Posted inଖେଳ

ହେଟମେର, ହୋପ୍‌ଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଚେନ୍ନାଇ, ୧୫।୧୨- ମ୍ୟାନ ଅଫ ଦି ମ୍ୟାଚ ଶିମରନ ହେଟମେର ଓ ଶାଇ ହୋପ୍‌ଙ୍କ ଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ସହଜ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୮୮ ରନ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୪୭.୫ ଓଭରରେ ମାତ୍ର ୨ ଉଇକେଟ ହରାଇ ୨୯୧ ରନ ସଂଗ୍ରହ କରି ନେଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀଲାଭ କରିଛି। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ହେଟମେର ୧୦୬ ବଲ୍‌ରୁ ସର୍ବାଧିକ ୧୩୯(୧୧ ଚୌକା, ୭ ଛକା) ରନ କରି ଆଉଟ ହୋଇଥିବାବେଳେ ହୋପ୍‌ ୧୫୧ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୧୦୨ ରନରେ ଅପରାଜିତ ରହିଥିଲେ। ହୋପ୍‌ଙ୍କ ସହିତ ନିକୋଲାସ ପୁରନ ୨୯ ରନରେ ଅପରାଜିତ ଥିଲେ। ଓ୍ବେଷ୍ଟଇଣ୍ଡିଜ ମାତ୍ର ୧୧ ରନରେ ସୁନୀଲ ଆମ୍ବ୍ରିସ(୯)ଙ୍କ ଉଇକେଟ ହରାଇଥିଲେ ହେଁ ହୋପ୍‌ ଓ ହେଟମେର ଦ୍ୱିତୀୟ ଉଇକେଟରେ ୨୧୮ ରନର ଭାଗୀଦାରି ଗଢ଼ି ଦଳପାଇଁ ବିଜୟ ପଥ ପରିଷ୍କାର କରିଥିଲେ। କୌଣସି ଭାରତୀୟ ବୋଲର ଏ ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇପାରି ନ ଥିଲେ। ମହମ୍ମଦ ଶାମି ୩୮.୪ ଓଭରରେ ହେଟମେରଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ହେଁ ସେତବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ହେଟମେରଙ୍କ ଆଉଟ ପରେ ହୋପ୍‌ ଓ ପୁରନ ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ୬୨ ରନ ଯୋଗ କରି ଆହୁରି ୧୩ଟି ବଲ୍‌ ବାକିଥାଇ ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଭାରତ ପକ୍ଷରୁ ଦୀପକ ଚହର ଓ ଶାମି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବୋଲରମାନେ ଅଧିନାୟକ କିରନ ପୋଲାର୍ଡଙ୍କ ନିଷ୍ପତ୍ତିକୁ ଉଚିତ ମଧ୍ୟ ସାବ୍ୟସ୍ତ କରିଥିଲେ। ଭାରତ ସ୍କୋର ୨୧ ଥିବାବେଳେ ଲୋକେଶ ରାହୁଲ ଏବଂ ୨୫ ହୋଇଥିବାବେଳେ ଅଧିନାୟକ ବିରାଟ କୋହଲିଙ୍କ ପ୍ରାଇଜ୍‌ ଉଇକେଟ ନେଇ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ଶେଲଡନ କଟ୍ରେଲ। ଭଲ ଆରମ୍ଭ କରିଥିବା ରୋହିତ ଶର୍ମା ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ସେ ୫୬ ବଲ୍‌ରୁ ୬ ଚୌକା ସହାୟତାରେ ୩୬ ରନ କରିଥିବାବେଳେ ଆଲଜାରି ଜୋସେଫଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତେବେ ୪ ନମ୍ବର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଏବଂ ଚାପରେ ଥିବା ରିଷଭ ପନ୍ତ ୪ର୍ଥ ଉଇକେଟରେ ୧୧୪ ରନର ଭାଗୀଦାରି ଗଢ଼ି ଦଳକୁ ସଙ୍କଟ ପରିସ୍ଥିତିରୁ ଉଦ୍ଧାର କରିଥିଲେ। ୩୬.୪ ଓଭରରେ ଭାରତ ସ୍କୋର ୧୯୪ ହୋଇଥିବାବେଳେ ଆୟାରଙ୍କୁ ଆଉଟ କରି ଓ୍ବେଷ୍ଟଇଣ୍ଡିଜକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଜୋସେଫ। ୮୮ଟି ବଲ୍‌ର ସାମ୍‌ନା କରିଥିବା ଆୟର ୫ ଚୌକା ଓ ୧ ଛକା ସହାୟତାରେ ୭୦ ରନ ସ୍କୋର କରିଥିଲେ। ସ୍ବାଭାବିକ ଷ୍ଟାଇଲରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିବା ରିଷଭ ଏଠାରେ କ୍ୟାରିୟର ପ୍ରଥମ ଶତକ ହାସଲ କରିବା ଆଶା କରାଯାଉଥିଲା। ମାତ୍ର ସେ ୬୯ ବଲ୍‌ରୁ ୭୧(୭ ଚୌକା, ୧ ଛକା) ରନ କରିଥିବାବେଳେ ପୋଲାର୍ଡଙ୍କ ଏକ ସ୍ଲୋ ବଲ୍‌କୁ ଅଫ୍‌ କଟର ଖେଳିବାକୁ ଯାଇ ଡିପ୍‌ ସ୍କୋୟାରଲେଗ୍‌ରେ ଶିମରନ ହେଟମେରଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ଭାରତ ୪୫ ଓଭରରେ ୨୫୦ ଅତିକ୍ରମ କରିଥିବାରୁ ୩୦୦ ରନ ସ୍ପର୍ଶ କରିବା ଆଶା କରାଯାଉଥିଲା। ମାତ୍ର ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲରମାନେ ଶେଷ ଭାଗରେ ଆକର୍ଷଣୀୟ ବୋଲିଂ କରିବାରୁ ଭାରତୀୟ ସ୍କୋର ୫୦ ଓଭରରେ ୨୮୭/୮ରେ ସୀମିତ ରହିଥିଲା। କେଦାର ଯାଦବ ୩୫ ବଲ୍‌ରୁ ୪୦(୩ ଚୌକା, ୧ ଛକା) ଓ ରବୀନ୍ଦ୍ର ଜାଡେଜା ୨୧ ବଲ୍‌ରୁ ୨୧(୨ ଚୌକା) ରନ କରିଥିବାବେଳେ ଶିବମ୍‌ ଦୁବେ ମାତ୍ର ୯ ରନ କରି ଆଉଟ ହୋଇ ଯାଇଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ କଟ୍ରେଲ, କେମୋ ପଲ୍‌ ଓ ଆଲଜାରି ଜୋସେଫ ୨ଟି ଲେଖାଏ ଏବଂ କିରନ ପୋଲାର୍ଡ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

ଏମିତି ରେକର୍ଡ କଲେ ସ୍ମୃତି ମନ୍ଧାନା, କୋଶେ ଦୂରରେ ରିହିବେ ପୁରୁଷ କ୍ରିକେଟର

ନୂଆଦିଲ୍ଲୀ,୧୮।୬: ସ୍ମୃତି ମନ୍ଧାନା ଆଇସିସି ମହିଳା ବିଶ୍ୱକପ 2026 ରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ; ପାକିସ୍ତାନ ବିପକ୍ଷରେ ୬୮ ରନର ଇନିଂସ ପରେ,…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri