ହୋର୍ଡିଂରେ ଖିଲାପକାରୀଙ୍କ ନାଁ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): ବର୍ଷବର୍ଷ ଧରି ହୋଲଡିଂ ଟ୍ୟାକ୍ସ ଦେଇ ନ ଥିବା ୩୪୩ଜଣ ବଡ଼ ଖିଲାପକାରୀଙ୍କ ତାଲିକା ରାଜଧାନୀର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଥିବା ବଡ଼ ହୋର୍ଡ଼ିଂରେ ଲଗାଯାଇଛି। ସେମାନଙ୍କ ନାମକୁ ସର୍ବ ସାଧାରଣରେ ପ୍ରକାଶ କରିବା ସହ ସେମାନେ ମୋଟ ୧୧ କୋଟି ଟଙ୍କାର ଟ୍ୟାକ୍ସ ବକେୟା ରଖିଥିବା ଭୁବନେଶ୍ୱର ମହାନଗର ନିଗମ ବିଏମ୍‌ସି ସୂଚନା ଦେଇଛି। ବର୍ଷ ବର୍ଷ ଧରି ଯେଉଁମାନେ ହୋଲ୍ଡିଂ ଟ୍ୟାକ୍ସ ଦେଇ ନାହାନ୍ତି ସେମାନଙ୍କ ନାମ ହୋର୍ଡିଂରେ ଉଲ୍ଲେଖ ରହିଛି ବୋଲି ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ଓ ୱାର୍ଡ ଅଫିସରମାନେ ଅନେକ ଚେଷ୍ଟା କରି ବକେୟା ଟଙ୍କା ଆଦାୟ କରିପାରୁ ନାହାନ୍ତି। ତେଣୁ ହୋର୍ଡିଂ ଜରିଆରେ ଖିଲାପକାରୀଙ୍କ ନାମ ଘୋଷଣା କରିବାକୁ ବିଏମ୍‌ସି ବାଧ୍ୟ ହୋଇଛି। ଟ୍ୟାକ୍ସ ବାବଦକୁ ବାକି ଥିବା ଟଙ୍କା ପଇଠ ନ କଲେ ଓପିଡିଆର୍‌ ଆଇନ ଅନୁଯାୟୀ ସେହି ଟଙ୍କା ଆଦାୟ ହେବ ବୋଲି ମଲ୍ଲିକ କହିଛନ୍ତି।
ଭୁବନେଶ୍ୱର ସହରର ପ୍ରମୁଖ ସ୍ଥାନ ବାଣୀବିହାର, ଜୟଦେବ ବିହାର, ଗଙ୍ଗନଗର, ମାଷ୍ଟରକ୍ୟାଣ୍ଟିନ୍‌ ଆଦି ସ୍ଥାନରେ ଟ୍ୟାକ୍ସ ଖିଲାପକାରୀଙ୍କ ନାମ ସହ ସମ୍ପୂର୍ଣ୍ଣ ତଥ୍ୟକୁ ବିଏମ୍‌ସି ଦ୍ୱାରା ଲଗାଯାଇଛି। ସ୍ମାର୍ଟ ସିଟିକୁ ଆହୁରି ସୁନ୍ଦର କରିବାକୁ ହେଲେ ସାଧାରଣ ଲୋକଙ୍କ ସହାୟତାର ଆବଶ୍ୟକ ରହିଛି। ଠିକ୍‌ ସମୟରେ ଟ୍ୟାକ୍ସ ଦେଇ ବିଏମ୍‌ସିକୁ ସାହାଯ୍ୟ କରିବାକୁ ପ୍ରତି ୱାର୍ଡ଼ରେ ସାଧାରଣ ଲୋକଙ୍କୁ କର୍ପୋରେଟରମାନେ ପୂର୍ବରୁ ସଚେତନ ମଧ୍ୟ କରାଉଥିଲେ। ତଥାପି କୋଟି କୋଟି ଟଙ୍କା ବାକି ପଡ଼ି ରହିଛି ବୋଲି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri