍ରେସ(ମଣି)କୁ ମୋଟ ଭୋଟର ୦.୦୦୭ ପ୍ରତିଶତ, ମିଜୋ ନ୍ୟାଶନାଲ ଫ୍ରଣ୍ଟକୁ ୦.୦୦୪ ଭୋଟ ଓ ନାଗା ପିପୁଲ୍ସ୍‌ ଫ୍ରଣ୍ଟକୁ ୦.୦୬ ପ୍ରତିଶତ ଭୋଟ ମିଳିଛି। ଗୋଟିଏ ଆସନ ପାଇଥିବା ନ୍ୟାଶନାଲ୍‌ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟିକୁ ସମୁଦାୟ ଭୋଟରୁ ୦.୦୮ ପ୍ରତିଶତ ଓ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ୦.୦୩ ପ୍ରତିଶତ ଭୋଟ ମିଳିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri