Posted inଖେଳ

ୟୁଏସ୍‌ ଓପନ୍‌: ଚତୁର୍ଥ ରାଉଣ୍ଡରେ ନାଡ଼ାଲ

ନ୍ୟୁୟର୍କ,୧।୯- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଷଷ୍ଠ ଦିନରେ କେତେକ ସିଡେଡ୍‌ ଖେଳାଳି ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସ୍ପେନ୍‌ର ଦ୍ୱିତୀୟ ସିଡ ଖେଳାଳି ରାଫାଲ ନାଡାଲ ୬-୩, ୬-୪, ୬-୨ ସେଟରେ ଦକ୍ଷିଣ କୋରିଆର ଚୁଙ୍ଗ୍‌ ହେଅନଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୂର୍ବରୁ ୩ଥର ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିବା ନାଡାଲ ଏବେ ୨୦୧୪ ଚାମ୍ପିୟନ କ୍ରୋଏସିଆର ମାରିନ ସିଲିକଙ୍କୁ ଭେଟିବେ। ୨୨ତମ ସିଡ୍‌ ସିଲିକ ଅନ୍ୟଏକ ତୃତୀୟ ରାଉଣ୍ଡ ମୁକାବଲାରେ ୧୪ତମ ସିଡ ଜନ୍‌ ଇସ୍ନନରଙ୍କୁ ୭-୫, ୩-୬, ୭-୬, ୬-୪ ସେଟରେ ହରାଇ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ସୁଇଜରଲାଣ୍ଡର ଷ୍ଟାନିସଲାସ ଓ୍ବାରିଙ୍ଗା ଓ ଶ୍ରେଷ୍ଠ ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌ ଚତୁର୍ଥ ରାଉଣ୍ଡରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି।
ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ ଜାପାନର ନାଓମି ଓସାକା ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ସେ ଆମେରିକାର ୧୫ ବର୍ଷୀୟା ଖେଳାଳି କୋକୋ ଗୌଫ୍‌ଙ୍କୁ ୬-୩, ୬-୦ ସେଟ୍‌ରେ ଅତି ସହଜରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେ ଚତୁର୍ଥ ରାଉଣ୍ଡରେ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌କିକ୍‌ଙ୍କୁ ଭେଟିବେ। ବିଶ୍ୱର ୧୪ ନମ୍ବର ଖେଳାଳି ଇଷ୍ଟୋନିଆର ଆନେଟ କୋଣ୍ଟାଭେଇଟ୍‌ ଅସୁସ୍ଥତା କାରଣରୁ ତୃତୀୟ ରାଉଣ୍ଡରୁ ଓହରିଯିବା ଫଳରେ ବେନ୍‌କିକ୍‌ ଓ୍ବାକ୍‌ ଓଭର ପାଇ ଅଗ୍ରଗତି କରିଥିଲେ। ସେହିପରି ଆମେରିକାର ମାଡିନସନ କେଜ୍‌ ଓ ୟୁକ୍ରେନର ଏଲିନା ଭିଟୋଲିନା ଚତୁର୍ଥ ରାଉଣ୍ଡରେ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?