ହୋମ୍‌ଗାର୍ଡଙ୍କୁ ଗାଳିଗୁଲଜ, ଧମକ ଦେବା ଘଟଣା ପାଲଟା ଅଭିଯୋଗ କଲେ ବିଜେଡି ନେତା

ବରୀ/ରତ୍ନଗିରି,୧୫।୧୦(ସ୍ବ.ପ୍ର/ଡିଏନଏ)- ବରୀରେ ହୋମଗାର୍ଡ ଓ ବିଜେଡି ନେତାଙ୍କ ବିବାଦ ତେଜିବାରେ ଲାଗିଛି। ଗତ ୯ ତାରିଖ ବରୀ ଥାନାର ଜଣେ ହୋମଗାର୍ଡଙ୍କୁ ଗାଳିଗୁଲଜ ଓ ଧମକ ଦେବା ଅଭିଯୋଗରେ ୩ ବିଜେଡି ନେତାଙ୍କ ବିରୋଧରେ ପୋଲିସ ଏକ ମାମଲା (୨୩୪/୧୯) ରୁଜୁ କରିଥିଲା। ଏହାର ଦୁଇ ଦିନ ପରେ ରବିବାର ହୋମଗାର୍ଡ ରଞ୍ଜନ ମଲିକଙ୍କ ବିରୋଧରେ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଆଉ ଏକ ମାମଲା(୨୩୫/୧୬) ରୁଜୁ କରି ତଦନ୍ତ ଜାରି ରଖିଛି। ହୋମଗାର୍ଡଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମୁତାବକ, ଗତ ୯ତାରିଖ ବରୀ ଥାନା ଅଭିମୁଖେ ବିଜେଡି ନେତା ଦେବେନ୍ଦ୍ର ଦାସ, ସନ୍ତୋଷ ସାମଲ, ଅଶୋକ ସାମଲ ଯାଉଥିଲାବେଳେ ହୋମଗାର୍ଡ ରଞ୍ଜନ ତାଙ୍କ ଗାଡ଼ିକୁ ତିନି ମୁହାଣି ପୋଲ ନିକଟରେ ଅଟକାଇଥିଲେ। ସନ୍ତୋଷଙ୍କୁ ହୋମ୍‌ଗାର୍ଡ଼ ଦଶହରା ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ। ସାମଲ ଟଙ୍କା ନ ଦେବାରୁ ହୋମଗାର୍ଡ ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ପକେଟରୁ ୪ହଜାର ୧ଶହ ଟଙ୍କା ଝାମ୍ପି ନେଇଥିବା ନେଇ ସମ୍ପୃକ୍ତ ବିଜେଡି ନେତା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏହି ଘଟଣାକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ରାଜନୀତି ସରଗରମ ହୋଇଉଠିଛି। ଭାଜପା ସିଧାସଳଖ ହୋମଗାର୍ଡ଼ଙ୍କୁ ସମର୍ଥନ ଜଣାଉଥିଲାବେଳେ ହୋମଗାର୍ଡଙ୍କ ବିରୋଧରେ ବିଜେଡି ନେତାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ପରିସ୍ଥିତିକୁ ଜଟିଳ କରିଛି। ଏ ସଂକ୍ରାନ୍ତରେ ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ପଚାରିବାରୁ, ସେ ଯଦି ଟଙ୍କା ଛଡ଼ାଇଥିଲେ ତେବେ ଏ ସମ୍ପର୍କରେ ବିଜେଡି ନେତା ଘଟଣା ଦିନ କାହିଁକି ଅଭିଯୋଗ କରି ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିଲେ ସେ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Sunil Gavaskar Love Story: ଅଟୋଗ୍ରାଫ ନେବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁନୀଲ ଗାଭାସ୍କର, ଜାଣନ୍ତୁ ‘ଲିଟିଲ ମାଷ୍ଟର’ଙ୍କ ଲଭ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଜି ତାଙ୍କର 77ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ଶେୟାର କରିବା,…

ଭାଜପା ରାଜ୍ୟ ସଭାପତିଙ୍କ କେସିଙ୍ଗା ଗସ୍ତ, କର୍ମୀଙ୍କ ଏକାଠି କରି…

କେସିଙ୍ଗା,୧୦ା୭(ତୁମେଶ୍ୱର ସାହୁ): ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର କେସିଙ୍ଗା ଗସ୍ତ କରି କର୍ମୀମାନଙ୍କୁ ନେଇ ଏକ ସାଙ୍ଗଠାନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ଜଣେ…

IND vs ENG 5th T20I Playing-11: ବୈଭବ ସୂର୍ଯ୍ୟବଂଶୀ ଆଉଟ, ସଞ୍ଜୁ ସାମସନ ଇନ୍‌… ଇଜ୍ଜତ ବଞ୍ଚାଇବାକୁ ଗମ୍ଭୀର ଖେଳିବେ ଶେଷ ଗଣିତ

ନୂଆଦିଲ୍ଲୀ,୧୦।୭: ଗୁରୁବାର ରାତିରେ ବ୍ରିଷ୍ଟଲରେ ଭାରତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଦେଖାଯାଇଥିଲା, ଯାହା ଫଳରେ ମ୍ୟାଚ ଏବଂ ସିରିଜ ଉଭୟ ହାରିଯାଇଥିଲା ଟିମ୍‌।…

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା…

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri