ସ୍ଥିତି ହରାଇଛି ଐତିହାସିକ କୋଷ୍ଟ କେନାଲ

ବାଲିଆପାଳ, ୧୫।୩(ସୁକାନ୍ତ କୁମାର ଗିରି)-ବ୍ରିଟିଶ ଅମଳରେ ଜଳପଥରେ ଗମନାଗମନ, ନୈାବାଣିଜ୍ୟ ଲାଗି ଖୋଳାଯାଇଥିବା ଓଡ଼ିଶା କୋଷ୍ଟ କେନାଲ ଏବେ ସ୍ଥିତି ହରାଇ ବସିଛି। ଦେଶ ସ୍ବାଧୀନ ହେବା ପରେ ସ୍ଥାନୀୟ ଚାଷୀ ଜଳସେଚନ କାର୍ଯ୍ୟରେ ଏହି କେନାଲକୁ ବ୍ୟବହାର କରୁଥିଲେ। କ୍ରମେ ବିଭିନ୍ନ ସ୍ଥାନରେ ଏହା ପୋତି ହୋଇପଡିବାରୁ ଆଉ ଲୋକଙ୍କ କାମରେ ଆସୁନାହିଁ । କୋଷ୍ଟ କେନାଲ ପୁନରୁଦ୍ଧାର ଲାଗି ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରିଥିଲେ ମଧ୍ୟ ତାହା କେବଳ କାଗଜକଲମରେ ସୀମିତ ରହିଛି। କୋଷ୍ଟ କେନାଲ ପାର୍ଶ୍ୱ ସରକାରୀ ଜାଗା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ଯେଉଁଠି କିଛି ମାତ୍ରାରେ କେନାଲର ସ୍ଥିତି ଅଛି, ସେଠାରେ ଏହା କେବଳ ବେଆଇନ ଚିଙ୍ଗୁଡ଼ି ଝିଲି କରିଥିବା ବ୍ୟବସାୟୀଙ୍କ କାମରେ ଆସୁଛି। ଐତିହାସିକ କୋଷ୍ଟ କେନାଲର ପୁନରୁଦ୍ଧାର ହେଲେ ଚାଷୀ ଜଳସେଚନ ସୁବିଧା ପାଇବେ ଏବଂ ଅଞ୍ଚଳର ପର୍ଯ୍ୟଟନ ବିକାଶ ହେବ ବୋଲି ଲୋକେ ଆଶା ରଖିଥିଲେ। କିନ୍ତୁ ପୁନରୁଦ୍ଧାର ଯୋଜନା ଦିଗହରା ହେବାରୁ ଏହା ଅଞ୍ଚଳବାସୀଙ୍କୁ କ୍ଷୁବ୍ଧ କରିଛି।
ଉଲ୍ଲେଖନୀୟ ଯେ, ବ୍ରିଟିଶ ଅମଳରେ ନ’ଅଙ୍କ ଦୁର୍ଭିକ୍ଷ ଓଡ଼ିଶାରେ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ସେତେବେଳେ ଜଳସେଚନ ଓ ଜଳପଥ ପରିବହନ ଲକ୍ଷ୍ୟ ନେଇ ବ୍ରିଟିଶ ସରକାର ଆନ୍ତଃ ପ୍ରାଦେଶିକ ଯୋଗାଯୋଗ ଲାଗି କୋଷ୍ଟ କେନାଲ ଖୋଳାଇଥିଲେ। ଏହା କାର୍ଯ୍ୟକ୍ଷମ ହେବା ପରେ ସୁନାବ୍ୟା ହେଲା। ବଡ଼ ବଡ଼ ନୈାକା, ବୋଟ୍‌, ମୋଟର ଲଞ୍ଚ ସହଜରେ ଯା’ଆସ କରୁଥିଲା। ଉକ୍ତ କେନାଲ ପଶ୍ଚିମବଙ୍ଗର ହୁଗୁଳି ନଦୀ ନିକଟ ଗେଉଁଖାଲିରୁ ନାସିରାବାଦ ପର୍ଯ୍ୟନ୍ତ ୯୧ କି.ମି. ଅତିକ୍ରମ କରି ଓଡ଼ିଶାର ଭୋଗରାଇ, ବାଲିଆପାଳ ଓ ଭଦ୍ରକର ଚାରବାଟିଆଠାରେ ମତେଇ ନଦୀରେ ମିଶିଥିଲା। ୧୪୭ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି କୋଷ୍ଟ କେନାଲ ଏବେ ପୁନରୁଦ୍ଧାର ହୋଇ ନ ପାରି ଅକାମୀ ହୋଇପଡିଛି। ସଡ଼କ ଓ ରେଳ ପରିବହନ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଏହି କେନାଲ ଯେମିତି ଅଲୋଡା ହୋଇଯାଇଛି। କୋଷ୍ଟ କେନାଲର ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଜଳସେଚନ ବିଭାଗ ଯନ୍ତ୍ରୀ ଜୟକୃଷ୍ଣ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଏନେଇ କେନ୍ଦ୍ର ଜଳ ସମ୍ପଦ ବିଭାଗକୁ ମେଗା ପ୍ରୋଜେକ୍ଟ ପଠାଯାଇଛି, ମାତ୍ର ଏହା ଅନୁମୋଦନ ହୋଇନାହଁି। କୋଷ୍ଟ କେନାଲ ବନ୍ଧର ମରାମତି ପାଇଁ ୨ବର୍ଷ ତଳେ ଯେଉଁ କାମ ହୋଇଥିଲା ତାହା ସେତିକିରେ ସୀମିତ ହୋଇରହିଛି। ରାଜନୈତିକ ଇଚ୍ଛାଶକ୍ତି ନ ହେଲେ ଏହାର ପୁନରୁଦ୍ଧାର ସମ୍ଭବ ନୁହେଁ ବୋଲି କହିଛନ୍ତି ଡ୍ରେନେଜ ବିଭାଗ ଯନ୍ତ୍ରୀ ସୁଧୀର କୁମାର ପରିଡ଼ା। ଏ ବାବଦରେ ତହସିଲଦାର ପ୍ରଦୀପ କୁମାର ଦାସଙ୍କୁ ପଚାରିବାରୁ କୋଷ୍ଟ କେନାଲ ଜମିକୁ ଜବରଦଖଲ କରିଥିବା ବେଆଇନ ଝିଲି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏମ୍‌ପି, ବିଧାୟକ ଓ ଲୋକପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ କୁଶଧ୍ୱଜ ଜେନା, ଅନନ୍ତ ରାଉତ, ମନ୍ମଥ ପାତ୍ର, ଅନନ୍ତ ଜେନା, ଅନୁଜ ମହାପାତ୍ର, ଅରୁଣ ଜେନା, ରାଜେଶ ଚୈାଧୁରୀ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

ଇପିଏଫ୍‌ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି

ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍‌ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri