ହୃଦ୍‌ରୋଗୀଙ୍କ ପାଇଁ ନୂଆ ମୋବାଇଲ ଆପ୍‌

ଚିକିତ୍ସା ବିଜ୍ଞାନ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛି। କେବଳ ସେତିକି ନୁହେଁ, ବିଭିନ୍ନ ରୋଗର ନିଦାନ ପାଇଁ ନୂଆ ତଥା ସରଳ ଚିକିତ୍ସା ପ୍ରଣାଳୀକୁ ଚିକିତ୍ସକମାନେ ଅନୁସରଣ କରୁଛନ୍ତି। ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆର ଗବେଷକମାନେ ଏପରି ଏକ ସଫଳତା ହାସଲ କରିଛନ୍ତି,ଯାହା ହୃଦ୍‌ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହେବ ବୋଲି ଆକଳନ କରାଯାଇଛି। ବିଶେଷଭାବରେ ଗଁା ଗହଳିରେ ରହୁଥିବା ହୃଦ୍‌ରୋଗୀ ଏହାଦ୍ୱାରା ଅଧିକ ଉପକୃତ ହେବେ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେମାନେ ଏପରି ଏକ ମୋବାଇଲ ଆପ୍‌ ପ୍ରସ୍ତୁତ କରିଛନ୍ତି, ଯାହା ହୃଦ୍‌ରୋଗୀଙ୍କ ପାଇଁ ବେଶ୍‌ ସହାୟକ ହୋଇପାରିବ। ଏହି ମୋବାଇଲ ଆପ୍ଲିକେଶନ ବେସ୍‌ଡ ସିଷ୍ଟମକୁ ବି ପରୀକ୍ଷା କରାଯାଇଛି ଏବଂ ତାହା ଗାଁରେ ରହୁଥିବା ସ୍ବାସ୍ଥ୍ୟକର୍ମୀ ଏପରି କି ଡାକ୍ତରଙ୍କୁ ଏହି ଆପ୍‌ ଅନେକାଂଶରେ ସାହାଯ୍ୟ କରିପାରିବ। କେବଳ ହୃଦ୍‌ରୋଗ ନୁହେଁ, ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଏହି ଆପ୍‌ ଦ୍ୱାରା ଚିହ୍ନଟ କରାଯାଇପାରିବ। ଏହି ଆପ୍‌ କ୍ଲିନିକାଲ ଡିସିସନ୍‌ ସପୋର୍ଟ ସିଷ୍ଟମରେ ରହିଛି, ଯାହାକୁ ଆଣ୍ଡ୍ରଏଡ ୍‌ଫୋନ୍‌ରେ ଲୋଡ୍‌ କରିହେବ। ରୋଗୀ ଯଦି ଅଧିକ ବିପଦରେ ଥାନ୍ତି ଓ ଜରୁରୀ ଚିକିସତ୍। ଦରକାର କରୁଥାନ୍ତି ତେବେ ସିଷ୍ଟମରେ ଥିବା ତତ୍‌କ୍ଷଣାତ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇଦେବ। ଏଥିରେ ରହିଥିବା ଇଣ୍ଟରଆକ୍ଟିଭ ଭଏସ୍‌ ସିଷ୍ଟମ ମାଧ୍ୟମରେ ରୋଗୀ କେତେବେଳେ ଓଷଧ ସେବନ କରିବେ ଓ ଚିକିସତ୍କଙ୍କ ପରାମର୍ଶ ନେବେ ସେ ସମ୍ପର୍କରେ ମଧ୍ୟ ଜାଣିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri