୧୩ ହଜାର ବର୍ଷର ପାଦଚିହ୍ନ

ମଣ୍ଟ୍ରିଆଲ,୨୩।୫: ପଶ୍ଚିମ କାନାଡାର ଉପକୂଳବର୍ତ୍ତୀ ଦ୍ୱୀପରେ ହାରାହାରି ୧୩ ହଜାର ବର୍ଷ ପୁରାତନ ପାଦଚିହ୍ନ ଆବିଷ୍କୃତ ହୋଇଛି। ଏ ନେଇ ପ୍ଲସ୍‌ ଜର୍ନାଲରେ ଗତ ବୁଧବାର ଏକ ରିପୋର୍ଟ ପ୍ରକାଶ ପାଇଛି। ଅଧ୍ୟୟନରେ ସମ୍ପୃକ୍ତ ପାଦଚିହ୍ନ ଥିବା ମାନବ ଗୋଷ୍ଠୀ ଉତ୍ତର ଆମେରିକାରେ ବାସ କରିଥିବା ସର୍ବପୁରାତନ ମାନବ ବୋଲି ଦାବି କରାଯାଇଛି। ଆବିଷ୍କୃତ ପାଦଚିହ୍ନ ଦୁଇଜଣ ବୟସ୍କ ଏବଂ ଜଣେ ଛୋଟ ପିଲାର ବୋଲି ଅନୁମାନ କରାଯାଇଛି।
ଅଧ୍ୟୟନରେ ଭାଗ ନେଇଥିବା ଗବେଷକଙ୍କ କହିବା କଥା, କାନାଡାର ସମ୍ପୃକ୍ତ ଅଞ୍ଚଳ ଘଞ୍ଚ ଜଙ୍ଗଲ ଆଚ୍ଛାଦିତ ହୋଇଥିବାବେଳେ ସେଠାରେ ଗବେଷଣା କଷ୍ଟକର ଥିଲା। କେବଳ ଡଙ୍ଗା ଦ୍ୱାରା ଭିତରକୁ ଯିବା ସମ୍ଭବ ହୋଇଥିଲା। ତେଣୁ ବରଫ ଯୁଗ ଶେଷବେଳକୁ ଯେଉଁଠାରେ ଜଳସ୍ତର ଆଜି ତୁଳନାରେ ଦୁଇରୁ ତିନି ମିଟର କମ ଥିଲା, ସେଠାରେ ହିଁ ଖନନ କାର୍ଯ୍ୟ କରାଯାଇଥିଲା। ଏଥିରୁ ଉପରୋକ୍ତ ଘଟଣା ସାମନାକୁ ଆସିଥିଲା। ଗବେଷକଙ୍କ କହିବା ମୁତାବକ, ବରଫ ଯୁଗ ସମୟରେ ପାଦଚିହ୍ନ ଥିବା ମାନବମାନେ ଖାଲି ପାଦରେ ସେହି ଅଞ୍ଚଳରେ ଦେଇ ଚାଲିଚାଲି ଯାଇଥିଲେ। ଚାରିଆଡ ବରଫାଚ୍ଛନ୍ନ ଥିବାରୁ ସେମାନେ ଚାଲିବା ପାଇଁ ବରଫ ମୁକ୍ତ ଥିବା ରାସ୍ତା ବାଛିଥିଲେ। ସେମାନେ ଚାଲିଥିବା ସ୍ଥାନ ଆଜି କଲଭର୍ଟ ଆଇଲାଣ୍ଡ୍‌ର ସମୂଦ୍ରକୂଳରେ ପରିଣତ ହୋଇଛି। ଅଧ୍ୟୟନରେ ଭାଗ ନେଇଥିବା ହାକାଇ ଇନ୍‌ଷ୍ଟିଚ୍ୟୁଟ ଏବଂ ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ପ୍ରଫେସର ଡଙ୍କନ ମ୍ୟାକଲେରେନ କହିଛନ୍ତି, ୨୦୧୪ ରୁ ୨୦୧୬ ପର୍ଯ୍ୟନ୍ତ ଖନନ କାର୍ଯ୍ୟ ସମୟରେ ମୋଟ ୨୯ଟି ପାଦଚିହ୍ନ ମିଳିଥିଲା। ପ୍ରାୟ ୧୩ ହଜାର ବର୍ଷ ତଳର ଏହି ପାଦଚିହ୍ନ ଥିବା ମାନବ ଏସିଆରୁ ଆସି ବ୍ରିଟିଶ କଲମ୍ବିଆର ପ୍ରଶାନ୍ତ ଉପକୂଳରେ ବାସ କରୁଥିଲେ। ଉତ୍ତର ଆମେରିକାରେ ପହଞ୍ଚତ୍ଥିବା ଏହି ମଣିଷମାନେ ଏସିଆରୁ ଉପକୂଳରେ ଥିବା ବରଫମୁକ୍ତ ଭୂମି କରିଡର ଦେଇ ବର୍ତ୍ତମାନର ବ୍ରିଟିଶ କଲମ୍ବିଆକୁ ଯାଇଥିଲେ। ତେବେ ଅଧିକ ଖନନ ଓ ଅଧ୍ୟୟନ ଦ୍ୱାରା ଉତ୍ତର ଆମେରିକାର ପଶ୍ଚିମ ଉପକୂଳରେ ପ୍ରଥମ ମାନବ ବସତିର ଇତିହାସ, ସେମାନଙ୍କ ଜୀବନୀ, ବାସସ୍ଥଳୀ ଆଦି ବିଷୟରେ ବିସ୍ତୃତ ଭାବେ ଜାଣିହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?