Posted inଜାତୀୟ

ହାର୍ଦ୍ଦିକଙ୍କୁ ଚାପୁଡ଼ା

ଅହମଦାବାଦ,୨୦ା୪(ପି.ଟି.): କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଶୁକ୍ରବାର ଜଣେ ବ୍ୟକ୍ତି ଚାପୁଡ଼ା ମାରିଛନ୍ତି। ଗୁଜରାଟର ସୁରେନ୍ଦ୍ରନଗର ଜିଲା ବଲଦାନା ଗ୍ରାମର ଏକ ସଭାକୁ ହାର୍ଦ୍ଦିକ ସମ୍ବୋଧିତ କରୁଥିବାବେଳେ ତରୁଣ ଗଜ୍ଜାର ନାମକ ବ୍ୟକ୍ତି ତାଙ୍କ ଗାଲରେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଭାଜପାର ହାତ ରହିଛି ଏବଂ ତରୁଣ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କ୍ଷୁବ୍ଧ ହାର୍ଦ୍ଦିକ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଶାସକ ଦଳର କିଛି ଭୂମିକା ନାହିଁ। ଲୋକ ସଭା ନିର୍ବାଚନରେ ଭୋଟ ପାଇବା ପାଇଁ ଏହା କଂଗ୍ରେସର ଏକ ଡ୍ରାମା ବୋଲି ଭାଜପା ପକ୍ଷରୁ କୁହାଯାଇଛି। ମେହସାନା ଜିଲା କାଡ଼ି ସହର ନିବାସୀ ତରୁଣଙ୍କୁ ମଧ୍ୟ କଂଗ୍ରେସ କର୍ମୀ ଓ ହାର୍ଦ୍ଦିକଙ୍କ ସମର୍ଥକମାନେ ମାଡ ମାରିଛନ୍ତି। ଆହତ ତରୁଣ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ କହିଛନ୍ତି, ସେ କୌଣସି ଦଳ ସହ ଜଡ଼ିତ ନୁହନ୍ତି। ୨୦୧୫ ଅଗଷ୍ଟରେ ପଟିଦାର ସଂରକ୍ଷଣ ପାଇଁ ହାର୍ଦ୍ଦିକଙ୍କ ଆନ୍ଦୋଳନ ଯୋଗୁ ତାଙ୍କ ସ୍ତ୍ରୀ ଓ ପିଲା ହଇରାଣ ହୋଇଥିଲେ। ଏଥିଲାଗି ହାର୍ଦ୍ଦିକଙ୍କୁ ଆକ୍ରମଣ କରିବା ପାଇଁ ସେ ସେବେଠୁ ଯୋଜନା ଚଳାଇଥିଲେ। କିନ୍ତୁ ପୂର୍ବ ଉଦ୍ୟମ ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଶାକର୍ମୀଙ୍କ ବଢିଲା ଦରମା, ମହିଳାଙ୍କ ମାଗଣା ବସ୍‌ ଯାତ୍ରା…ସରକାରଙ୍କ ବଡ଼ ଘୋଷଣା

ଥିରୁଭାନନ୍ତପୁରମ୍‌,୧୮।୫: କେରଳମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ୟୁଡିଏଫ ସରକାର…

ଏହି କାମ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଥଲାପତି ବିଜୟ: କହୁ କହୁ କହିଦେଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୧୮।୫: ଦ୍ରାବିଡ଼ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମକେ ଷ୍ଟାଲିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟଙ୍କୁ କଟାକ୍ଷ କରିଛନ୍ତି। ବିଜୟ ଇନଷ୍ଟାଗ୍ରାମ ମାଧ୍ୟମରେ…

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ଗୁପ୍ତାଙ୍ଗରେ ବ୍ଲେଡ୍‌ ପୂରାଇଦେଲେ ସ୍ବାମୀ, ପୋଲିସ ଆଗରେ ୪ ବର୍ଷର ଝିଅ ଖୋଲିଲା ରହସ୍ୟ

ରାୟପୁର,୧୮।୫: ଛତିଶଗଡ଼ର ସୁରଗୁଜା ଜିଲାରୁ ଏକ ଅତ୍ୟନ୍ତ ଅମାନୁଷିକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ବାମୀ ଅତି…

ନୂଆ ମୁଖ୍ୟମନ୍ତ୍ରୀ କାନରେ ଏମିତି କିଛି କହିଦେଲେ ରାହୁଲ ଗାନ୍ଧୀ: ତା’ପରେ ତୁରନ୍ତ ଘଟିଲା…

ଥିରୁଭାନନ୍ତପୁରମ୍‌,୧୮।୫: କେରଳମ୍‌ରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (UDF) ୧୦ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରିଛି। ସୋମବାର ତିରୁଭାନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ଭି.ଡି. ସତିସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri