୧୦ହଜାର ଟଙ୍କା ଲାଞ୍ଚ ନେଇ ସେସୁ କିରାଣି ଗିରଫ: ସହଯୋଗ କରିଥିବା ପାନଦୋକାନୀ ମଧ୍ୟ ବନ୍ଧାହେଲେ

ପୁରୀ ଅଫିସ/କଣାସ, ୫ା୧୧(ଡି.ଏନ୍‌.ଏ):  ପୁରୀ ଜିଲା କଣାସ ବ୍ଲକ ବିଦ୍ୟୁତ୍‌ ବିଭାଗ ସେସୁ ଅଧୀନରେ କାର୍ଯ୍ୟରତ କିରାଣି ସୁରେନ୍ଦ୍ର ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏକ ଟ୍ରାନ୍ସଫରମର ସ୍ଥାପନା ଲାଗି ଜନୈକ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏଥିସହିତ ଲାଞ୍ଚ ଟଙ୍କା ଗ୍ରହଣ କରିବାରେ ସହଯୋଗ କରିଥିବା ନରେନ୍ଦ୍ର ବିଶ୍ୱାଳ ନାମକ ଜଣେ ପାନ ଦୋକାନୀଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛିି।
ଫନୀରେ କଣାସ ବ୍ଲକ ଅନ୍ତର୍ଗତ ପୁରହିତପୁର ଗ୍ରାମର ୧୬କେଭି ଟ୍ରାନ୍ସଫରମର ପୋଡି ଯାଇଥିଲା। ପରବର୍ତ୍ତି ସମୟରେ ଏହା ମରାମତି ହୋଇଥିଲେ ମଧ୍ୟ ବାରମ୍ବାର ଫଲ୍ଟ ହେଉଥିଲା। ଏହା ପରିବର୍ତ୍ତେ ୨୫କେଭି ବିଶିଷ୍ଟ ଟ୍ରାନ୍ସଫରମର ସ୍ଥାପନ ଲାଗି ଗ୍ରାମବାସୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ନୂତନ ଟ୍ରାନ୍ସଫରମର ସ୍ଥାପନା ଲାଗି ଗ୍ରାମର ସୂର୍ଯ୍ୟପ୍ରସାଦ ମିଶ୍ର ନାମକ ଯୁବକ କଣାସ ସେକ୍ସନ କନିଷ୍ଠଯନ୍ତ୍ରୀ ସରୋଜ ବେହେରାଙ୍କୁ ଅନୁରୋଧ କରିଥିଲେ। ଯନ୍ତ୍ରୀ ଏ ସମ୍ପର୍କରେ କିରାଣି ସୁରେନ୍ଦ୍ରଙ୍କ ସହ ଆଲୋଚନା କରିବାକୁ କହିଥିଲେ। ନୂତନ ଟ୍ରାନ୍ସଫରମର ସ୍ଥାପନ ଲାଗି କିରାଣୀ ସୁରେନ୍ଦ୍ର ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମେ ସୂର୍ଯ୍ୟ ଅମଙ୍ଗ ହୋଇଥିଲେ ବି ପରେ ରାଜି ହୋଇଥିଲେ। ଏନେଇ ସେ ପୁରୀ ଭିଜିଲାନ୍ସ ଡିଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବତ ସୂର୍ଯ୍ୟ ସୋମବାର ସୁରେନ୍ଦ୍ରଙ୍କୁ ସେସୁ କାର୍ଯ୍ୟାଳୟରେ ଦେଖା କରିଥିଲେ। ଏହି ଟଙ୍କା ସେ ନିକଟରେ ଥିବା ପାନ ଦୋକାନୀ ନରେନ୍ଦ୍ରଙ୍କ ହାତରେ ଦେବାକୁ କହିଥିଲେ। ସୂର୍ଯ୍ୟ ଏହି ଟଙ୍କା ନରେନ୍ଦ୍ରଙ୍କୁ ଦେଇ ସେଠାରୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ସୁରେନ୍ଦ୍ର ସମ୍ପୃକ୍ତ ଦୋକାନୀଙ୍କଠାରୁ ଲାଞ୍ଚ ଟଙ୍କା ନେଇ ପକେଟରେ ରଖିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri