Posted inଖେଳ

ହକି କିମ୍ବଦନ୍ତୀ ବଲବୀର ସିଂଙ୍କ ପରଲୋକ: ଏକ ଯୁଗର ଅନ୍ତ ଘଟିଲା

ଚଣ୍ଡିଗଡ଼,୨୫।୫(ପି.ଟି.): ଭାରତର ଅନ୍ୟତମ ସର୍ବକାଳୀନ ମହାନ୍‌ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ୩ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ହକିର ଏହି କିମ୍ବଦନ୍ତୀ ପୁରୁଷ ସୋମବାର ସକାଳ ୬.୩୦ରେ ସ୍ଥାନୀୟ ଫୋର୍ଟିସ ହସ୍ପିଟାଲରେ ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ସେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରି ଆସୁଥିଲେ। ଏହି ସର୍ବକାଳୀନ ଶ୍ରେଷ୍ଠ ସେଣ୍ଟର ଫରଓ୍ବାର୍ଡଙ୍କ ଝିଅ ସୁଶବୀର ଓ ୩ ପୁଅ କନଓ୍ବଲବୀର, କରନବୀର ଓ ଗୁରବୀର ରହିଛନ୍ତି। ତାଙ୍କ ପୁଅମାନେ କାନାଡାରେ ରହୁଛନ୍ତି। ଫଳରେ ସେ ଝିଅ ଓ ନାତି କବୀରଙ୍କ ସହିତ ରହୁଥିଲେ। ସେ ସକାଳ ୬.୧୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ମୋହାଲିର ଫୋର୍ଟିସ ହସ୍ପିଟାଲ ନିର୍ଦ୍ଦେଶକ ଅଭିଜିତ୍‌ ସିଂ କହିଛନ୍ତି। ଏହାପରେ ତାଙ୍କ ନାତି କବୀର ବଲବୀରଙ୍କ ଦେହାନ୍ତ ଖବର ସାର୍ବଜନୀନ କରିଥିଲେ। ଗତ ଦୁଇବର୍ଷ ମଧ୍ୟରେ ଚତୁର୍ଥଥର ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଜାନୁୟାରୀରେ ନିମୋନିଆ କାରଣରୁ ସେ ୩ ମାସ ହସ୍ପିଟାଲରେ ରହିଥିଲେ।
ମେ ୧୮ ତାରିଖରୁ ସେ ଅର୍ଦ୍ଧଚେତନ ଅବସ୍ଥାରେ ରହିଆସୁଥିଲେ ଏବଂ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା। ପ୍ରବଳ ଜ୍ୱର ଓ ନିମୋନିଆ କାରଣରୁ ପ୍ରଥମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ତେବେ ସେ ନେଗେଟିଭ ବୋଲି ଜଣାପଡିଥିଲା। ଚିକିତ୍ସା ସମୟରେ ସେ ୩ଥର ହୃଦ୍‌ଘାତର ଶିକାର ହୋଇଥିଲେ।
ହକି ଖେଳାଳିଭାବେ ସଫଳତାର ଶୀର୍ଷକୁ ଛୁଇଁଥିବା ବଲବୀର ପଡ଼ିଆରେ ପ୍ରତିପକ୍ଷ ଦଳ ପାଇଁ ଆତଙ୍କ ସାଜିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଭାରତ କ୍ରମାଗତ ୩ଟି ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଭାରତ ୧୯୪୮ ଲଣ୍ଡନ ଅଲିମ୍ପିକ୍ସ, ହେଲସିଙ୍କି ୧୯୫୨ ଓ ମେଲବୋର୍ନ ୧୯୫୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। କୌଣସି ଅଲିମ୍ପିକ୍ସ ହକି ଇଭେଣ୍ଟ ଫାଇନାଲରେ ତାଙ୍କର ସର୍ବାଧିକ ଗୋଲ ସ୍କୋର ରେକର୍ଡ ଏବେ ବି ଅତୁଟ ରହିଛି। ୧୯୫୨ ଅଲିମ୍ପିକ୍ସରେ ଭାରତ ଫାଇନାଲରେ ନେଦରଲାଣ୍ଡ୍ସକୁ ହରାଇ ଚାମ୍ପିୟନ ହୋଇଥିଲା। ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ହରାଇ ଭାରତ ଟାଇଟଲ ଜିତିଥିଲା। ତେବେ ଏହି ସମ୍ପୂର୍ଣ୍ଣ ଏକପାଖିଆ ଫାଇନାଲ ମୁକାବିଲାରେ ଉପ-ଅଧିନାୟକ ଭାବେ ସଫଳ ଭାବେ ଦାୟିତ୍ୱ ତୁଲାଇ ବଲବୀର ୫ଟି ଗୋଲ ସ୍କୋର କରି ନେଦରଲାଣ୍ଡ୍ସକୁ ଧୂଳି ଚଟାଇଥିଲେ। ତାଙ୍କର ଏହି ୫ ଗୋଲ ରେକର୍ଡକୁ ଏପର୍ଯ୍ୟନ୍ତ କେହି ଭାଙ୍ଗିପାରି ନାହାନ୍ତି। ସେହିପରି ଟୋକିଓ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ମେଲବୋର୍ନ ଅଲିମ୍ପିକ୍ସରେ ନିଜ ନେତୃତ୍ୱର ପରାକାଷ୍ଠା ପ୍ରତିପାଦନ କରିଥିଲେ। ତାଙ୍କୁ ଭାରତ ତଥା ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଖେଳାଳିଭାବେ ବିବେଚନା କରାଯାଏ। ତାଙ୍କୁ ମଧ୍ୟ ଆଧୁନିକ ଯୁଗର ଧ୍ୟାନଚାନ୍ଦ ମଧ୍ୟ କୁହାଯାଇଥାଏ।
ହକିରୁ ଅବସର ନେବା ପରେ ସେ କୋଚିଂରେ ମନ ବଳାଇଥିଲେ ଓ ସଫଳତା ମଧ୍ୟ ପାଇଥିଲେ। କୋଚ୍‌ ହିସାବରେ ତାଙ୍କ ତତ୍ତ୍ୱାବଧାନରେ ଭାରତ ୧୯୭୫ ହକି ବିଶ୍ୱକପ୍‌ରେ ଟାଇଟଲ ହାସଲ କରିଥିଲା। ସେହିପରି ୧୯୭୧ ବିଶ୍ୱକପ୍‌ରେ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଥିଲା। ତାଙ୍କୁ ୧୯୫୭ରେ ସମ୍ମାନଜନକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୟାଲ ଅପେରା ହାଉସ୍‌ରେ ଅଲିମ୍ପିକ ମ୍ୟୁଜିୟମ ଏକ୍‌ଜିବିଶନ୍‌ରେ ତାଙ୍କୁ ବିଶେଷ ଭାବେ ‘ଦି ଅଲିମ୍ପିକ ଜର୍ଣ୍ଣି: ଦି ଷ୍ଟୋରୀ ଅଫ୍‌ ଦି ଗେମ୍ସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ଭାରତର ଏକମାତ୍ର ଆଥଲେଟ୍‌ ଭାବେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଦ୍ୱାରା ଆଧୁନିକ ଅଲିମ୍ପିକ୍‌ ଇତିହାସରେ ବିଶ୍ୱର ଅନ୍ୟ ୧୬ଜଣ କିମ୍ବଦନ୍ତୀ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ତାଙ୍କୁ ଏହି ଅବସରରେ ୧୬ତମ ଆଇକନିକ୍‌ ଅଲିମ୍ପିଆନ ହିସାବରେ ଚୟନ କରାଯାଇଥିଲା। ସେ ପଞ୍ଜାବ ଷ୍ଟେଟ, ପଞ୍ଜାବ ପୋଲିସ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟ ତରଫରୁ ଘରୋଇ ହକି ଖେଳୁଥିଲେ। ଟେକ୍‌ନିକ୍‌ ପାଇଁ ତାଙ୍କୁ କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ସହ ତୁଳନା କରାଯାଇଥାଏ। ପଞ୍ଜାବର ହରିପୁର ଖଲସା ଗ୍ରାମରେ ସେ ୧୯୨୪ରେ ଜନ୍ମଗ୍ରହଣ କରିଥିଲେ। ସେତେବେଳର କୋଚ୍‌ ହରବେଲ ସିଂ ତାଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?