୧୧ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୨୪ା୩: ଭାରତରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା କରିବାକୁ ପ୍ରସ୍ତୁତ କି? ଭାରତରେ ଲୋକସଂଖ୍ୟା ଅନୁପାତରେ ଡାକ୍ତରଙ୍କ ସଂଖ୍ୟା ଏବଂ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ଶଯ୍ୟା ସଂଖ୍ୟା ଦେଖିଲେ ଏଭଳି ପ୍ରଶ୍ନ ଉଠୁଛି। ଜନସଂଖ୍ୟା-ଡାକ୍ତର ଅନୁପାତ ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ପକ୍ଷରୁ ଧାର୍ଯ୍ୟ ସଂଖ୍ୟାକୁ ଦେଖିଲେ ଭାରତକୁ ୧୦ଗୁଣ ଅଧିକ ଏଲୋପାଥିକ ଡାକ୍ତର ଆବଶ୍ୟକ। ଅସମାନତା ଦୂର କରିବା ପାଇଁ ଦେଶ ଅତିକମ୍‌ରେ ୫ ଲକ୍ଷ ଅଧିକ ସରକାରୀ ଡାକ୍ତର ଆବଶ୍ୟକ କରୁଥିବା କେନ୍ଦ୍ର ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି।
୨୦୧୯ ଜୁନ୍‌ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ହେଲ୍‌ଥ ପ୍ରୋଫାଇଲ ମାଧ୍ୟମରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଭାରତର ପ୍ରତି ୧୧,୦୮୨ ଲୋକଙ୍କ ପାଇଁ ଜଣେ ଏଲୋପାଥିକ ଡାକ୍ତର ରହିଛନ୍ତି। ସେହିପରି ୧,୮୪୪ ଲୋକଙ୍କ ପାଇଁ ଗୋଟିଏ ସରକାରୀ ହସ୍ପିଟାଲର ଶଯ୍ୟା ରହିଥିବାବେଳେ ୫୫,୫୯୧ ଲୋକଙ୍କ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ ରହିଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଏଲୋପାଥିକ ଡାକ୍ତରଙ୍କ ଉପରେ ରହିଛି ୧.୩ ବିଲିୟନ(୧୩୦ କୋଟି) ଲୋକଙ୍କ ଚିକିତ୍ସା ଭାର। ଏହାକୁ ଆଧାର କଲେ ଜନସଂଖ୍ୟା ଓ ଡାକ୍ତର ଅନୁପାତ ହେଉଛି ୧:୧୧,୦୮୨। କିନ୍ତୁ ଏ କ୍ଷେତ୍ରରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଧାର୍ଯ୍ୟ ଅନୁପାତ ହେଉଛି ୧:୧,୦୦୦, ଅର୍ଥାତ୍‌ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ଜଣେ ଡାକ୍ତର। ଭାରତର କେତେକ ଗରିବ ରାଜ୍ୟରେ ଡାକ୍ତର ସଂଖ୍ୟା ସ୍ଥିତି ଅତି ଖରାପ। ଉଦାହରଣ ସ୍ବରୂପ ବିହାରରେ ପ୍ରତି ୨୮,୩୯୧ ଜନସଂଖ୍ୟାରେ ଜଣେ ସରକାରୀ ଏଲୋପାଥିକ ଡାକ୍ତର ରହିଛନ୍ତି। ୨୦୧୩ରେ ସେଠାରେ ପ୍ରତି ୨୦,୨୦୭ ଜନସଂଖ୍ୟାରେ ଜଣେ ଡାକ୍ତର ଥିଲେ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ହସ୍ପିଟାଲ ଭିତ୍ତିଭୂମି ଉପଯୁକ୍ତ ନ ଥିବା ଜଣାପଡ଼ିଛି। ସହର ଓ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ମଧ୍ୟରେ ବ୍ୟାପକ ଅସମାନତା ଥିବାବେଳେ ଶଯ୍ୟା (ବେଡ୍‌) ସଂଖ୍ୟା ଚିନ୍ତାଜନକ ରହିଛି। ଭାରତରେ ୨୩ହଜାରରୁ ଊର୍ଦ୍ଧ୍ୱ ସରକାରୀ ହସ୍ପିଟାଲ ଏବଂ ପ୍ରାୟ ୭ ଲକ୍ଷ ୩୯ ହଜାର ଶଯ୍ୟା ରହିଛି। ସେଥିମଧ୍ୟରୁ ପ୍ରାୟ ୨୦ ହଜାର ହସ୍ପିଟାଲ ଗ୍ରାମାଞ୍ଚଳରେ ରହିଥିବାବେଳେ ପାଖାପାଖି ୩ ଲକ୍ଷ ଶଯ୍ୟା ରହିଛି। ସହରାଞ୍ଚଳରେ କମ୍‌ ଅର୍ଥାତ୍‌ ପ୍ରାୟ ୩,୭୦୦ ହସ୍ପିଟାଲ ରହିଛି। କିନ୍ତୁ ୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଶଯ୍ୟା ରହିଛି। କେତେକ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଗୋଟିଏ ଶଯ୍ୟାରେ ୨ଜଣ ଚିକିତ୍ସିତ ହେଉଥିବା ତଥ୍ୟରୁ ଜଣାପଡ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨୦୧୭ ମାର୍ଚ୍ଚ ରିପୋର୍ଟକୁ ଦେଖିଲେ ଭାରତରେ ପ୍ରତି ୮୪ ହଜାର ଲୋକଙ୍କ ପାଇଁ ଗୋଟିଏ ଆଇସୋଲେଶନ ବେଡ୍‌ ରହିଥିବାବେଳେ ପ୍ରତି ୩୬ ହଜାର ଜନସଂଖ୍ୟା ପାଇଁ ଗୋଟିଏ କ୍ୱାରାଣ୍ଟାଇନ ବେଡ୍‌ ରହିଛି। ୨୦୧୭ରେ ଉତ୍ତରପ୍ରଦେଶର ୨,୯୦୪ ଜଣଙ୍କ ପାଇଁ ସରକାରୀ ହସ୍ପିଟାଲରେ ଗୋଟିଏ ଶଯ୍ୟା ରହିଥିଲା। କିନ୍ତୁ ୨୦୧୩ରେ ଗୋଟିଏ ଶଯ୍ୟା ୧୮୧ଜଣଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏଥିରୁ ସ୍ପଷ୍ଟ ଯେ, ଦିନକୁ ଦିନ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଦୁର୍ବଳ ହୋଇପଡ଼ୁଥିବାବେଳେ ସରକାରୀ ବିଫଳତାକୁ ମଧ୍ୟ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri