ୟୁପିରେ କମିଶନରେଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ସାମ୍ପ୍ରତିକ ବିକ୍ଷୋଭ ପରିପ୍ରେକ୍ଷୀରେ ତଥା ରାଜ୍ୟର ଆଇନଶୃଙ୍ଖଳାରେ ଉନ୍ନତି ଆଣିବା ଲାଗି ଉତ୍ତରପ୍ରଦେଶ ସରକାର ଅନେକଦିନରୁ ଯୋଜନା ହୋଇ ପଡ଼ିରହିଥିବା ପୋଲିସ କମିଶନର ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇ ପ୍ରଥମେ ନୋଏଡା ଓ ଲକ୍ଷ୍ନୌରେ ଏହା କାର୍ଯ୍ୟକାରୀ କରିଛନ୍ତି। ଲକ୍ଷ୍ନୌ ଓ ନୋଏଡ଼ାର ପ୍ରଥମ ପୋଲିସ କମିଶନର ଭାବେ ଯଥାକ୍ରମେ ଅତିରିକ୍ତ ପୋଲିସ ଡିଜି ସୁଜିତ ପାଣ୍ଡେ ଓ ଆଲୋକ କୁମାରଙ୍କ ନାମ ଘୋଷଣା କରାଯାଇଛି। ପ୍ରକାଶ୍ୟ ଯେ, ପୋଲିସ କମିଶନର ବ୍ୟବସ୍ଥାରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସ୍ଥାନୀୟ ପୋଲିସ ମୁଖ୍ୟମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କିନ୍ତୁ ପୁରୁଣା ବ୍ୟବସ୍ଥା ଅନୁସାରେ ଏଭଳି ପରିସ୍ଥିତିରେ ଜିଲା ପୋଲିସ ମୁଖ୍ୟମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ମାଜିଷ୍ଟ୍ରେଟ୍‌ଙ୍କଠାରୁ ଅନୁମତି ନେବାକୁ ପଡ଼ୁଥିଲା। ତେବେ ସରକାରଙ୍କ ଏହି ପଦକ୍ଷେପକୁ ଆଇଏଏସ୍‌ ମହଲ ତୀବ୍ର ବିରୋଧ କରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କିନ୍ତୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ, ଆଇପିଏସ୍‌ ସଂଘ ‘ଲୋକମାନଙ୍କ ସେବା କରିବା ଲାଗି ଏହା ଏକ ବଡ଼ ସୁଯୋଗ’ବୋଲି କହି ଏହି ପଦକ୍ଷେପକୁ ସ୍ବାଗତ କରିଛି। ଅତୀତରେ ମଧ୍ୟ କମିଶନରେଟ୍‌ ବ୍ୟବସ୍ଥା ପାଇଁ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ପଡିରହିଥିଲା। କିନ୍ତୁ ଏବେ ଯୋଗୀ ଆଦିତ୍ୟନାଥ ଆଇଏଏସ୍‌ ଅଧିକାରୀଙ୍କ ସମସ୍ତ ବିରୋଧକୁ ଶେଷ କରିଦେଲେ। ଯାହା ଜଣାପଡୁଛି, ପୋଲିସ କମିଶନରେଟ୍‌ ବ୍ୟବସ୍ଥା ଲାଗୁ କରାଯାଇଥିବା ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ଏବଂ କର୍ନାଟକ ଆଦି ରାଜ୍ୟରେ ପୋଲିସ ବ୍ୟବସ୍ଥାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ହୃଦ୍‌ବୋଧ ହୋଇଛି ଯେ, ଉତ୍ତରପ୍ରଦେଶରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବା ଅତ୍ୟନ୍ତ ଜରୁରୀ। ଏହି ନୂଆ ବ୍ୟବସ୍ଥାରେ ପୋଲିସ କମିଶନର ଅଧୀନରେ ଲକ୍ଷ୍ନୌରେ ୪୦ଟି ଥାନା ରହିବ। ଏହି ଟିମ୍‌ରେ ଯୁଗ୍ମ କମିଶନର ଭାବେ ଦୁଇଜଣ ଆଇଜି, ୯ ଜଣ ଏସ୍‌ପି ପାହ୍ୟାର ଅଧିକାରୀ, ଜଣେ ଏସ୍‌ପି ପାହ୍ୟାର ମହିଳା ଅଧିକାରୀ ଏବଂ ଜଣେ ଏଏସ୍‌ପି ପାହ୍ୟାର ମହିଳା ଅଧିକାରୀ ରହିବେ।
ରେଲଓ୍ବେ ବୋର୍ଡର ପୁନର୍ଗଠନ
ଅନ୍ୟାନ୍ୟ ‘ସଂସ୍କାର’ କାର୍ଯ୍ୟକ୍ରମ ମଧ୍ୟରେ ସରକାର ଏବେ ରେଲଓ୍ବେ ବୋର୍ଡର ପୁନର୍ଗଠନ ଆରମ୍ଭ କରିଛନ୍ତି। ଭାରତୀୟ ରେଲଓ୍ବେର ଶୀର୍ଷ ନୀତିନିର୍ଦ୍ଧାରକ ରେଲଓ୍ବେ ବୋର୍ଡର ସଦସ୍ୟ ସଂଖ୍ୟା ୮ରୁ ୫କୁ କମାଇ ଦିଆଯାଇଛି। ସରକାର ରେଲଓ୍ବେର ବିଭିନ୍ନ କ୍ୟାଡରକୁ ଗୋଟିଏ ରେଲଓ୍ବେ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ସହ ମିଶାଇ ଦେଇଛନ୍ତି। ଏଣୁ ଇଞ୍ଜିନିୟରିଂ, ଟ୍ରାଫିକ୍‌, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସମେତ ଏବେ ପ୍ରଚଳିତ ୮ଟି ସେବା ପରିବର୍ତ୍ତେ ଦି ଇଣ୍ଡିଆନ ରେଲଓ୍ବେ ସର୍ଭିସ୍‌ ନାମରେ ଗୋଟିଏ କ୍ୟାଡର ରହିବ। ରେଲଓ୍ବେରେ ବିଭାଗୀକରଣକୁ ଶେଷ କରିବା ଏବଂ ସୁଷ୍ଠୁ ପରିଚାଳନାକୁ ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ। ପ୍ରାପ୍ତ ତଥ୍ୟ ଅନୁସାରେ, କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ସହ ପରାମର୍ଶ କରି ରୂପରେଖ ପ୍ରସ୍ତୁତ କରିବା ସହିତ ବର୍ଷକ ମଧ୍ୟରେ ପୂରା ପ୍ରକ୍ରିୟା ଶେଷ କରାଯିବ। କିନ୍ତୁ ଏବେ ରେଲଓ୍ବେରେ ଥିବା ୮ଟି ସେବାକୁ ଗୋଟିଏରେ ମିଶାଇ ଦିଆଯିବ ବୋଲି ଘୋଷଣା କରାଯିବା ପରେ ରେଳଭବନ ମଧ୍ୟରେ ବାବୁମାନଙ୍କ ଭିତରେ ଆତଙ୍କ ଖେଳିଯାଇଛି। ପ୍ରସ୍ତାବିତ ସଂସ୍କାର ଦ୍ୱାରା ଅନେକ ରେଲଓ୍ବେ ଅଧିକାରୀ ସେମାନଙ୍କ ବରିଷ୍ଠତା ଓ କ୍ୟାରିୟରରେ ଉନ୍ନତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାର ନୀତି ନିର୍ଦ୍ଧାରଣ କରି ତାହାକୁ ଚୂଡାନ୍ତ ରୂପ ଦେବାପରେ ଏଭଳି ମିଶ୍ରଣ ସମ୍ପର୍କରେ ଘୋଷଣା କରିବା ଉଚିତ ଥିଲା ବୋଲି କୁହାଯାଇଛି। ଇତି ମଧ୍ୟରେ ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବଙ୍କ କାର୍ଯ୍ୟକାଳ ବୃଦ୍ଧିକରି ଏହି ପଦ ଲାଗି ସରକାର ଜଣେ ଆଇଏଏସ୍‌ ଅଧିକାରୀ କିମ୍ବା ଘରୋଇ ସେକ୍ଟରରୁ କାହାକୁ ଆଣିବାକୁ ଯାଉଛନ୍ତି ବୋଲି ଯେଉଁ ଗୁଜବ ଉଠିଥିଲା ତାହାର ଅନ୍ତ ଘଟାଇଛନ୍ତି।
ଜମ୍ମୁ-କଶ୍ମୀର ବାବୁଙ୍କୁ ଝଟକା
ଜମ୍ମୁ-କଶ୍ମୀରରେ ଆଇଏଏସ୍‌ ଓ ଆଇପିଏସ୍‌ରେ ଥିବା ରାଜ୍ୟସେବା ବାବୁଙ୍କ କୋଟା ହ୍ରାସ କରିବା ଲାଗି କେନ୍ଦ୍ରର ନିଷ୍ପତ୍ତିକୁ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ବାବୁମାନେ ଗ୍ରହଣ କରିପାରି ନାହାନ୍ତି। ଅନେକ ବାବୁ କହିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତ୍ତି କଶ୍ମୀର ପ୍ରଶାସନିକ ସେବା (କେଏଏସ୍‌) ଏବଂ କଶ୍ମୀର ପୋଲିସ ସେବା (କେପିଏସ୍‌)ର ଅଧିକାରୀମାନଙ୍କ କ୍ଷୀୟମାଣ କ୍ୟାରିୟର ସମ୍ଭାବନା ଉପରେ ବାଧା ପହଞ୍ଚାଇବ। ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଆଞ୍ଚଳିକ ଅଧିକାରୀଙ୍କ ପାଇଁ ପୂର୍ବରୁ ରହିଥିବା ୫୦ ପ୍ରତିଶତ କୋଟାକୁ ସରକାର କମାଇ ୩୩ ପ୍ରତିଶତ କରିଦେଇଛନ୍ତି। ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳଭାବେ ପୁନର୍ଗଠିତ କରାଯିବା ପରେ କେନ୍ଦ୍ର ସରକାର ଏହାର ସ୍ବତନ୍ତ୍ର କୋଟା ବ୍ୟବସ୍ଥାକୁ ଉଠାଇଦେଇଛନ୍ତି। ଏହା ଏଣିକି ଦେଶର ଅନ୍ୟ ରାଜ୍ୟରେ ପ୍ରଚଳିତ ୬୭:୩୩ ନିୟମକୁ ମାନିବା ପାଇଁ ବାଧ୍ୟ। ସୂଚନା ଅନୁସାରେ, ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରଠାରୁ ବିଭିନ୍ନ କେନ୍ଦ୍ର ଆଇନ ଏଠାରେ ସ୍ବତଃ ଲାଗୁ କରାଯାଇଥିବାବେଳେ ସରକାରଙ୍କ ଏହି ପଦକ୍ଷେପରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପୁନର୍ଗଠନ ପରେ ଏଣିକି ପ୍ରଶାସନିକ ସେବା ପରୀକ୍ଷା ମାଧ୍ୟମରେ ଚୟନ କରାଯାଉଥିବା ଅଧିକାରୀମାନେ ଜମ୍ମୁ-କଶ୍ମୀର କ୍ୟାଡର ବଦଳରେ ଏଜିଏମ୍‌ୟୁଟି କ୍ୟାଡର ପାଇବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri