୧୨ ବର୍ଷ ହେବ ଜବରଦଖଲ ଦୋକାନ ଘର ମୁକୁଳିଲା

ଅନୁଗୋଳ ଅଫିସ, ୨୨।୧ – ଦୀର୍ଘ ୧୨ ବର୍ଷ ହେଲା ଜବରଦଖଲରେ ଥିବା ଦୋକାନ ଘରକୁ ମଙ୍ଗଳବାର ଅନୁଗୋଳ ପୌରପାଳିକା ନିଜ କବ୍‌ଜାକୁ ନେଇଛି। ମାଜିଷ୍ଟ୍ରେଟ ଭାବେ ଅନୁଗୋଳ ଅତିରିକ୍ତ ତହସିଲଦାର, ପୋଲିସ, ପୌର ନିର୍ବାହୀ ଅଧିକାରୀ ଓ ପୌର କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ଦୋକାନ ଘରକୁ ଜଉମୁଦା ଦିଆଯାଇ ସିଲ୍‌ କରାଯାଇଥିବା ନିର୍ବାହୀ ଅଧିକାରୀ ବିନୋଦଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଅନୁଗୋଳ ପୌରପାଳିକା ପକ୍ଷରୁ ୧୯୯୩ରେ ବସ୍‌ଷ୍ଟାଣ୍ଡ ଭିତରେ କଦମ୍‌ ପଡ଼ିଆକୁ ଲାଗିଥିବା ୩୩ ଗୃହ ବିଶିଷ୍ଟ ଏକ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇଥିଲା। ଏହି ମାର୍କେଟ କମ୍ପଲେକ୍ସ ନିର୍ମାଣ ହେବା ପରେ ସମସ୍ୟା ଉପୁଜିବାରୁ ମାମଲା କୋର୍ଟକୁ ଯାଇଥିଲା। ୨୦୦୮ରେ ଏହି ଦୋକାନ ଘରଗୁଡ଼ିକୁ ଆବଣ୍ଟନ କରାଯାଇଥିଲା। ତେବେ ସେଥିରୁ ଗୋଟିଏ ଗୃହକୁ ବସ୍‌ଷ୍ଟାଣ୍ଡ ୱେଲଫେୟାର କମିଟିକୁ ପ୍ରଦାନ ପାଇଁ ପୌରପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବାବେଳେ ଦୁଇଟି ଗୃହରେ ବସ୍‌ଷ୍ଟାଣ୍ଡ ଫାଣ୍ଡି ଥିଲା। ତେବେ ଗୋଟିଏ ଗୃହକୁ ବିକାଶ ନାୟକ ଜବରଦସ୍ତି ମାଡ଼ି ବସି ବ୍ୟବସାୟ କରୁଥିଲେ। ଗତବର୍ଷ ନଭେମ୍ବରରେ ପୌର କର୍ତ୍ତୃପକ୍ଷ ସମ୍ପୃକ୍ତ ଦୋକାନୀଙ୍କୁ ନୋଟିସ୍‌ ଜାରି କରିଥିଲେ। କିନ୍ତୁ ଦୋକାନ ଘର ନ ଛାଡ଼ିବାରୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ସିଂହ ସହ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଓ ପୋଲିସ ଦୋକାନ ଘରକୁ ବ୍ୟବସାୟୀଙ୍କ ଜବରଦଖଲରୁ ମୁକୁଳାଇଛନ୍ତି। ଏଥିସହ ପୌର କାର୍ଯ୍ୟାଳୟ କର୍ମଚାରୀ ଉକ୍ତ ଦୋକାନ ଘରେ ତାଲା ପକାଇଛନ୍ତି। ପରେ ଏହି ଦୋକାନ ଘରକୁ ଲଟେରି ମାଧ୍ୟମରେ ଆବଣ୍ଟନ କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri