ହେପାଟାଇଟିସ୍‌ ଓ ଲିଭର ସିରୋସିସ୍‌

ଡା. ଉମେଶ ଚନ୍ଦ୍ର ପାତ୍ର
ମଣିଷର ଯକୃତଜନିତ ମାରାତ୍ମକ ରୋଗ ଭାବେ ଲିଭର୍‌ ସିରୋସିସ୍‌ ପରିଚିତ। ପ୍ରାଥମିକ ସ୍ତରରେ ରୋଗୀକୁ ଯନ୍ତ୍ରଣା ଲାଗୁ ନ ଥିବା ଏହି ରୋଗ ପରବର୍ତ୍ତୀ ସମୟରେ ଜୀବନ ପାଇଁ ଘାତକ ହୋଇଥାଏ। ସବୁଠାରୁ ଉଦ୍‌ବେଗଜନକ ପ୍ରସଙ୍ଗ ହେଉଛି, ଏହି ରୋଗରେ ରୋଗୀର ଯକୃତ ଅନୂ୍ୟନ ୯୦ ପ୍ରତିଶତ କ୍ଷତି ନ ହେବା ଯାଏ ସେ କୌଣସି ଯନ୍ତ୍ରଣା ଅନୁଭବ କରି ନ ଥାଏ। ତେଣୁ ବାହାରୁ ଏହି ରୋଗ ବିଷୟରେ ଜାଣିବା ବା ବୁଝିବା ଏତେ ସହଜ ନୁହେଁ। ଏହି ରୋଗର ପ୍ରାଥମିକ ଲକ୍ଷଣ ହେଉଛି ରୋଗୀର ପାଚନ ଶକ୍ତି କମିଯାଇ ଭୋକ କମ୍‌ ହେବା, ଦୁର୍ବଳ ଲାଗିବା, ଶରୀର କୁଣ୍ଡେଇ ହେବା ସହ ବିଭିନ୍ନ ପ୍ରକାର ଅସ୍ବସ୍ତିକର ଯନ୍ତ୍ରଣା ଅନୁଭବ ହେବା। କେତେକ କ୍ଷେତ୍ରରେ ରୋଗୀର ଯକୃତ ସହିତ ସାମୂହିକ ଭାବେ କିଛି ସମସ୍ୟା ଦେଖାଦେଇଥାଏ। ସେହିପରି ଆଉ କିଛି ରୋଗୀଙ୍କ ମଧ୍ୟରେ ଶ୍ୱାସପ୍ରଶ୍ୱାସ ନେବାରେ ଯନ୍ତ୍ରଣା ମଧ୍ୟ ଦେଖିବାକୁ ମିଳିଥାଏ। ଏଣ୍ଡୋସ୍କୋପି, ଅଲଟ୍ରାସୋନୋଗ୍ରାଫି ଓ ଫାଇବ୍ରୋସ୍କାନ ମାଧ୍ୟମରେ ସିରୋସିସ୍‌ କେତେଦୂର ଶରୀର ଭିତରକୁ ଯାଇ କାୟାବିସ୍ତାର କରିଛି ତାହା ଜଣାପଡ଼ିଥାଏ। ତେବେ ସିରୋସିସ୍‌ର ମୁଖ୍ୟ କାରଣ ହେଉଛି ହେପାଟାଇଟିସ୍‌ ବି ଓ ସି ଭାଇରସ୍‌ ଇନ୍‌ଫେକ୍ସନ, ନିଶାଦ୍ରବ୍ୟ ସେବନ, ମଦ୍ୟପାନ, ଇମ୍ୟୁନ୍‌ ହେପାଟାଇଟିସ୍‌। ଏହା ବ୍ୟତୀତ କେତେକ କ୍ଷେତ୍ରରେ ଯକୃତରେ ଜମିଥିବା ଚର୍ବି କାରଣରୁ ମଧ୍ୟ ସିରୋସିିସ୍‌ ହୋଇପାରେ।
ନିଶାଦ୍ରବ୍ୟ ସେବନ, ସମ୍ପ୍ରତି ଜଳବାୟୁର ଅସ୍ବସ୍ତିକର ପରିବେଶ ସହ ବଜାରର ଫାଷ୍ଟଫୁଡ୍‌, ବାସି ଖାଦ୍ୟ, ଥଣ୍ଡା ଖାଦ୍ୟ ଓ ଆବଶ୍ୟକ ଖାଦ୍ୟଠାରୁ ପ୍ରଚୁର ଓ ଅନିୟମିତ ଖାଦ୍ୟ ମଧ୍ୟ ଏହାର ଅନ୍ୟତମ କାରଣ । ଏହି ରୋଗୀମାନଙ୍କୁ ସର୍ବପ୍ରଥମେ ସେମାନଙ୍କ ଶରୀରକୁ ଆବଶ୍ୟକ ଖାଦ୍ୟସାର ଓ ପୁଷ୍ଟିକର ଶକ୍ତି ପାଇଁ ଦୃଷ୍ଟିଦେବାକୁ ହେବ। କାରଣ ଏହି ରୋଗୀମାନଙ୍କର ସାଧାରଣତଃ ଭୋକ କମିଯାଉଥିବାରୁ ସେମାନଙ୍କର ପାଚନ ଶକ୍ତି ପ୍ରଭାବିତ ହୋଇ ଯକୃତକୁ ସଂକ୍ରମଣ କରିବାର ସୁଯୋଗ ପାଇଥାଏ। ଏହି ରୋଗରେ ସ୍ବାଭାବିକ ଭାବେ ଖାଇବାକୁ ଦିଆଯାଏ ନାହିଁ, ଯାହାକି ବିଜ୍ଞାନସମ୍ମତ କାରଣ ନୁହେଁ ବୋଲି ବିଭିନ୍ନ ଜର୍ନାଲରେ ତଥ୍ୟ ପ୍ରକାଶ ପାଇଛି। ସିରୋସିସ୍‌ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀମାନଙ୍କୁ ପ୍ରଚୁର ପରିମାଣର ପୁଷ୍ଟିକର ଖାଦ୍ୟ ଦେବା ଦରକାର। ଅଧିକ ଲୁଣ, ରାଗ ମସଲା, ପ୍ରଚୁର ମିଠାଠାରୁ ରୋଗୀକୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ। ରୋଗୀର ନିତିଦିନିଆ ଖାଦ୍ୟ ତାଲିକାରେ ତଟକା ପନିପରିବା, ଫଳ, ଶାଗକୁ ଗୁରୁତ୍ୱ ଦିଅନ୍ତୁ। ସବୁଜ ପନିପରିବା ଓ ତଟକା ଫଳରେ ଭିଟାମିନ୍‌, ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ୍‌ ପ୍ରଚୁର ପରିମାଣରେ ରହିଥିବାରୁ ଏହା ଯକୃତ କୋଷର କାର୍ଯ୍ୟକୁ ତ୍ୱରାନ୍ବିତ କରିଥାଏ, ଯାହାଦ୍ୱାରା ରୋଗୀ ସ୍ବାଭାବିକ ଭାବେ କାମ କରିବାକୁ ଶକ୍ତି ପାଇଥାଏ। ଏହି ରୋଗୀକୁ ଭାରି କାମଠାରୁ ଯଥାସମ୍ଭବ ଦୂରେଇ ରଖିବା ଭଲ। ରୋଗୀକୁ ସମସ୍ତ ପ୍ରକାର ମାନସିକ ଚାପରୁ ଦୂରେଇ ରଖନ୍ତୁ। ରୋଗୀର ପାକସ୍ଥଳୀରେ ପ୍ରଚୁର ପରିମାଣର ପାଣି ଜମି ନ ରହିବା ପାଇଁ ହେପାଟୋଲୋଜି ବିଶେଷଜ୍ଞଙ୍କ ପରାମର୍ଶ ନେଇ ସତର୍କ ରୁହନ୍ତୁ। ରୋଗୀର ଖାଦ୍ୟ ଓ ପାଣିରେ ଯେପରି ସଂକ୍ରମଣ ନ ରହେ ସେଥିପ୍ରତି ଗୁରୁତ୍ୱ ଦିଅନ୍ତୁ। କେତେକ କ୍ଷେତ୍ରରେ ରୋଗୀର ପେଟ ନିୟମିତ ଭାବେ ପରିଷ୍କାର ରହିବା ପାଇଁ ଲ୍ୟାକଟୁଲୋଜ୍‌ ସିରପ୍‌ ଦିଆଯାଇଥାଏ। ଶରୀରରେ ରକ୍ତ ଜମାଟ ବାନ୍ଧିବାର ଉପାଦାନ ଯଦି ଯକୃତ ତିଆରି କରିପାରେ ନାହିଁ ତେବେ ରୋଗୀକୁ ଭିଟାମିନ୍‌-କେ ଇଞ୍ଜେକଶନ ଦିଆଯାଇଥାଏ। ଯଦି ରୋଗୀର ଖାଦ୍ୟନଳୀ ଏବଂ ପାକସ୍ଥଳୀରେ ରକ୍ତଶିରା (ଭ୍ୟାରିକସ୍‌) ଫାଟି ରକ୍ତପାତ ହେଉଥାଏ ତେବେ ଏଣ୍ଡୋସ୍କୋପି ଇଞ୍ଜେକ୍ସନ ଦିଆଯାଇଥାଏ। ଲିଭର ଯଦି ଆଦୌ କାମ କରୁ ନ ଥାଏ ତା’ହେଲେ କିଡ୍‌ନୀ ଡାୟାଲିସିସ୍‌ ଭଳି ଲିଭର ଡାୟାଲିସିସ୍‌ ଓ ଲିଭର ପ୍ରତିରୋପଣ କରାଯାଇଥାଏ।
ତେବେ ଯକୃତ ଯନ୍ତ୍ରଣାର ସବୁ କାରଣ ଲିଭର ସିରୋସିସ ହୋଇ ନ ଥାଏ। ପ୍ରାଥମିକ ସ୍ତରରେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସିରୋସିସ୍‌ର ଲକ୍ଷଣକୁ ଦେଖି ଚିକିତ୍ସା କଲେ ରୋଗୀ ଉପଶମ ପାଇଥାଏ। ଆମ ଦେଶରେ ଲିଭର ସିରୋସିସ୍‌ ଚିକିତ୍ସା ବେଶ୍‌ ବ୍ୟୟସାପେକ୍ଷ ବୋଲି କେହି କେହି କହିଥାନ୍ତି। ଆଉ କେହି କେହି ଭାବିଥାନ୍ତି ଯେ ସିରୋସିସ୍‌ ମାନେ ମୃତ୍ୟୁ ନିଶ୍ଚିତ, ଏହା କିନ୍ତୁ ଭାବିବା ଭୁଲ୍‌। ସିରୋସିସ୍‌ର ପରୀକ୍ଷା ନିରୀକ୍ଷା ଦ୍ୱାରା ଏହାର କାରଣ ଓ ସଂକ୍ରମଣ ପର୍ଯ୍ୟାୟକୁ ଦେଖି ଚିକିତ୍ସା କଲେ ଏହା ନିଶ୍ଚିତ ଭାବରେ ଆରୋଗ୍ୟସାଧ୍ୟ। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ବଡ଼ମେଡ଼ିକାଲଗୁଡ଼ିକରେ ଏହି ଚିକିତ୍ସା ସେବାକୁ ଲୋକଙ୍କ ପାଖରେ ସୁଲଭରେ ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କଲ୍ୟାଣ ଅଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅଭିଜ୍ଞ ଲିଭର ବିଶେଷଜ୍ଞମାନେ ରାଜ୍ୟର ବଡ଼ମେଡ଼ିକାଲଗୁଡ଼ିକରେ ସରକାରଙ୍କ ପ୍ରଦତ୍ତ ପରୀକ୍ଷା ନିରୀକ୍ଷା ସହ ଔଷଧ ପ୍ରଦାନର ବ୍ୟବସ୍ଥା ମଧ୍ୟ ରଖିଛନ୍ତି। ତେବେ ଲିଭର ସିରୋସିସ୍‌ କ୍ଷେତ୍ରରେ କୌଣସି ପ୍ରକାର ତୁଟୁକାତୁଟୁକି ଓ କାନକୁହା କଥା ଶୁଣି ଚିକିତ୍ସାରୁ ଦୂରେଇ ରୁହନ୍ତୁ ନାହିଁ। ସର୍ବପ୍ରଥମେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ବେଳେବେଳେ ଲିଭର ସିରୋସିସ୍‌ ସହିତ ଲିଭର କ୍ୟାନ୍‌ସର ମଧ୍ୟ ମିଶି ରହିଥାଏ। ପ୍ରାଥମିକ ଅବସ୍ଥାରେ ରୋଗର ଚିକିତ୍ସା କଲେ ସେଥିରୁ ସୁଫଳ ମିଳେ।
(୨୮ା୭ ବିଶ୍ୱ ହେପାଟାଇଟିସ୍‌ ଦିବସ ଉପଲକ୍ଷେ)
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ, ମୋ- ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri